Uttar Pradesh: ହିନ୍ଦୁ ବିବାହ ଉପରେ ବିଷ ଓଗାଳି ଚର୍ଚ୍ଚାରେ ଉତ୍ତର ପ୍ରଦେଶ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ
Advertisement

Uttar Pradesh: ହିନ୍ଦୁ ବିବାହ ଉପରେ ବିଷ ଓଗାଳି ଚର୍ଚ୍ଚାରେ ଉତ୍ତର ପ୍ରଦେଶ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ

AIMIM Leader on Hindu Marriage: ହିନ୍ଦୁତ୍ୱ ପ୍ରସଙ୍ଗରେ ପ୍ରଥମ ଥର ଲାଗି ଏଭଳି ବିବାଦୀୟ ବୟାନବାଜି କରିନାହାଁନ୍ତି ଏଆଇଏମ୍ଆଇଏମ୍ ନେତା। ପୂର୍ବରୁ ଏଭଳି ଅନେକ ଘଟଣା ଘଟିସାରିଛି।

Uttar Pradesh: ହିନ୍ଦୁ ବିବାହ ଉପରେ ବିଷ ଓଗାଳି ଚର୍ଚ୍ଚାରେ ଉତ୍ତର ପ୍ରଦେଶ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ

AIMIM Leader Shaukat Ali: ହିନ୍ଦୁ ବିବାହକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଏଆଇଏମ୍ଆଇଏମ୍ ନେତା ଶୌକତ ଅଲି। ଏନେଇ ଉତ୍ତର ପ୍ରଦେଶ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ କହିଛନ୍ତି ଯେ ଲୋକେ କହୁଛନ୍ତି ଯେ ଆମେ ତିନୋଟି ବିବାହ କରିଛୁ। ଦୁଇଟି ବିବାହ ପରେ ମଧ୍ୟ ଆମେ ସମାଜରେ ଉଭୟ ପତ୍ନୀଙ୍କୁ ସମ୍ମାନ ଦେଇଥାଉ। ହେଲେ ଆପଣ (ହିନ୍ଦୁ) ଜଣଙ୍କୁ ବିବାହ କରନ୍ତି ଏବଂ ତାହେଲେ ଆପଣଙ୍କର ତିନୋଟି ରକ୍ଷିତା ଅଛନ୍ତି। ଆପଣ ଆପଣଙ୍କ ପତ୍ନୀ କିମ୍ବା ରକ୍ଷିତାକୁ ସମ୍ମାନ କରୁନାହଁ। ହେଲେ ଯଦି ଆମର ଦୁଇଟି ବିବାହ ହୋଇଥାଏ, ତାହେଲେ ଆମେ ସେମାନଙ୍କୁ ସମ୍ମାନର ସହିତ ରଖୁ। ଆମର ପିଲାଙ୍କ ନାମ ମଧ୍ୟ ରାସନ କାର୍ଡରେ ରହିଛି।

ହିଜାବ ନିଷେଧ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଶୌକତ ଅଲି (Uttar Pradesh AIMIM President Shaukat Ali)। ଏନେଇ ସେ କହିଛନ୍ତି ଦେଶରେ କିଏ କ'ଣ ପିନ୍ଧିବେ ତାହା ହିନ୍ଦୁତ୍ୱ ସ୍ଥିର କରିବ ନାହିଁ। କିନ୍ତୁ ସମ୍ବିଧାନ ତାହା ସ୍ଥିର କରିବ। ଦେଶରେ କିଏ କ'ଣ ପିନ୍ଧିବ ତାହା ସମ୍ବିଧାନ ସ୍ଥିର କରିବ ହିନ୍ଦୁତ୍ୱ ନୁହେଁ। ହେଲେ ବିଜେପି ଏଭଳି ପ୍ରସଙ୍ଗ ଉଠାଇ ଦେଶ ଭାଙ୍ଗିବା ପାଇଁ କାର୍ଯ୍ୟ କରୁଛି।

ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ଏଆଇଏମ୍ଆଇଏମ୍ ନେତା କହିଛନ୍ତି ଯେ, ମୁସଲମାନଙ୍କୁ ଟାର୍ଗେଟ କରାଯାଇଛି। ମଦ୍ରାସା, ଲିଞ୍ଚିଂ, ୱାକଫ୍ ଏବଂ ହିଜାବ ଭଳି ଘଟଣା ଆମ ସହିତ ଘଟୁଛି କାରଣ। ଆମକୁ ଟାର୍ଗେଟ କରିବା ସହଜ। ଯେତେବେଳେ ବିଜେପି ଦୁର୍ବଳ ଥାଏ, ସେତେବେଳେ ମୁସଲମାନ ପ୍ରସଙ୍ଗ ଉଠାଇଥାଏ। 

Also Read: 'ଯେ ପର୍ଯ୍ୟନ୍ତ ପିଲା ହୋଇନାହିଁ ଆମେ କିପରି ଶାସନ କରିବୁ' କିଏ ଦେଲେ ଏଭଳି ବିବାଦୀୟ ବୟାନ?

ହିନ୍ଦୁତ୍ୱ ପ୍ରସଙ୍ଗରେ ପ୍ରଥମ ଥର ଲାଗି ଏଭଳି ବିବାଦୀୟ ବୟାନବାଜି କରିନାହାଁନ୍ତି ଏଆଇଏମ୍ଆଇଏମ୍ ନେତା। ପୂର୍ବରୁ ଏଭଳି ଘଟଣା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା। ସରକାର ଗଠନ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପଦ କିପରି ହାସଲ କରାଯିବ ତାହାର ଏକ ନିଆରା ଉପାୟ ଦଳର ମୁଖ୍ୟ (AIMIM President) ଆସାଦୁଦ୍ଦିନ ଓୱେସିଙ୍କୁ (Asaduddin Owaisi) କହିଥିଲେ ଜଣେ ଏଆଇଏମ୍ଆଇଏମ୍ ନେତା। ଦଳର ମୁଖିଆ ଓୱେସିଙ୍କୁ ପ୍ରଶଂସା କରି ଏପରି ବିବୃତ୍ତି ଦେଇଥିଲେ ସେ। 

ଏଭଳି ନେତା ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ (Uttar Pradesh) ଆଲିଗଡ଼ ଜିଲ୍ଲା ଏଆଇଏମ୍ଆଇଏମ୍ ସଭାପତି (Aligarh Dist AIMIM President) ଗୁଫରାନ ନୂର। ନିର୍ବାଚନ ବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଯେଉଁଥିରେ ସେ କହୁଛନ୍ତି ମୁସଲମାନ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବା ଆବଶ୍ୟକ। ଯେ ପର୍ଯ୍ୟନ୍ତ ପିଲା ହୋଇନାହିଁ ଆମେ ସେ ପର୍ଯ୍ୟନ୍ତ କିପରି ଶାସନ କରିବା। ଯଦି ଆମର ପିଲା ନଥିବେ ତାହେଲେ ଆମେ କିପରି ଶାସନ କରିବା। କିପରି ଓୱେସୀ ସାହେବ ଦେଶର ପ୍ରଧାନମନ୍ତ୍ରୀ ଏବଂ ଦଳର ରାଜ୍ୟ ସଭାପତି ଶୌକତ ଅଲ୍ଲୀ ସାହେବ ମୁଖ୍ୟମନ୍ତ୍ରୀ ହୋଇପାରିବେ।

Also Read: ୱାସିମ୍ ରିଜଭିଙ୍କୁ ଜୋତା ମାରିବା ଲୋକଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର

ଭାଇରାଲ ଭିଡ଼ିଓରେ ଏଆଇଏମ୍ଆଇଏମ୍ ନୂର କହୁଛନ୍ତି ଯେ "ଓୱେସି ସାହେବ ଆଲ୍ଲାଙ୍କୁ ଡରିବା ପାଇଁ କହୁଛନ୍ତି। ହେଲେ କଂଗ୍ରେସ, ବିଏସପି ଏବଂ ସମାଜବାଦୀ ପାର୍ଟି ନେତା ଭାଷଣ ଦିଅନ୍ତି ସେତେବେଳେ ସେମାନେ ବିଜେପି ଡର ଦେଖାଇବା ଆରମ୍ଭ କରନ୍ତି। ଠିକ୍ ଅଛି ଆମେ ମୁସଲମାନ ସମ୍ପ୍ରଦାୟ ସବୁ ଦିଗରୁ ତଳକୁ ଚାଲିଯାଇଛି। ଲୋକ କହୁଛନ୍ତି ସନ୍ତାନ ଜନ୍ମ କରିନାହିଁ। ହେଲେ ଯଦି ପିଲା ଜନ୍ମ ହେବେ ନାହିଁ ତାହେଲେ ଆମେ କିପରି ଶାସନ କରିବୁ? ଓୱେଇସି ସାହେବ କିପରି ଦେଶର ପ୍ରଧାନମନ୍ତ୍ରୀ ଏବଂ ଶୌକତ ସାହେବ କିପରି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ? ଦଳିତ, ମୁସଲମାନ ସନ୍ତାନ ପ୍ରସବ ବନ୍ଦ କରିବାକୁ ଭୟଭୀତ କରାଯାଉଛି। କାହିଁକି ଆମେ ପିଲା ଜନ୍ମ କରିବା ବନ୍ଦ କରିବୁ? ଏହା ଶରିୟତ ବିରୁଦ୍ଧରେ ଯାଉଛି।