TOP 10 NEWS TODAY: ୨୦୨୪ ନିର୍ବାଚନ ପାଇଁ ବିଜେପି-ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2225084

TOP 10 NEWS TODAY: ୨୦୨୪ ନିର୍ବାଚନ ପାଇଁ ବିଜେପି-ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।    

 

 TOP 10 NEWS TODAY: ୨୦୨୪ ନିର୍ବାଚନ ପାଇଁ ବିଜେପି-ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 27 April | Evening

1.BJP MLA Candidate List 2024 Odisha: ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଜ୍ୟର ୮ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି। ତେଲକୋଇ ଆସନରୁ ଡ.ଫକୀର ମୋହନ ନାଏକ, ଚମ୍ପୁଆ ଆସନରୁ ମୁରଲୀ ମନୋହର ଶର୍ମା, ବସ୍ତା ଆସନରୁ ରବୀନ୍ଦ୍ର ଆଣ୍ଡିଆ, ବାସୁଦେବପୁର ଆସନରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳ ଆସନରୁ ସୀମାରାଣୀ ନାଏକ, ସାଲେପୁର ଆସନରୁ ଅରିନ୍ଦମ ରାୟ, କେନ୍ଦ୍ରାପଡା ଆସନରୁ ଗୀତାଞ୍ଜଳୀ ସେଠୀ, ଖୋର୍ଦ୍ଧା ଆସନରୁ ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଛି ବିଜେପି।

2. BJD MLA Candidate 2024: ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଶନିବାର (ଅପ୍ରେଲ ୨୭) ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ବିଜେଡ଼ି ଭୋଗରାଇ ଆସନରୁ ଗୌତମବୁଦ୍ଧ ଦାସ, ବେଗୁନିଆ ଆସନରୁ ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧ ଆସନରୁ ରାଜେନ୍ଦ୍ର କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି। 

3.BJP Candidate Ujjwal Nikam: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର (ଅପ୍ରେଲ ୨୭) ବିଜେପି ଆଉ ଏକ ପ୍ରାର୍ଥୀ ତାଲିକା ଜାରିକରିଛି। ଯେଉଁଥିରେ ଦଳ ଉଜ୍ୱଳ ନିକମଙ୍କୁ ମୁମ୍ବାଇ ଉତ୍ତର କେନ୍ଦ୍ର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଉଜ୍ୱଳ ନିକମ ହେଉଛନ୍ତି ପେସାରେ ଜଣେ ଓକିଲ। ଯିଏ ମାୟାନଗରୀ ମୁମ୍ବାଇ ଠାରେ ହୋଇଥିବା ବହୁଚର୍ଚ୍ଚିତ ୨୬/୧୧ ଆକ୍ରମଣରେ ଧରାପଡିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବ ବିରୋଧରେ ମୋକଦ୍ଦମା ଲଢିଥିଲେ।

4. Mohammed Arif Naseem Khan: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଲାଗିଛି ଏକ ବଡ଼ ଝଟକା। ଦଳର ଜଣେ ବରିଷ୍ଠ ମୁସଲମାନ ନେତା ତଥା ତାରକା ପ୍ରଚାରକ ଶୁକ୍ରବାର (ଅପ୍ରେଲ ୨୬) ଦଳୀୟ ପ୍ରଚାର ଅଭିଯାନରୁ ବାହାରି ଯାଇଛନ୍ତି। ଏପରିକି କଂଗ୍ରେସ ନେତା ଜଣଙ୍କ ଦଳର ନିର୍ବାଚନ ପ୍ରଚାର ସମିତିରୁ ବାହାରି ଯାଇଛନ୍ତି। ନିର୍ବାଚନ ବେଳେ ଦଳୀୟ ପ୍ରଚାରରୁ ବାହାରି ଯାଇଥିବା ନେତା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ମହମ୍ମଦ ଆରିଫ ନସୀମ ଖାନ। ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ତାଙ୍କ ରାଜ୍ୟରେ ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଏପରିକି କଂଗ୍ରେସ, ଏନସିପି (ପାୱାର ଗୋଷ୍ଠୀ), ଶିବସେନା (ଠାକରେ ଗୋଷ୍ଠୀ) ଆଦି ଦଳକୁ ନେଇ ଗଠିତ ମହାବିକାଶ ଅଘାଡ଼ି ମେଣ୍ଟ କୌଣସି  ମୁସଲମାନଙ୍କୁ ପ୍ରାର୍ଥୀ କରାଯାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

5. Veer Bahadur Singh Purvanchal University: ପରୀକ୍ଷା ଖାତାରେ 'ଜୟ ଶ୍ରୀରାମ' ଲେଖି ପାସ ହୋଇ ଯାଇଛନ୍ତି ଛାତ୍ର। ଆଉ ତାଙ୍କୁ ଏହି ପରୀକ୍ଷାରେ ଜଣେ ପ୍ରଫେସର ଦେଇଥିଲେ ୬୦ ପ୍ରତିଶତରୁ ଅଧିକ ମାର୍କ ଦେଇଛନ୍ତି। ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଅବସ୍ଥିତ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟରେ ଘଟିଯାଇଛି ଏଭଳି ଘଟଣା। ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ପରୀକ୍ଷା ଖାତାରେ 'ଜୟ ଶ୍ରୀ ରାମ' ଏବଂ କ୍ରିକେଟର ଖେଳାଳୀଙ୍କ ନାଁ ଲେଖିଥିଲେ। ହେଲେ ପରେ ସେମାନେ ଧରାପଡିଛନ୍ତି। ଏହି ଘଟଣାରେ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ୨ ପ୍ରଫେସର ନିଲମ୍ବିତ ହୋଇଛନ୍ତି। ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେମାନେ ଗୀତ ଏବଂ ଧାର୍ମିକ ସ୍ଲୋଗାନ ସହିତ ପରୀକ୍ଷା ଖାତାରେ ମାର୍କ ବଦଳାଇବା ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ନେଇଥିଲେ।

