Bullet Train Service in India: ଦେଶରେ କେବେ ଆରମ୍ଭ ବୁଲେଟ ଟ୍ରେନ ସେବା; ଜବାବ ରଖିଲା ରେଳବାଇ
Advertisement
Article Detail0/zeeodisha/odisha2225138

Bullet Train Service in India: ଦେଶରେ କେବେ ଆରମ୍ଭ ବୁଲେଟ ଟ୍ରେନ ସେବା; ଜବାବ ରଖିଲା ରେଳବାଇ

Mumbai Ahmedabad Bullet Train Service:  କେବେ ଆରମ୍ଭ ହେବ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ସେବା ତାହାର ଜବାବ ରଖିଛି ନ୍ୟାସନାଲ ହାଇ ସ୍ପୀଡ୍ ରେଳ କର୍ପୋରେସନ ଲିମିଟେଡ୍।

Bullet Train Service in India: ଦେଶରେ କେବେ ଆରମ୍ଭ ବୁଲେଟ ଟ୍ରେନ ସେବା; ଜବାବ ରଖିଲା ରେଳବାଇ

NHSRCL on Bullet Train Service in India: ନିକଟରେ ଦେଶରେ ବୁଲେଟ ଟ୍ରେନ ଚଳାଚଳ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ଅନେକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଯେଉଥିରେ ଦର୍ଶାଯାଇଥିଲା ଯେ ରେଳ ମନ୍ତ୍ରଣାଳୟ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରୁ ଅହମ୍ମଦାବାଦ ମାର୍ଗରେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି। ଆହୁରି ମଧ୍ୟ ଦାବି କରାଯାଇଥିଲା ଯେ ଏହି ମାର୍ଗରେ ବୁଲେଟ୍ ଟ୍ରେନ୍ ଆରମ୍ଭ ହେବା ପରେ ଦିଲ୍ଲୀ ଏବଂ ଅହମ୍ମଦାବାଦ ମଧ୍ୟରେ ଦୂରତା ସାଢେ ୩ ଘଣ୍ଟା ମଧ୍ୟରେ ଅତିକ୍ରମ କରିହେବ। ଏହା ସହିତ ରେଳଯାତ୍ରୀଙ୍କ ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ ହେବାକୁ ଅପେକ୍ଷା କରି ରହିଛନ୍ତି। ଏହି ସେବା କେବେ ଆରମ୍ଭ ଆରମ୍ଭ ହେବ ଏବଂ ଏହାର ଯାତ୍ରା ଭଡ଼ା କେତେ ରହିବ ତାହା ଉପରେ ସମଗ୍ର ଦେଶର ନଜର। କାରଣ ଏହା ହେଉଛି ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍। ଯାହା ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚଳାଚଳ କରିବ। 

ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ବୁଲେଟ ଟ୍ରେନ ସେବା ସମ୍ପର୍କରେ ସୂଚନା ଅଧିକାର ଆଇନ ଅଧିନରେ ପ୍ରଶ୍ନ କରାଯାଇଥିଲା। ଯାହାର ଜବାବ ରଖିଛି ନ୍ୟାସନାଲ ହାଇ ସ୍ପୀଡ୍ ରେଳ କର୍ପୋରେସନ ଲିମିଟେଡ୍ (National High Speed Rail Corporation Limited) ଏନଏଚଏସଆରସିଏଲ (NHSRCL)। ଏହି ପ୍ରଶ୍ନର କୁହାଯାଇଛି ଯେ ପ୍ରାୟ ୫୦୮ କିଲୋମିଟର ଲମ୍ବ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଶେଷ ହେବାର ତାରିଖ ସମସ୍ତ କାର୍ଯ୍ୟ ସହ ଜଡିତ ଟେଣ୍ଡର ଅନୁମୋଦନ ପରେ ଯାଇ ଆକଳନ କରାଯାଇ ପାରିବ। ଆପଣଙ୍କୁ କହିରଖୁଛୁ ଯେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ କରିଡର ନିର୍ମାଣ ଦାୟିତ୍ୱରେ ଏନଏଚଏସଆରସିଏଲ ରହିଛି।

