Political Trip: ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଛି ରାଜନୈତିକ ଯାତ୍ରା, ରାହୁଲ ଗାନ୍ଧୀଙ୍କୁ ମିଳିବ ଲାଭ?
Advertisement

Political Trip: ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଛି ରାଜନୈତିକ ଯାତ୍ରା, ରାହୁଲ ଗାନ୍ଧୀଙ୍କୁ ମିଳିବ ଲାଭ?


Political Trips of Politician:  କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଦଳ ଲାଗି 'ସଞ୍ଜୀବନୀ' ପ୍ରମାଣିତ ହେବ ନା ନାହିଁ ତାହା ସମୟ କହିବ। ଏହା ପୂର୍ବରୁ ସେ ଭଟ୍ଟା ପରସୌଲ କୃଷକଙ୍କ ପାଇଁ ପଦଯାତ୍ରା ସମେତ ଅନ୍ୟ କିଛି ଛୋଟ ଯାତ୍ରା ମଧ୍ୟ କରି ସାରିଛନ୍ତି।

Political Trip: ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଛି ରାଜନୈତିକ ଯାତ୍ରା, ରାହୁଲ ଗାନ୍ଧୀଙ୍କୁ ମିଳିବ ଲାଭ?

Congress Leader Rahul Gandhi: ସେପ୍ଟମ୍ବର ୭ ତାରିଖ ବୁଧବାର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଭାରତ ଯୋଡ଼ ଯାତ୍ରା। ପ୍ରାୟ ୧୫୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ତାମିଲନାଡୁ କନ୍ୟାକୁମାରୀ ଠାରୁ କାଶ୍ନୀର ପର୍ଯ୍ୟନ୍ତ ଚାଲିବ। ତାମିଲନାଡୁରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପ୍ରାୟ ୧୫୦ ଦିନ ଧରି ଚାଲିବାକୁ ଥିବା ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀ ଠାରୁ କାଶ୍ନୀର (Kashmir to Kanyakumari) ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରା ମୋଟ ୩୫୦୦ କିମି ଦୂରତା ଅତିକ୍ରମ କରିବା ସହ ଦେଶର ୧୧ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟନ୍ତ ଯିବ। 

କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଦଳ 'ସଞ୍ଜୀବନୀ' ପ୍ରମାଣିତ ହେବ ନା ନାହିଁ ତାହା ସମୟ କହିବ। ଏହା ପୂର୍ବରୁ ସେ ଭଟ୍ଟା ପରସୌଲ କୃଷକଙ୍କ ପାଇଁ ପଦଯାତ୍ରା ସମେତ ଅନ୍ୟ କିଛି ଛୋଟ ଯାତ୍ରା ମଧ୍ୟ କରି ସାରିଛନ୍ତି। ହେଲେ ଅତୀତରେ ଅନେକ ରାଜନୈଚତିକ ଯାତ୍ରା ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଛି। ପ୍ରାୟ ୩୨ ର୍ଷ ପୂର୍ବେ ବିଜେପି ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ରାମ ରଥ ଯାତ୍ରା ହେଉ କିମ୍ବା କିଛି ବର୍ଷ ପୂର୍ବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପଦଯାତ୍ରା ହେଉ, ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିଛି। ଅବଶ୍ୟ ଏପରି କିଛି ଯାତ୍ରା ରହିଛି ଯାହାର କୌଣସି ଗୁରୁତ୍ୱ ରାଜନୀତିରେ ଅନୁଭୂତ ହୋଇନାହିଁ। 

ସ୍ୱାଧିନ ଭାରତ ବର୍ଷରେ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଠାରୁ ଚର୍ଚ୍ଚିତ ପଦ ଯାତ୍ରା କରିଥିଲେ ଦେଶର ଅଷ୍ଟମ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର। ସେ ୧୯୮୩ ମସିହାରେ କନ୍ୟାକୁମାରୀ ଠାରୁ ତାଙ୍କର ପଦଯାତ୍ରାା ଆରମ୍ଭ କରି ଦିଲ୍ଲୀ ରାଜଘାଟ ଠାରେ ପହଞ୍ଚିଥିଲେ। ଦେଶର ସାଧାରଣ ଲୋକଙ୍କ ସହ ଯୋଡିହେବା ଲକ୍ଷ୍ୟରେ ସେ ଏହି ଯାତ୍ରା କରିଥିଲେ। ଏହି ଯାତ୍ରା ପରେ ତାଙ୍କୁ 'ମାରାଥନ୍ ମ୍ୟାନ୍' ନାମ ଦିଆ ଯାଇଥିଲା। ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହି ଗସ୍ତ ପରେ ୧୯୮୪ ଲୋକସଭା ନିର୍ବାଚନରେ ​​କୌଣସି ପ୍ରଭାବ ପଡି ନଥିଲା। ଏହାର ମୁଖ୍ୟ କାରଣ ଏହା ଯେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସାରା ଦେଶରେ କଂଗ୍ରେସ ସପକ୍ଷରେ ସମର୍ଥନ ଛୁଟିବାରେ ଲାଗିଥିଲା। ଏହି ଗସ୍ତ ପରେ ଚନ୍ଦ୍ରଶେଖରଙ୍କ ରାଜନୈତିକ ସ୍ଥିତି ବୃଦ୍ଧି ପାଇଥିଲା। ଏହାର କିଛି ବର୍ଷ ପରେ ଅର୍ଥାତ ୧୯୯୦ ଦଶକରେ ସ୍ୱଳ୍ପ ସମୟ ସମାଜବାଦୀ ନେତା ଚନ୍ଦ୍ରଶେଖର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

Also Read: Rahul Gandhi: କାହିଁକି ଭାରତ ଯୋଡ଼ ଯାତ୍ରା ଆରମ୍ଭ କଲା କଂଗ୍ରେସ?