6. South India Water Crisis: ଦେଶରେ ଆରମ୍ଭ ହୋଇସାରିଛି ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯିବା ପରେ ଜଳ ସଙ୍କଟ ଘନେଇବାରେ ଲାଗିଛି। ଯାହାର ପ୍ରଭାବ ଏବେ ଦକ୍ଷିଣ ଭାରତରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଏବେ ଜଳ ସଙ୍କଟର ସାମ୍ନା କରୁଛି। ଏଠାକାର ଜଳଭଣ୍ଡାରର ଜଳ ଧାରଣ କ୍ଷମତା ମାତ୍ର ୧୭ ପ୍ରତିଶତ ରହିଯାଇଛି। ଏହି ସୂଚନା କେନ୍ଦ୍ରୀୟ ଜଳ ଆୟୋଗ (ସିଡବଲ୍ୟୁସି) ପକ୍ଷରୁ ପ୍ରକାଶିତ ବୁଲେଟିନ୍ ପ୍ରଦାନ କରିଛି। ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଜଳଭଣ୍ଡାରରେ କମ୍ ସଂରକ୍ଷଣ ସ୍ତର ଏହି ରାଜ୍ୟରେ ଜଳ ଅଭାବ ଏବଂ ଜଳସେଚନ, ପାନୀୟ ଜଳ ଏବଂ ଜଳ ବିଦ୍ୟୁତ୍ ଶକ୍ତି ପାଇଁ ରହିଥିବା ସମ୍ଭାବ୍ୟ ଆହ୍ୱାନକୁ ସୂଚାଉଛି।

7. Delhi High court: ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଦେବାଳିଆ ଘୋଷିତ ହୋଇଥିବା ଏୟାରଲାଇନ୍ ଗୋ ଫାର୍ଷ୍ଟ ପାଇଛି ଜବରଦସ୍ତ ଝଟକା ଲାଗିଛି। ଏହାର ସମସ୍ତ ୫୪ ବିମାନର ପଞ୍ଜୀକରଣ ବାତିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୫ କାର୍ଯ୍ୟଦିବସ ମଧ୍ୟରେ ଗୋ ଫାର୍ଷ୍ଟ ଦ୍ୱାରା ଲିଜ୍ ହୋଇଥିବା ବିମାନର ପଞ୍ଜୀକରଣକୁ ବାତିଲ କରିବା ପ୍ରକ୍ରିୟାକୁ ଆଗେଇ ନେବାକୁ କୋର୍ଟ ବିମାନ ଚଳାଚଳ ନିୟାମକ ମହାନିର୍ଦେଶକଙ୍କୁ କହିଛନ୍ତି। 

8. Heatwave 2024 Odisha: ଆଜି (ଅପ୍ରେଲ ୨୭) ପ୍ରଥମ ଥର ପାଇଁ ଯୁଗ୍ମ ଭାବେ ଗୋଟିଏ ଦିନରେ ତାପମାତ୍ରା ୪୩ ଡ଼ିଗ୍ରୀ ଅତିକ୍ରମ କରିଛି। ରାଜ୍ୟର ୨ ପ୍ରମୁଖ ମହାନଗର ଭୁବନେଶ୍ୱର ଠାରେ ୪୪.୬ ଡ଼ିଗ୍ରୀ ଏବଂ କଟକ ଠାରେ ୪୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର ଠାରେ ସ୍ୱାଭାବିକ ତୁଳନାରେ ୬.୮ ଡିଗ୍ରୀ ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକ ଠାରେ ୬.୩ ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି

9.IPL Match Today 2024 DC vs MI: ଅପ୍ରେଲ ୨୭ ତାରିଖ ଶନିବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ୍ ଠାରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଆଜି ଖେଳାଯାଇଥିବା ୪୩ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଧାର୍ଯ୍ୟ ୨୦ ଓଭର ରେ ୪ ୱିକେଟ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା। ୨୫୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୨୦ ଓଭର ରେ ୯ ୱିକେଟ ହରାଇ ୨୪୭ ରନ୍ ସଂଗ୍ରହ କରିଥିଲା। ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଦିଲ୍ଲୀ ଟିମ୍ ୧୦ ରନ୍ ବ୍ୟବଧାନରେ ମୁମ୍ବାଇ ଦଳକୁ ପରାସ୍ତ କରିଛି।

10.IPL Match Today 2024 LSG vs RR: ଅପ୍ରେଲ ୨୭ ତାରିଖ ଶନିବାର ଲକ୍ଷ୍ନୌ ଏକାନା ଷ୍ଟାଡିୟମ୍ ଠାର ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଚସ୍ ଏବଂ ରାଜସ୍ଥାନ ରୟାଲ୍ସ। ଆଜି ଖେଳା ଯାଇଥିବା ୪୪ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଧାର୍ଯ୍ୟ ୨୦ ଓଭର ରେ ୫ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଛି। ୧୯୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୫ ଓଭର ଖେଳ ପର୍ଯ୍ୟନ୍ତ କୌଣସି ୱିକେଟ ନ ହରାଇ ୫୦ ରନ୍ ସଂଗ୍ରହ କରିଛି।