ହିନ୍ଦୁଙ୍କ ବିରୋଧରେ ଆକ୍ରମଣ ଷଡଯନ୍ତ୍ର କରୁଥିଲା ପିଏଫଆଇ; ୩ ଜଣଙ୍କୁ ଗିରଫ କଲା ପୋଲିସ
Advertisement
Article Detail0/zeeodisha/odisha1247979

ହିନ୍ଦୁଙ୍କ ବିରୋଧରେ ଆକ୍ରମଣ ଷଡଯନ୍ତ୍ର କରୁଥିଲା ପିଏଫଆଇ; ୩ ଜଣଙ୍କୁ ଗିରଫ କଲା ପୋଲିସ

PFI Leaders Arrested in Nizamabad: ବହୁ ବର୍ଷ ପୂର୍ବେ ନିଷିଦ୍ଧ ହୋଇଥିବା ଆତଙ୍କବାଦୀ ସଙ୍ଗଠନ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ ସିମି ନେତା ବର୍ତ୍ତମାନ ପିଏଫଆଇ ଗୋଷ୍ଠୀରେ ସକ୍ରିୟ ଅଛନ୍ତି।

ହିନ୍ଦୁଙ୍କ ବିରୋଧରେ ଆକ୍ରମଣ ଷଡଯନ୍ତ୍ର କରୁଥିଲା ପିଏଫଆଇ; ୩ ଜଣଙ୍କୁ ଗିରଫ କଲା ପୋଲିସ

PFI Leaders Arrested in Nizamabad: ରାଜ୍ୟର ନିଜାମବାଦ ଜିଲ୍ଲାରୁ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଗୋଷ୍ଠୀର ୩ ନେତାଙ୍କୁ ଗିରଫ କରିଛି ତେଲେଙ୍ଗାନା ପୋଲିସ। ଗିରଫ ହୋଇଥିବା ସଙ୍ଗଠନର ନେତା ମୁସଲିମ ଯୁବକଙ୍କୁ କରାଟେ ପ୍ରଚାର ପ୍ରସାର ନାମରେ ଅସ୍ତ୍ରଶସ୍ତ୍ର ଏବଂ ଆକ୍ରମଣ ପାଇଁ ତାଲିମ ଦେବା ପାଇଁ ଶିବିର ଚଳାଉଥିଲେ। ପୋଲିସ ସୂତ୍ର ଅନୁସାରେ ଏହି ଶିବିରରେ ହିନ୍ଦୁ ସମ୍ପ୍ରଦାୟକୁ ଟାର୍ଗେଟ କରି ଆକ୍ରମଣ କରିବା ଲାଗି ମୁସଲିମ ଯୁବକଙ୍କୁ ତାଲିମ ଦିଆଯାଉଥିଲା।

ଏନେଇ ପ୍ରତିକ୍ରିୟା ରଖି ନିଜାମାବାଦ ପୋଲିସ କମିଶନର କେ.ଆର ନାଗରାଜୁ କହିଛନ୍ତି ଗିରଫ ହୋଇଥିବା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ( Popular Front of India) ପିଏଫଆଇ (PFI) ଗୋଷ୍ଠୀର ୩ ଜଣ ନେତାଙ୍କ ପାଖରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଅସ୍ତ୍ରଶସ୍ତ୍ର ସେମାନଙ୍କ ଦ୍ୱାରା ଦିଆଯାଉଥିବା ତାଲିମ ଶିବିରରେ ବ୍ୟବହୃତ ହେଉଥିଲା। ଏହି ଶିବିରରେ ଅଂଶଗ୍ରହଣ କରୁଥିବା ଯୁବକଙ୍କୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ଆକ୍ରମଣ କରିବାକୁ ତାଲିମ ଦିଆଯାଇଥିଲା। ଗିରଫ ହୋଇଥିବା ପିଏଫଆଇ ନେତାଙ୍କ ୩୦ ଜଣ ସହଯୋଗୀଙ୍କ ବାବଦରେ ଖବର ମିଳିଛି। ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଏହି ଚରମପନ୍ଥୀ ଇସଲାମୀୟ ସଙ୍ଗଠନର ପୁରୁଣା ଅପରାଧିକ ରେକର୍ଡ ଯାଞ୍ଚ କରାଯିବ। 