Also Read: ICF Bullet Train: ପବନରେ ଉଡ଼ିବ ଆଇସିଏଫ ବୁଲେଟ୍ ଟ୍ରେନ୍; କେତେ ରହିବ ବେଗ? ଜାଣନ୍ତୁ

ଗତ ବର୍ଷ ମାର୍ଚ୍ଚ ମାସରେ ପ୍ରଦାନ କରାଯାଇଥିଲା ନିର୍ମାଣ କାର୍ଯ୍ୟ ଠିକା 
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସହ ଜଡି଼ତ ଜଣେ ଅଧିକାରୀ କହିଛନ୍ତି ଯେ ଯୋଜନା ଅନୁଯାୟୀ ଏହି ପ୍ରକଳ୍ପ ଜାରି ରହିଛି। ଅଧିକାରୀ ଜଣଙ୍କ କହିଛନ୍ତି ଯେ ୧୬୩ କିଲୋମିଟର ଲମ୍ବା ସେତୁ, ୩୦୨ କିଲୋମିଟର ଲମ୍ବା ସ୍ତମ୍ଭ ଏବଂ ୩୨୩ କିଲୋମିଟର ଲମ୍ବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏନଏଚଏସଆରସିଏଲ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମହାରାଷ୍ଟ୍ରରେ ଜମି ଅଭାବ କାରଣରୁ ସେଠାରେ ପ୍ରଥମ ଭାଗ ନିର୍ମାଣ ପାଇଁ ଠିକା ଗତ ବର୍ଷ ମାର୍ଚ୍ଚ ମାସରେ ପ୍ରଦାନ କରାଯାଇଥିଲା। 

ମଧ୍ୟ ପ୍ରଦେଶର ବାସିନ୍ଦା ଚନ୍ଦ୍ର ଶେଖର ଗୌର ଆରଟିଆଇ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରିଥିଲେ ଯେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଶେଷ ହେବାର ତାରିଖ ଏନଏଚଏସଆରସିଏଲ କହିପାରିବ କି? ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ କରିଡର ନିର୍ମାଣ ଦାୟିତ୍ୱରେ ଏନଏଚଏସଆରସିଏଲ ଏହା ଜବାବ ରଖିଥିଲା।  ଏନେଇ କୁହାଯାଇଛି ଯେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପୀଡ୍ ରେଳ ପ୍ରକଳ୍ପ (Mumbai Ahmedabad High Speed Railway Project) ଏମଏଏଚଏସଆରପି (MAHSRP) ସମାପ୍ତ ହେବାର ସମୟ ସମସ୍ତ କାର୍ଯ୍ୟ ଟେଣ୍ଡର ହେବା ପରେ ଯାଇ ଜଣାପଡିବ। ଏହି ପ୍ରକଳ୍ପ ଗତ ୨୦୧୭ ବର୍ଷରେ ଆରମ୍ଭ ହୋଇଥିଲା। ଗତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଥିଲା। ହେଲେ ଜମି ଅଧିଗ୍ରହଣ ଏବଂ କୋରୋନା ମହାମାରୀ କାରଣରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରୁ ବହୁ ବିଳମ୍ବ ହୋଇଥିଲା। ରେଳ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ସୁରଟ-ବିଲିମୋରା ମଧ୍ୟରେ ୫୦ କିଲୋମିଟର ଲମ୍ବ ପ୍ରଥମ ପର୍ଯ୍ୟାୟ ଆସନ୍ତା ୨୦୨୬ ଅଗଷ୍ଟ ପର୍ଯ୍ୟନ୍ତ ଶେଷ ହେବ। ଏହା ବ୍ୟତୀତ ଚଳିତ ବର୍ଷ ଆରମ୍ଭରେ ମଧ୍ୟ କୁହାଯାଇଥିଲା ଯେ ସମଗ୍ର ପ୍ରକଳ୍ପ ପାଇଁ ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି।