Tripura Politics: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡିଲେ ଆଦିବାସୀ ନେତା ହଙ୍ଗସା କୁମାର
Advertisement

Tripura Politics: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡିଲେ ଆଦିବାସୀ ନେତା ହଙ୍ଗସା କୁମାର

Tripura Politics:  ମଙ୍ଗଳବାର ଦଳର ବରିଷ୍ଠ ଆଦିବାସୀ ନେତା ହଙ୍ଗଶା କୁମାର ପ୍ରାୟ ୬୫୦୦ ସମର୍ଥକଙ୍କ ସହ ବିଜେପି ଛାଡି ରାଜ୍ୟର ପ୍ରମୁଖ ଆଦିବାସୀ ଭିତ୍ତିକ ବିରୋଧୀ ଦଳ ସ୍ୱଦେଶୀ ପ୍ରଗତିଶୀଳ କ୍ଷେତ୍ରୀୟ ଗଠବନ୍ଧନରେ ଯୋଗ ଦେଇଛନ୍ତି।

Tripura Politics: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡିଲେ ଆଦିବାସୀ ନେତା ହଙ୍ଗସା କୁମାର

Tripura BJP Tribal Leader Hangsha Kumar: ଆସନ୍ତା ବର୍ଷ ହେବାକୁ ଯାଉଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେପି ରାଜ୍ୟରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସାମ୍ନା କରିଛି। ଗତ ମଙ୍ଗଳବାର ଦଳର ବରିଷ୍ଠ ଆଦିବାସୀ ନେତା ହଙ୍ଗଶା କୁମାର ପ୍ରାୟ ୬୫୦୦ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି। ଦଳ ଛାଡିବା ପରେ ସେ ରାଜ୍ୟର ପ୍ରମୁଖ ଆଦିବାସୀ ଭିତ୍ତିକ ବିରୋଧୀ ଦଳ ସ୍ୱଦେଶୀ ପ୍ରଗତିଶୀଳ କ୍ଷେତ୍ରୀୟ ଗଠବନ୍ଧନରେ ଯୋଗ ଦେଇଛନ୍ତି। ବିଜେପି ଏବଂ ଏହାର ସହଯୋଗୀ ଇଣ୍ଡିଜିନସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରାର ପ୍ରାୟ ୬୫୦୦ ସମର୍ଥକଙ୍କ ସହ ହାଙ୍ଗଶା କୁମାର ଉତ୍ତର ତ୍ରିପୁରାର ମାଣିକପୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଟିଆରପିଆରଏ ହାତ ଧରିଥିଲେ।

ରାଜ୍ୟର ପ୍ରମୁଖ ଆଦିବାସୀ ଭିତ୍ତିକ ବିରୋଧୀ ଦଳ ସ୍ୱଦେଶୀ ପ୍ରଗତିଶୀଳ କ୍ଷେତ୍ରୀୟ ଗଠବନ୍ଧନ (The Indigenous Progressive Regional Alliance) ଟିପ୍ରା ସୁପ୍ରିମୋ (TIPRA Supremo) ତଥା ତ୍ରିପୁରା ରାଜ ପରିବାରର ସଦସ୍ୟ (Tripura Royal Family) ପ୍ରଦ୍ୟୋତ ବିକ୍ରମ ମାଣିକ୍ୟ ଦେବ ବର୍ମନ (Pradyot Bikram Manikya Deb Barman) ରାଜ୍ୟର ମାଣିକପୁର (Manikpur) ଠାରେ ଆୟୋଜିତ ହୋଇଥିବା ଏହି ବୈଠକକୁ ସମ୍ବୋଧିତ କରିଥିଲେ।  ହଜାର ହଜାର ଆଦିବାସୀ ପୁରୁଷ ମହିଳା ଏହି ବୈଠକରେ ଯୋଗ ଦେଇଥିଲେ। 

ଏହି ବୈଠକରେ ଯୋଗ ଦେବା ଅବସରରେ ବିଜେପି (Tripura BJP Unit) ବିରୋଧରେ ଜୋରଦାର ବର୍ଷିଥିଲେ ଦଳର ବରିଷ୍ଠ ଆଦିବାସୀ ନେତା ହଙ୍ଗଶା କୁମାର (BJP Tribal Leader Hangsha Kumar)। ଏନେଇ ସେ କହିଥିଲେ ଯେ 'ସବକା ସାଥ, ସବକା ବିକାଶ' କେବଳ କହିବା କଥା। ବାସ୍ତବରେ ଏହାର କୌଣସି ପ୍ରଭାବ ରାଜ୍ୟର ଆଦିବାସୀ କିମ୍ବା ଅଣ ଆଦିବାସୀଙ୍କ ଉପରେ ପଡୁନାହିଁ। 

Also Read: ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ତ୍ରିପୁରା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?