ବହୁ ବର୍ଷ ପୂର୍ବେ ନିଷିଦ୍ଧ ହୋଇଥିବା ଆତଙ୍କବାଦୀ ସଙ୍ଗଠନ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (Students Islamic Movement of India) ସିମି (SIMI) ନେତା ବର୍ତ୍ତମାନ ପିଏଫଆଇ ଗୋଷ୍ଠୀରେ ସକ୍ରିୟ ଅଛନ୍ତି। ସେମାନେ ମୁସଲିମ ବହୁଳ ଅଞ୍ଚଳରେ ଏପରି କରାଟେ ଶବିରି ଆୟୋଜନ କରିଥାନ୍ତି ହେଲେ ବାସ୍ତବରେ ଏହି ଶିବିରରେ କରାଟେ ସହିତ କୌଣସି ସମ୍ପର୍କ ନଥାଏ। ଯେଉଁଠାରେ ଏହି ଶିବିର ଆୟୋଜନ କରାଯାଏ ସେଠାକାର ମୁସଲିମ ଯୁବକଙ୍କୁ ବହୁ ସଂଖ୍ୟାରେ ଡକାଯାଇ କରାଟେ ତଥା ଅସ୍ତ୍ରଶସ୍ତ୍ର ଚାଳନା ତାଲିମ ଦିଆଯାଏ। କିପରି ଅଣ ମୁସଲିମ ସମ୍ପ୍ରଦାୟ ଉପରେ ଆକ୍ରମଣ କରି ପ୍ରାଧାନ୍ୟ ବିସ୍ତାର କରାଯିବ ତାହାର ପ୍ରଶିକ୍ଷଣ ଏହି ଶିବିରରେ ଦିଆଯାଏ।

ଏହି ଶିବିରରେ ହିନ୍ଦୁଙ୍କୁ ସିଧାସଳଖ ଟାର୍ଗେଟ କରି ଆକ୍ରମଣ କରିବା ଲାଗି ତାଲିମ ଦିଆଯାଏ। ହେଲେ ଏପରି କିଛି ଲୋକ ଏହି ଶିବିରରେ ଏହା ଶିକ୍ଷା ଦିଆଯାଏ ଯେ ଯେଉଁମାନେ ଇସଲାମ କିମ୍ବା ଏହାର ପ୍ରତିଷ୍ଠାତା ପୈଗମ୍ବର ମହମ୍ମଦଙ୍କ ବାବଦରେ କୌଣସି ମତାମତ ରଖିଥାନ୍ତି। ଏଭଳି ଶିବିର ଆୟୋଜନ ପାଇଁ ପିଏଫଆଆଇ ଏକ ବଡ଼ ନେଟୱାର୍କ ସ୍ଥାପନ କରିଛି ବୋଲି ନିଜାମାବାଦ ପୋଲିସ କମିଶନର କେ.ଆର ନାଗରାଜୁ କହିଛନ୍ତି। ଏ ପର୍ଯ୍ୟନ୍ତ ଏଭଳି ଶିବିର ଆୟୋଜନ କରିବାରେ ସମ୍ପୃକ୍ତ ରହିଥିବା ୨୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି।

ପିଏଫଆଇର ପକ୍ଷରୁ ପରିଚାଳିତ ହେଉଥିବା  ଏହି ଅଭିଯାନର ନେତା ହେଉଛନ୍ତି ୫୨ ବର୍ଷୀୟ ଅବଦୁଲ କାଦିର। ସେ ମୁସଲିମ ବହୁଳ ଅଞ୍ଚଳରେ ଯୁବକଙ୍କ ବ୍ରେନ ୱାଶ କରି ଏହି ଶିବିରକୁ ଆଣୁଥିଲା ଏବଂ ପରେ ହିନ୍ଦୁଙ୍କୁ ସେମାନଙ୍କ ଶତ୍ରୁ ବୋଲି କହି ସେମାନଙ୍କ ଉପରେ  ଆକ୍ରମଣ କରିବାକୁ ତାଲିମ ଦେଉଥିଲେ। ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଛି। ବୁଧବାର ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କ ପାଖରୁ ବିବାଦୀୟ ସାହିତ୍ୟ ମଧ୍ୟ ଜବତ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପିଏଫଆଇ କାର୍ଯ୍ୟକଳାପ ଉପରେ ଏକ ଗଭୀର ଅନୁସନ୍ଧାନ ଆରମ୍ଭ କରାଯାଉଥିବା କହିଛନ୍ତି ନିଜାମାବାଦ ପୋଲିସ କମିଶନର କେ.ଆର ନାଗରାଜୁ। 

Also Read: ମସଜିଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଗର୍ଜିଲା PFI

Also Read: RSS ବିରୋଧରେ ରାଲି ବାହାର କଲା PFI;ଲାଗିଲା ହିନ୍ଦୁ-ଖ୍ରୀଷ୍ଟିଆନ ବିରୋଧି ନାରା

Also Read: ହିଜାବ ବିବାଦ ମଧ୍ୟରେ PFI ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ରାଜ୍ୟରେ ଉଠିଲା ଦାବି