Rahu Gochar 2024: ରାହୁ କରିବେ ନକ୍ଷତ୍ର ପରିବର୍ତ୍ତନ, ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ୱଳ
Advertisement
Article Detail0/zeeodisha/odisha2225079

Rahu Gochar 2024: ରାହୁ କରିବେ ନକ୍ଷତ୍ର ପରିବର୍ତ୍ତନ, ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ୱଳ

Rahu Gochar 2024: କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମେ ୬ ଏକ ଖାସ୍ ଦିନ ହୋଇପାରେ । ଯେଉଁ ଆଶା ଆପଣଙ୍କ ଦୀର୍ଘ ଦିନରୁ ରହିଥିଲା ତାହା ପୂରଣ ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିପାରେ ।

Rahu Gochar 2024: ରାହୁ କରିବେ ନକ୍ଷତ୍ର ପରିବର୍ତ୍ତନ, ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ୱଳ

Rahu Gochar 2024: ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାହୁ ଖୁବ ଶୀଘ୍ର ନିଜର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ୬ ମଇ ୨୦୨୪ ରେ ରାହୁ ରେବତୀ ନକ୍ଷତ୍ରରେ ଚଳନ କରିବେ ।  ସୋମବାର ଦିନ ୦୬:୩୨ ରେ ରେବତୀ ନକ୍ଷତ୍ରରେ ରାହୁଙ୍କ ପ୍ରବେଶ ହେବ । ରାହୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ । କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଦାୟକ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ ।

ମେଷ ରାଶି
ଆପଣଙ୍କ ପାଇଁ ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭଦାୟକ । ବିଭିନ୍ନ କ୍ଷେତ୍ରରୁ ଆର୍ଥିକ ଲାଭର ସମ୍ଭାବନା ରହିଛି । କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବଢିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଭଲ ଲାଭ ମିଳିବ ।

ମିଥୁନ ରାଶି
ମେ ମାସଟି ଆପଣଙ୍କ ପାଇଁ ଖୁସି ଆଣିଦେବ । ଦୀର୍ଘ ସମୟରୁ ପଡି ରହିଥିବା କାମ ଶେଷ କରିବେ । ଘରେ ସୁଖ ଶାନ୍ତିର ପରିବେଶ ରହିବ । ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।

ତୁଳା ରାଶି
କୌଣସି ସୁତ୍ରରୁ ଆପଣଙ୍କୁ ହଠାତ୍ ଟଙ୍କା ମିଳିପାରେ । ବ୍ୟବସାୟରେ ଭଲ ଲାଭ ହେବ । ରାଜନୀତି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ ଆପଣଙ୍କୁ ସୁଯୋଗ ମିଳିବ । ଚାକିରିରେ ପଦୋନ୍ନତୀର ଯୋଗ ରହିଛି ।

କୁମ୍ଭ ରାଶି
ରୋଜଗାର କରିବାର ବାଟ ଫିଟିବ । ନୂତନ ନିଯୁକ୍ତି ଆଶାୟୀଙ୍କୁ ଶୁଭ ଖବର ମିଳିବ । ବ୍ୟବସାୟରେ ଆପଣ ପ୍ରଗତି କରିବାର ସମ୍ଭାବନା ରହିଛି । ବର୍ତ୍ତମାନର ସମୟ ଆପଣଙ୍କ ଭବିଷ୍ୟତ ପାଇଁ ଫଳପ୍ରଦ ହେବ ।

ମୀନ ରାଶି
ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ । ମୀନ ରାଶିର ବ୍ୟକ୍ତିବିଶେଷଙ୍କୁ ଭାଗ୍ୟ ସାଥ୍ ଦେବ । ଆପଣଙ୍କ ଖରାପ ସମୟ ବଦଳି ଭଲ ହେବାକୁ ଲାଗିବ । ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାର ସମ୍ଭାବନା ରହିଛି । ଏହି ସମୟରେ ନିଜର ଟଙ୍କାକୁ ସଠିକ୍ ସ୍ଥାନରେ ବିନିଯୋଗ କଲେ ଭବିଷ୍ୟତରେ ଆପଣ ଭଲ ଲାଭ ପାଇବେ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Thunderstorm: କେନ୍ଦ୍ରାପଡାରେ ଭୟଙ୍କର ବଜ୍ରପାତ, ମାଆ ସହ ପୁଅର ମୃତ୍ୟୁ

Also Read- Anant Radhika Pre Wedding: ଅନନ୍ତ-ରାଧିକାଙ୍କର ହେବ ଦ୍ୱିତୀୟ ପ୍ରି ୱିଡିଂ ସେଲିବ୍ରେଶନ