ଦଳ ଛାଡି଼ଥିବା ବିଜେପି ଆଦିବାସୀ ନେତା ହଙ୍ଗଶା କୁମାର ବର୍ତ୍ତମାନ ୩୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ଆଦିବାସୀ କ୍ଷେତ୍ର ସ୍ୱୟଂଶାସିତ ଜିଲ୍ଲା ପରିଷଦ (Tripura Tribal Areas Autonomous District Council) ଟିଟିଏଏଡିସି (TTAADC) ବିରୋଧି ଦଳ ନେତା ଅଛିନ୍ତି। ଯାହା ତ୍ରିପୁରାର ମିନି ବିଧାନସଭା ଭାବେ ପରିଗଣିତ ହୁଏ। ଟିଟିଏଏଡିସି ସଂସ୍ଥାରେ ୯ ଜଣ ବିଜେପି ସଦସ୍ୟ ଅଛନ୍ତି। ଗତବର୍ଷ ଅପ୍ରେଲ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ଟିଟିଏଏଡିସି ନିର୍ବାଚନରେ ବାଜି ମାରିଥିଲା ଟିପ୍ରା।

ଗତ ବର୍ଷ ଯେତେବେଳେ ଟିପ୍ରା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଟିଟିଏଏଡିସି ଦାୟିତ୍ୱ ଗ୍ରହଣ କରିବା ପରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ଏହା ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଚତୁର୍ଥ ପ୍ରମୁଖ ରାଜନୈତିକ ଦଳ ଭାବେ ଉଭା ହୋଇଛି। ବର୍ତ୍ତମାନ ରାଜ୍ୟରେ ଶାସକ ବିଜେପି, ବିରୋଧି ବାମ ମେଣ୍ଟ, କଂଗ୍ରେସ ହେଉଛନ୍ତି ପ୍ରମୁଖ ରାଜନୈତିକ ଦଳ।

ଆଦିବାସୀ ନେତା ହଙ୍ଗଶା କୁମାର ଦଳ ଛାଡି଼ବା ପରେ ପ୍ରତିକ୍ରିୟା ରଖି ତ୍ରିପୁରା ବିଜେପି ମୁଖ୍ୟ ପ୍ରବକ୍ତା ସୁବ୍ରତ ଚକ୍ରବର୍ତ୍ତୀ କହିଛନ୍ତି ଯେ ଆମେ ହେଉଛୁ ଶୃଙ୍ଖଳିତ କର୍ମକର୍ତ୍ତା ରହିଥିବା ଏକ ଦଳ। ଦଳର କିଛି ନେତା ପଟ ପରିବର୍ତ୍ତନ କରିଥାନ୍ତି। ହେଲେ ଏହା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ଏପରି ନେତାଙ୍କ ଦ୍ୱାରା ଆମ ଦଳ ପ୍ରଭାବିତ ହେବ ନାହିଁ। ଆମେ ପ୍ରଥମେ ଦେଶ ପାଇଁ ଏବଂ ପରେ ଦଳ ପାଇଁ କାମ କରୁ। ହଙ୍ଗଶା କୁମାର କାହିଁକି ବିଜେପି ଛାଡି଼ଛନ୍ତି ତାହା ତାଙ୍କୁ ପଚରାଯିବା ଆବଶ୍ୟକ।

ଅନ୍ୟ ଟିପ୍ରା ସୁପ୍ରିମୋ ପ୍ରଦ୍ୟୋତ ବିକ୍ରମ ମାଣିକ୍ୟ ଦେବ ବର୍ମନ କହିଛନ୍ତି ଯେ ଗତ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଦିଆଯାଇଥିବା ନିର୍ବାଚନ ପ୍ରତିଶୃତି ଗତ ସାଢେ ୪ ବର୍ଷ ମଧ୍ୟରେ ଲୋକଙ୍କ କାମରେ ଆସିନାହିଁ। ସେ କହିଛନ୍ତି ଯେ ଆସନ୍ତା ୨୦୨୩ ନିର୍ବାଚନରେ ବିଜେପି ଲୋକଙ୍କୁ ପୁଣି ଥରେ ମିଥ୍ୟା ପ୍ରତିଶୃତି ଦେବ।ଆସନ୍ତା ୧୫ ଦିନ ମଧ୍ୟରେ ଆଉ କିଛି ବରିଷ୍ଠ ବିଜେପି ନେତା ଆମ ଦଳରେ ଯୋଗଦେବେ।

Also Read: ଇସ୍ତଫା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିପ୍ଲବ ଦେବ- ମମତା ବାନାର୍ଜୀ

ସମ୍ବିଧାନର ଷଷ୍ଠ ସୂଚୀ ଅନୁଯାୟୀ ୧୯୮୫ ମସିହାରେ ଗଠିତ ହୋଇଥିଲା  ତ୍ରିପୁରା ଆଦିବାସୀ କ୍ଷେତ୍ର ସ୍ୱୟଂଶାସିତ ଜିଲ୍ଲା ପରିଷଦ। ଯାହା  ରାଜ୍ୟର ୧୦,୪୯୧ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ କ୍ଷେତ୍ର ଉପରେ ନିୟନ୍ତ୍ରଣ ରହିଛି। ଏହି ଅଞ୍ଚଳରେ ପ୍ରାୟ ୧୨ ଲକ୍ଷ ୧୬ ହଜାରରୁ ଅଧିକ ଲୋକ ବସବାସ କରିଥାନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୮୪% ହେଉଛନ୍ତି ଆଦିବାସୀ।