West Bengal: ମମତା ବାନାର୍ଜୀ ଓ ବିଜେପି ନେତା ଶୁଭେନ୍ଦୁଙ୍କ ମଧ୍ୟରେ ବୈଠକ, ଜାଣନ୍ତୁ କେଉଁ ବିଷୟରେ କରିଛନ୍ତି ଚର୍ଚ୍ଚା
Advertisement

West Bengal: ମମତା ବାନାର୍ଜୀ ଓ ବିଜେପି ନେତା ଶୁଭେନ୍ଦୁଙ୍କ ମଧ୍ୟରେ ବୈଠକ, ଜାଣନ୍ତୁ କେଉଁ ବିଷୟରେ କରିଛନ୍ତି ଚର୍ଚ୍ଚା

Mamata Suvendu Meeting: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ସବୁବେଳେ ମୁହାଁମୁହିଁ ନଜର ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଉଭୟ ଏକ ବୈଠକ କରିଛନ୍ତି ଓ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି । ବର୍ତ୍ତମାନ ଏହି ଘଟଣା ରାଜନୈତିକ କରିଡରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୌ: ସୋସିଆଲ ମିଡିଆ

Mamata Suvendu Meeting: ଶୁକ୍ରବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ (West Bengal Legislative) ଏକ ଆଶ୍ଚର୍ଯ୍ୟଜନକ ରାଜନୈତିକ ଘଟଣା ଘଟିଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ (Suvendu Adhikari) ସହ ବୈଠକ କରିଛନ୍ତି । ସାକ୍ଷାତ ପାଇଁ ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ ମମତା ବାନାର୍ଜୀ ନିଜେ କରିଥିଲେ । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ଅଗ୍ନିମିତ୍ର ପାଲ ଓ ମନୋଜ ଟିଗଗାଙ୍କୁ ସାଙ୍ଗରେ ନେଇଥିଲେ । ସେ ବିଧାନସଭାର ସିଏମ୍ ରୁମକୁ ଯାଇ ଏହାକୁ ସୌଜନ୍ୟମୂଳକ କଲ ବୋଲି ବର୍ଣ୍ଣନା କରିଥିଲେ । ୨୦୧୫ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ପୁରୁଣା ସାଥି ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଇଥିଲେ ।

ବିଧାନସଭାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୈଠକ ହୋଇଛି । ଏହି ଦୃଶ୍ୟ ବଙ୍ଗଳାର ରାଜନୀତି ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ଏହି ବୈଠକ ପରେ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ସାଧାରଣ ବୈଠକ ଓ ସେଠାରେ ସାଧାରଣ ଆଲୋଚନା ହୋଇଥିଲା । ବାସ୍ତବରେ, ଦୁଇ ଦିନ ପୂର୍ବେ, ଯେତେବେଳେ ବଙ୍ଗଳାର ନୂତନ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଶପଥ ସମୟରେ ହଙ୍ଗାମା ଦେଖାଦେଇଥିଲା ଓ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଏହାପରେ ଶୁଭେନ୍ଦୁ ଅଧିକାରି କହିଥିଲେ ଯେ ସରକାରଙ୍କ ବ୍ୟବସ୍ଥା ଠିକ୍ ନୁହେଁ, ଏଭଳି ପରିସ୍ଥିତିରେ ହଙ୍ଗାମା ହେବାର ଥିଲା । ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନଥିଲେ । ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଚା' ଉପରେ ଚର୍ଚ୍ଚା ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହା ଏକ ସୌଜନ୍ୟମୂଳକ କଲ୍ ଥିଲା, ଯେଉଁଥିରେ ମୁଁ ତାଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେବାକୁ କହିଥିଲି । ଏହା ସମେତ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ।

ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ମମତା ବାନାର୍ଜୀ କହିଛନ୍ତି ଯେ "ମୁଁ ତାଙ୍କୁ ସବୁବେଳେ ମୋର ସାନ ଭାଇ ବୋଲି ଭାବିଛି । ବର୍ତ୍ତମାନ ସେ କହୁଛନ୍ତି ଯେ ବଙ୍ଗଳା ସରକାର 'ପାର୍ଟିର, ପାର୍ଟି ଦ୍ୱାରା ଓ ପାର୍ଟି ପାଇଁ' ହୋଇଯାଇଛି । ଯଦି ମୁଁ ସମାନ କଥା କେନ୍ଦ୍ର ସରକାରଙ୍କ ବିଷୟରେ କହିବି?"

ଏହା ବି ପଢ଼ନ୍ତୁ: Gujarat Election 2022: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଭୁଲ୍, ମୁଣ୍ଡ ଉପରେ ବୁଲୁଥିଲା ସନ୍ଦିଗ୍ଧ ଡ୍ରୋନ

ଏହା ବି ପଢ଼ନ୍ତୁ: National Milk Day 2022: କାହିଁକି Verghese Kurienଙ୍କ ଜନ୍ମଦିନରେ ପାଳନ ହୁଏ ଦୁଗ୍ଧ ଦିବସ?

ଏହା ବି ପଢ଼ନ୍ତୁ: Makhana Use: ଏସବୁ ରୋଗରେ ପୀଡିତ ଥିବା ଲୋକ ଖାଆନ୍ତୁନି ମଖାନା, ନହେଲେ ଭୋଗିବେ ନର୍କ ଯନ୍ତ୍ରଣା