 

୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମୁମ୍ବାଇ ଠାରେ ଆୟୋଜିତ ହୋଇଥିବା ଦଳୀୟ ସମ୍ମିଳନୀରେ 'କଂଗ୍ରେସ ସନ୍ଦେଶ ଯାତ୍ରା' ଆରମ୍ଭ କରିଥିଲେ ଏବଂ ପରେ କଂଗ୍ରେସ ସେବା ଦଳ ଏହାକୁ ସମଗ୍ର ଦେଶରେ ପ୍ରସାର କରାଇଥିଲା।

ଭାରତୀୟ ରାଜନୀତିରେ ସବୁ ଠାରୁ ଚର୍ଚ୍ଚିତ ଯାତ୍ରା ଥିଲା ବିଜେପି ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ରାମ ରଥ ଯାତ୍ରା। ଯାହାର ପ୍ରଭାବ ରାଜନୈତିକ ଏବଂ ସାାମାଜିକ ସ୍ତରରେ ଅନୁଭୂତ ହୋଇଥିଲା। ଏହି ଯାତ୍ରା ବିଜେପି ଲାଗି ସଞ୍ଜୀବନ ସଦୃଶ୍ୟ ହୋଇଥିଲା। ଏହି ଯାତ୍ରାର କିଛି ବର୍ଷ ପରେ ବିଜେପି ପ୍ରଥମ ଥର ପାଇଁ କେନ୍ଦ୍ରରେ ୧୯୯୬ ମସିହାରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। କେବଳ ଏତିକି ନୁହେଁ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ସରକାର ଗଠନ କରିଥିଲା ବିଜେପି। ଏହି ଗସ୍ତ ପ୍ରକୃତ ଅର୍ଥରେ ଜାତୀୟ ରାଜନୀତିରେ ବିଜେପି ଲାଗି ପଥ ପରିଷ୍କାର କରିଥିଲା।

୨୦୦୩ ବର୍ଷରେ ତତ୍କାଳୀନ ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତା ରାଜଶେଖର ରେଡ୍ଡୀ ନିଜର ୧୩୦୦ କିଲୋମିଟର ଲମ୍ବା ପଦଯାତ୍ରା କରିଥିଲେ। ଯାହାର ଲାଭ କଂଗ୍ରେସ ଉଠାଇଥିଲା। ଏହି ଯାତ୍ରାର ବର୍ଷକ ପରେ ଅର୍ଥାତ ୨୦୦୪ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିବା ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦଳର ଦିବଂଗତ ନେତା ରାଜଶେଖର ରେଡ୍ଡୀ।    

୨୦୦୪ ବର୍ଷରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସଫଳତାକୁ ଆଲୋକିତ କରି 'ଭାରତ ଉଦୟ ଯାତ୍ରା' ବାହାର କରିଥିଲେ। ଯଦିଓ ଏହାର କୌଣସି ପ୍ରଭାବ ଅନୁଭୂତ ହୋଇନଥିଲା। ସେହି ବର୍ଷ ଅନୁଷ୍ଠିତ ହୋଇଥିବା ଚତୁର୍ଦ୍ଦଶ ଲୋକସଭା ନିର୍ବାଚନରେ ​​ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପରାସ୍ତ ହୋଇଥିଲା।

୨୦୧୭ ବର୍ଷରେ ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତାଙ୍କ ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ପଦାଙ୍କ ଅନୁସରଣ କରି ରାଜ୍ୟବ୍ୟାପୀ ପଦଯାତ୍ରା କରିଥିଲେ। ଯାହାର ଫାଇଦା ତାଙ୍କ ଦଳ ୱାଏସଆର କଂଗ୍ରେସ ପାର୍ଟି କୁ ୨୦୧୯ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ମିଳିଥିଲା। 

୨୦୧୭ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ରାଜ୍ୟରେ ନର୍ମଦା ଯାତ୍ରା ନାମରେ  ଏକ ଧାର୍ମିକ ତଥା ଆଧ୍ୟାତ୍ମିକ ଯାତ୍ରା ଆୟୋଜନ କରିଥିଲେ। ସେ ତାଙ୍କର ଏହି ୩୩୦୦ କିଲୋମିଟର ଲମ୍ବା ଯାଦ୍ରା ସମୟରେ ରାଜ୍ୟର ସମସ୍ତ ୨୩୦ ବିଧାନସଭା ଆସନ ମଧ୍ୟରୁ ୧ ଶହରୁ ଅଧିକ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଥିଲେ। ଏହି ସମୟରେ ଦିଗବିଜୟ ସିଂହ ରାଜ୍ୟବାସୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ଯାହାର ଲାଭ କଂଗ୍ରେସ ୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଉଠାଇଥିଲା।  ପ୍ରାୟ ୧୫ ବର୍ଷର ବନବାସ ପରେ କଂଗ୍ରେସ ମଧ୍ୟ ପ୍ରଦେଶର ଶାସନ ଗାଦିରେ ବସିଥିଲା। 

ଗତ ବର୍ଷ କେନ୍ଦ୍ରରେ କ୍ଷମତାସୀନ ବିଜେପି ପକ୍ଷରୁ ଜନ ଆର୍ଶୀର୍ବାଦ ଯାତ୍ରା ଆୟୋଜନ କରାଯାଇଥିଲା। ଯେଉଁଥିରେ ୩୯ ଜଣ କେନ୍ଦ୍ରମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନେ ଦେଶର ୨୨ ରାଜ୍ୟର ୨୧୨ ଲୋକସଭା ଆସନ ପରିଦର୍ଶନ କରି କେନ୍ଦ୍ର ସରକାରଙ୍କ ନୀତି ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ।