Captain Amarinder Singh: ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ପିଏଲସି ଅଧ୍ୟକ୍ଷ କ୍ୟାପ୍ଟେନ ଅମରିନ୍ଦର ସିଂହ। ସେବେଠାରୁ ତାଙ୍କ ଦଳର ବିଜେପିରେ ବିଲୟ ହୋଇଯିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। କଂଗ୍ରେସ ଛାଡ଼ିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆ ଦଳ ଗଠନ କରିଥିଲେ।
Trending Photos
PLC merge with BJP: ଦଳକୁ ବିଜେପିରେ ବିଲୟ କରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ କ୍ୟାପ୍ଟେନ ଅମରିନ୍ଦର ସିଂହ। ଆସନ୍ତା ୧୯ ତାରିଖ ସୋମାବାର ବିଜେପି କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟଜେପି ନଡ୍ଡାଙ୍କ ଉପସ୍ଥିତିରେ କ୍ୟାପ୍ଟେନ ତାଙ୍କ ଦଳକୁ ବିଜେପିରେ ବିଲୟ ନେଇ ଘୋଷଣା କରିବେ। ଦଳର ବିଲୟ ପରେ ସେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବ। ଏହି ଅବସରରେ ଅନେକ ପୂର୍ବତନ ବିଧାୟକଙ୍କ ବ୍ୟତୀତ ତାଙ୍କ ଝିଅ ଜୟ ଇନ୍ଦର କୌର, ପୁଅ ରାମିନ୍ଦର ସିଂହ ଏବଂ ନାତି ନିର୍ବାଣ ସିଂହ ମଧ୍ୟ ବିଜେପି ହାତ ଧରିବେ। ଯଦିଓ ତାଙ୍କ ପତ୍ନୀ ପରଣୀତି କୌର ବର୍ତ୍ତମାନ ପଟିଆଲା ଲୋକସଭା ଆସନର କଂଗ୍ରେସ ସାଂସଦ ଅଛନ୍ତି। କ୍ୟାପ୍ଟେନଙ୍କୁ ବିଜେପି କିଛି ବଡ ଦାୟିତ୍ୱ ଦେଇପାରେ ବୋଲି ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ (Former Punjab Chief Minister) କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ (Captain Amarinder Singh) ସହଯୋଗୀ କେ.କେ ଶର୍ମା କହିଛନ୍ତି ଯେ ସେପ୍ଟେମ୍ବର ୧୯ ତାରିଖରେ ଦଳର ବିଲୟ ପରେ (PLC merge with BJP) ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ପିଏଲସି କର୍ମକର୍ତ୍ତା (PLC Worker) ପଟିଆଲା ଠାରେ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ବିଜେପିରେ ଯୋଗଦାନ କରିବେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଜାବରେ ବିଧାନସଭା ନିର୍ବାଚନରେ (Punjab Assembly Election 2022) ପିଏଲସି ବିଜେପି ସହ ମେଣ୍ଟ (BJP PLC Alliance) କରି ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ସେବେଠାରୁ କ୍ୟାପ୍ଟେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi), କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ (BJP National President JP Nadda) ସହ ଘନିଷ୍ଠ ହୋଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କୁ ଭେଟିଛନ୍ତି। ନିକଟରେ ପଟିଆଲାସ୍ଥିତ ମୋତି ବାଗ ପ୍ୟାଲେସ ଠାରେ ପିଏଲସି କର୍ମକର୍ତ୍ତାଙ୍କ ଏକ ବୈଠକରେ ତାଙ୍କ ଝିଅ ଜୟ ଇନ୍ଦର କୌର ତାଙ୍କୁ ୧୯ ସେପ୍ଟେମ୍ବରରେ ଦିଲ୍ଲୀ ପହଞ୍ଚିବାକୁ ଅନୁରୋଧ କରିଛନ୍ତି।
Also Read: Operation Lotus: ଆପ କୁ ଘାରିଲା ଗୋଆ ଡର, ପଞ୍ଜାବରେ ନେଲା ଏହି ବଡ଼ ନିଷ୍ପତ୍ତି
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ପିଏଲସି ଅଧ୍ୟକ୍ଷ କ୍ୟାପ୍ଟେନ ଅମରିନ୍ଦର ସିଂହ। ସେବେଠାରୁ ତାଙ୍କ ଦଳର ବିଜେପିରେ ବିଲୟ ହୋଇଯିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। କଂଗ୍ରେସ ଛାଡ଼ିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆ ଦଳ ଗଠନ କରିଥିଲେ। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା। ମାତ୍ର ଏହି ନିର୍ବାଚନରେ ପିଏଲସି-ବିଜେପି ମେଣ୍ଟ ସେପରି କୌଣସି ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲା।
ଏହାର କିଛି ଦିନ ପୂର୍ବରୁ କ୍ୟାପ୍ଟେନ ଅମରିନ୍ଦର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ଭେଟଘାଟ ପରେ କ୍ୟାପ୍ଟେନ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟି ପଞ୍ଜାବର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ।