Precious Thought:ଜୀବନରେ କିଛି ଠିକ ନାହିଁ ? ନିରାଶ ହୁଅନ୍ତୁ ନାହିଁ,ଜୀବନରେ ପ୍ରୟୋଗ କରନ୍ତୁ ସଫଳତାର ଏହି ମନ୍ତ୍ର
Advertisement
Article Detail0/zeeodisha/odisha2005831

Precious Thought:ଜୀବନରେ କିଛି ଠିକ ନାହିଁ ? ନିରାଶ ହୁଅନ୍ତୁ ନାହିଁ,ଜୀବନରେ ପ୍ରୟୋଗ କରନ୍ତୁ ସଫଳତାର ଏହି ମନ୍ତ୍ର

ଆପଣ ଜୀବନକୁ ନେଇ ନିରାଶାବୋଧରେ ସମ୍ମୁଖୀନ ହେଉଛନ୍ତି ? ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏହାକୁ ନିଜର ଦୁର୍ଭାଗ୍ୟ ବୋଲି ବିଚାର କରୁଛନ୍ତି କି ?

SOCIAL MEDIA

vastu tips:

ଆପଣ ଜୀବନକୁ ନେଇ ନିରାଶାବୋଧରେ ସମ୍ମୁଖୀନ ହେଉଛନ୍ତି ? ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏହାକୁ ନିଜର ଦୁର୍ଭାଗ୍ୟ ବୋଲି ବିଚାର କରୁଛନ୍ତି କି ? ଯଦି ଏପରି ଭାବନା  ଆପଣଙ୍କ ମନକୁ ଆସୁଛି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।  ଜୀବନରେ ସଫଳତା ପାଇବା ପାଇଁ ଏଠାରେ ଆମେ ଆପଣଙ୍କୁ କିଛି ମୂଲ୍ୟବାନ ବିଚାର  ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରିପାରିବେ,ତେବେ ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଅନୁସରଣ କରିବାକୁ ପଡିବ ।

ଆମ ଜୀବନରେ ଅନେକ ଥର ଏମିତ ଘଟେ ଯେ ଆମେ କରିଥିବା ପରିଶ୍ରମର ତୁଳନାରେ  ପରିଣାମ ପାଇନଥାଉ । ଯାହା ଆମକୁ ନିରାଶ ଭିତରକୁ ଠେଲିଦିଏ ।  ପ୍ରାୟତଃ ଆପଣ ସମସ୍ୟା ଦ୍ୱାରା ଘେରି ହୋଇ ରୁହନ୍ତି ଏବଂ ସଫଳ ହେବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ ସତ୍ୱେ ସଫଳତା ପାଆନ୍ତି ନାହିଁ ।  ଏକ ପ୍ରବାଦ ଅଛି ଯେ ଯେତେବେଳେ ସମୟ ଖରାପ ପଡେ ସେତେବେଳେ ଶତ ପ୍ରୟାସ ବି ସଫଳ ହୁଏ ନାହିଁ । ଏଭଳି ପରିସ୍ଥିତିରେ ଲୋକମାନେ ନିଜ ଅବସ୍ଥାକୁ ଦୁର୍ଭାଗ୍ୟଜନକ ବୋଲି ବିଚାର କରନ୍ତି ଏବଂ ନିଜ ଭାଗ୍ୟକୁ ଦାୟୀ କରନ୍ତି ।

ଯଦି ଆପଣ ମଧ୍ୟ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଅନୁଭବ କରୁଛନ୍ତି ଯେ ଦୁର୍ଭାଗ୍ୟ ଆପଣଙ୍କୁ ଛାଡୁନାହିଁ, ତେବେ କିଛି ସହଜ ପଦକ୍ଷେପ ଅନୁସରଣ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଛାତ ଉପରେ ଏକ ମାଟି ପାତ୍ରରେ ପକ୍ଷୀମାନଙ୍କ ପାଇଁ ଶସ୍ୟ ଓ ପାଣିର ବ୍ୟବସ୍ଥା କରିବା ଦ୍ୱାରା ଦୁର୍ଭାଗ୍ୟ ଦୁରେଇଯାଏ । ଏହା ସହିତ ଜୀବନର ସମସ୍ୟାଗୁଡ଼ିକ ଧୀରେ ଧୀରେ ସମାପ୍ତ ହୋଇଥାଏ  ଏବଂ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ନିଜ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ପାନ ପତ୍ର ଏବଂ ଲଡୁ ଭୋଗ କରନ୍ତୁ ।

 

ଏହା ବ୍ୟତୀତ ଯେତେବେଳେ ଆପଣ ଅନୁଭବ କରୁଛନ୍ତି ଯେ, ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡୁନି ସେତେବେଳେ ସବୁବେଳେ ସଫାସୁତୁରା ପୋଷାକ ପିନ୍ଧନ୍ତୁ । ଯଦି ଆପଣ ପ୍ରତିଦିନ ପୂଜା କରୁଛନ୍ତି ତେବେ ଗାଢ ରଙ୍ଗ ବ୍ୟବହାର କରନ୍ତୁ । ଯଦି ଆପଣ କୌଣସି ମହିଳାଙ୍କ ସହ ଅସଦାଚରଣ କରିଛନ୍ତି, ତେବେ ତାଙ୍କୁ ହାଜଯୋଡ଼ି କ୍ଷମା ମାଗନ୍ତୁ । ପିତାମାତାଙ୍କ ସହିତ ଖରାପ ବ୍ୟବହାର ଆପଣଙ୍କ ସମସ୍ୟା ବଢାଇବ । ସକାଳେ ନିୟମିତ ଭାବରେ ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରିବା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକତାର କୌଣସି ପ୍ରଭାବ ପଡ଼େ ନାହିଁ ।  ଏହା ସହିତ ସୂର୍ଯ୍ୟଙ୍କୁ ଜଳଅର୍ପଣ ଦ୍ୱାରା ଆପଣଙ୍କର ସମସ୍ତ ତ୍ରୁଟି ମଧ୍ୟ ଅପସାରିତ ହୁଏ ।