ଦଙ୍ଗା ପରେ ଦଙ୍ଗାକାରୀଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଲା ପୋଲିସ; ଭିଡ଼ିଓ ସେୟାର କଲେ ବିଧାୟକ
Advertisement
Article Detail0/zeeodisha/odisha1218490

ଦଙ୍ଗା ପରେ ଦଙ୍ଗାକାରୀଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଲା ପୋଲିସ; ଭିଡ଼ିଓ ସେୟାର କଲେ ବିଧାୟକ

ରାଜ୍ୟରେ ହିଂସାକାଣ୍ଡ ଭିଆଇଥିବା ଉପଦ୍ରବୀଙ୍କୁ ଧରିବା ଲାଗି ଧରପଗଡ଼ ଅଭିଯାନ ଜାରି ରଖିଛି ଉତ୍ତର ପ୍ରଦେଶ ପୋଲିସ। 

ଦଙ୍ଗା ପରେ ଦଙ୍ଗାକାରୀଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଲା ପୋଲିସ; ଭିଡ଼ିଓ ସେୟାର କଲେ ବିଧାୟକ

Uttar Pradesh Police:ଗତ ୩ ତାରିଖରେ ରାଜ୍ୟର କାନପୁର ଜିଲ୍ଲା ଏବଂ ଗତ ଶୁକ୍ରବାର ଜୁମା ନମାଜ ପରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଉପଦ୍ରବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛନ୍ତି ଉତ୍ତର ପ୍ରଦେଶ ସରକାର। ରାଜ୍ୟରେ ହିଂସାକାଣ୍ଡ ଭିଆଇଥିବା ଉପଦ୍ରବୀଙ୍କୁ ଧରିବା ଲାଗି ଧରପଗଡ଼ ଅଭିଯାନ ଜାରି ରଖିଛି ଉତ୍ତର ପ୍ରଦେଶ ପୋଲିସ। ଏହା ମଧ୍ୟରେ ଉତ୍ତର ପ୍ରଦେଶ ଦେୱରିୟା ଆସନର ବିଜେପି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପୂର୍ବତନ ଗଣମାଧ୍ୟମ ପରାମର୍ଶଦାତା ଶଲଭମଣି ତ୍ରୀପାଠୀ ଏକ ଭିଡି଼ଓ ସେୟାର କରିଛନ୍ତି।

ଯେଉଁଥିରେ ଉତ୍ତର ପ୍ରଦେଶ ପୋଲିସ ହିଂସାକାଣ୍ଡ ଭିଆଇଥିବା ଉପଦ୍ରବୀଙ୍କ ଉପରେ ଲାଠିଚାର୍ଜ କରୁଛି। ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡିତ ରହିଥିବା ଉପଦ୍ରବୀଙ୍କୁ ପୋଲିସ ରିଟର୍ଣ୍ଣ ଗିଫ୍ଟ ଦେଉଥିବା ଟ୍ୱିଟ କରି କହିଛନ୍ତି ବିଜେପି ବିଧାୟକ ଶଲଭମଣି ତ୍ରୀପାଠୀ।

Also Read: ନୂପୂର ଶର୍ମାଙ୍କୁ ଗିରଫ ଦାବିରେ ଜୁମା ନମାଜ ପରେ ହିଂସାକାଣ୍ଡ

ବିଜେପି ବିଧାୟକ ଶଲଭମଣି ତ୍ରୀପାଠୀଙ୍କ ଏହି ଟ୍ୱିଟ ଉପରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ମୋଟ ୨୦ ସେକେଣ୍ଡ ଅବଧି ବିଶିଷ୍ଟ ଭିଡିଓ ପୋଲିସ ଦଳେ ଯୁବକଙ୍କ ଉପରେ ଲାଠିଚାର୍ଜ କରୁଛି। ପୋଲିସ ଦ୍ୱାରା ଲାଠିଚାର୍ଜ କରାଯିବାକୁ କେତେକ ସାମ୍ବାଦିକ ସମାଲୋଚନା କରିଛନ୍ତି। ଅନ୍ୟପଟେ କେତେକ ଲୋକ ବିଧାୟକ କରିଥିବା ଟ୍ୱିଟ ସମର୍ଥନରେ ଆସି କହିଛନ୍ତି ଦଙ୍ଗାକାରୀଙ୍କୁ ରୋକିବା ଲାଗି ପୋଲିସ କାର୍ଯ୍ୟାନୁଷ୍ଠାନ ବହୁତ ଆବଶ୍ୟକ।

ବିଜେପି ନେତା କପିଲ ମିଶ୍ରା ଦଳର ବିଧାୟକ ଶଲଭମଣି ତ୍ରୀପାଠୀଙ୍କ ସମର୍ଥନରେ ଟ୍ୱିଟ କରି କହିଛନ୍ତି ଉତ୍ତର ପ୍ରଦେଶ ପୋଲିସ ରାସ୍ତାରେ ଦଙ୍ଗାକାରୀଙ୍କ ଚିକିତ୍ସା କରୁଛି। ଶଲଭମଣି ତ୍ରିପାଠୀ ଗଣମାଧ୍ୟମରେ ବସିଥିବା ଜିହାଦୀଙ୍କ ଚିକିତ୍ସା କରୁଛନ୍ତି। ଗତ ଶୁକ୍ରବାର ହୋଇଥିବା ହିଂସା ଘଟଣାରେ ଉତ୍ତରପ୍ରଦେଶ ପୋଲିସ ରାଜ୍ୟର ୮ ଜିଲ୍ଲାରୁ ୩ ଶହରୁ ଅଧିକ ଲୋକଙ୍କୁ ଗିରଫ କରିଛି।  

Also Read: Prophet Muhammad Row Protest: ନପୁର ଶର୍ମାଙ୍କ ବାହାନାରେ ରାଞ୍ଚିରେ ଉପଦ୍ରବୀଙ୍କ ହିଂସା; କର୍ଫ୍ୟୁ ଘୋଷଣା

ଗତ ଶୁକ୍ରବାର ରାଜ୍ୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର କଠୋର ଚେତାବନୀ ଦେଇଛନ୍ତି। ଏନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସେ କହିଛନ୍ତି ଯେ ବିଗତ କିଛି ଦିନ ମଧ୍ୟରେ ବିଭିନ୍ନ ସହରରେ ପରିବେଶକୁ ନଷ୍ଟ କରିବା ପାଇଁ ବିଶୃଙ୍ଖଳିତ ଉଦ୍ୟମରେ ଜଡିତ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଗୋଟିଏ ସଭ୍ୟ ସମାଜରେ ଏଭଳି ସାମାଜ ବିରୋଧୀ ଲୋକଙ୍କ ଲାଗି କୌଣସି ସ୍ଥାନ ନାହିଁ। କୌଣସି ନିର୍ଦ୍ଦୋଷ ଲୋକଙ୍କୁ ହଇରାଣ କରାଯିବା ଠିକ ନୁହେଁ। ହେଲେ ହିଂସାକାଣ୍ଡ ଘଟଣାରେ ଜଡିତ ଜଣେ ଦୋଷୀଙ୍କୁ ଛାଡ ପାଇଯିବା ଉଚିତ୍ ନୁହେଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର କହିଛନ୍ତି ଯେ ଅରାଜକତାବାଦୀ ଏକଥା ମନେ ରଖିବା ଆବଶ୍ୟକ ଯେ ପ୍ରତ୍ୟେକ ଶୁକ୍ରବାର ପରେ ଶନିବାର ଆସିଥାଏ।