Maharashtra Politics: ଏକନାଥ ସିନ୍ଦେଙ୍କ ସହ ମୁକାବିଲା କରିବା ଲାଗି ଅଣ୍ଟାଭିଡ଼ିଲେ ଉଦ୍ଧବ ଠାକରେ
Advertisement
Article Detail0/zeeodisha/odisha1284181

Maharashtra Politics: ଏକନାଥ ସିନ୍ଦେଙ୍କ ସହ ମୁକାବିଲା କରିବା ଲାଗି ଅଣ୍ଟାଭିଡ଼ିଲେ ଉଦ୍ଧବ ଠାକରେ

Maharashtra Politics:  ଉଦ୍ଧବ ଠାକରେ ଠାଣେ ଜିଲ୍ଲାରେ ଏକନାଥ ସିନ୍ଦେଙ୍କୁ ଚେକମେଟ ଦେବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। 

Maharashtra Politics: ଏକନାଥ ସିନ୍ଦେଙ୍କ ସହ ମୁକାବିଲା କରିବା ଲାଗି ଅଣ୍ଟାଭିଡ଼ିଲେ ଉଦ୍ଧବ ଠାକରେ

Shinde vs Thackeray Fight: ମହାରାଷ୍ଟ୍ରରେ ରାଜନୀତିରେ ହୋଇଥିବା କଳହ ହେତୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହୋଇଥିଲା। ତାଙ୍କ ସରକାର ବିରୋଧରେ ତାଙ୍କ ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ବ୍ୟତୀତ ଅନ୍ୟ କେହି ବିଦ୍ରୋହ କରିଥିଲେ। ବର୍ତ୍ତମାନ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରି ବିଜେପି ସମର୍ଥନରେ ରାଜ୍ୟର ସରକାର ଚଳାଉଛନ୍ତି। ଶିବସେନାରେ ହୋଇଥିବା ବିଭାଜନ କରିବା ପରେ ବର୍ତ୍ତମାନ ସିନ୍ଦେ ଠାକରେ ପରିବାର ଉପରେ ନଜର ପକାଇଛନ୍ତି। ଏହି କ୍ରମରେ ସେ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ନାତି ନିହାର ଠାକରେଙ୍କୁ ତାଙ୍କ ଗୋଷ୍ଠୀରେ ସାମିଲ କରିଛନ୍ତି। ବର୍ତ୍ତମାନ ଉଦ୍ଧବ ଠାକରେ ଠାଣେ ଜିଲ୍ଲାରେ ଏକନାଥ ସିନ୍ଦେଙ୍କୁ ଚେକମେଟ ଦେବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସ୍ୱର୍ଗତ ଆନନ୍ଦ ଦିଘେ ସାହେବଙ୍କ ଭଣଜା କେଦାର ଦିଘେଙ୍କୁ ଠାଣେ ଜିଲ୍ଲା ଶାଖା ମୁଖ୍ୟ ଦାୟିତ୍ୱ ପ୍ରଦାନ କରିଛନ୍ତି।

ମହାରାଷ୍ଟ୍ର (Maharashtra) ଠାଣେ (Thane) ଅଞ୍ଚଳର ରାଜନୀତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ରାଜନୈତିକ ଗୁରୁ ତଥା ଦିବଂଗତ ଶିବସେନା ନେତା ଆନନ୍ଦ ଦିଘେ ସାହେବଙ୍କ (Anand Dighe Saheb) ବେଶ ଭଲ ପ୍ରଭାବ ରହିଥିଲା। ଗୁରୁ ଆନନ୍ଦ ଦିଘେଙ୍କ ଆଶୀର୍ବାଦ ବଳରେ ସିନ୍ଦେ ଠାଣେ ଜିଲ୍ଲାରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସିନ୍ଦେଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ଠାଣେ ଜିଲ୍ଲା ଶିବସେନା ଗଡ଼ ଭାବେ ପରିଗଣିତ ହୋଇଥିଲା। ହେଲେ ଦଳରେ ହୋଇଥିବା ବିଦ୍ରୋହ ପରେ ଲୋକେ ଏବେ ଏକନାଥ ସିନ୍ଦେଙ୍କ ସମର୍ଥନରେ ବାହାରିଛନ୍ତି। ଦଳର ସମର୍ଥନ ଆଧାରକୁ ବଞ୍ଚାଇବା ପାଇଁ ଉଦ୍ଧବ ଠାକରେ (Uddhav Thackeray) କେଦାର ଦୀଘେଙ୍କୁ ଶିବସେନା ଠାଣେ ଜିଲ୍ଲା ମୁଖ୍ୟ ଦାୟିତ୍ୱ ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ ଆନନ୍ଦ ଦିଘେଙ୍କ ଘନିଷ୍ଠ ସହଯୋଗୀ ତଥା ଶିବସେନା ମହିଳା ଶାଖା ମୁଖ୍ୟ ଅନିଜା ବିରଜେଙ୍କୁ ଉପନେତା ଭାବରେ ନିଯୁକ୍ତ କରିଛନ୍ତି। 

ନିକଟ ଅତୀତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥନରେ ଆସି ଶିବସେନା ଠାଣେ ଜିଲ୍ଲା ମୁଖ୍ୟ ପଦ ଛାଡ଼ିଥିଲେ ନରେଶ ମାସ୍କେ। ତାଙ୍କର ଇସ୍ତଫା ପରେ ଉଦ୍ଧବ ଠାକରେ ଜିଲ୍ଲା ଦାୟିତ୍ୱ ନେବାକୁ ଜଣେ ଶକ୍ତିଶାଳୀ ନେତା ଖୋଜୁଥିଲେ। ସେ ସିନ୍ଦେଙ୍କ ରାଜନୈତିକ ଗୁରୁ ଆନନ୍ଦ ଦିଘେଙ୍କ ଭଣଜା କେଦାର ଦୀଘେଙ୍କୁ ଶିବସେନା ଠାଣେ ଜିଲ୍ଲା ମୁଖ୍ୟ ଦାୟିତ୍ୱ ପ୍ରଦାନ କରି ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ତାହା ହେଉଛି ପ୍ରକୃତ ଶିବସେନା ନେତୃତ୍ୱ ଉଦ୍ଧବ ଠାକେରଙ୍କ ହାତରେ ରହିଛି। ସେ ପୁରୁଣା ଶିବସେନା ନେତାଙ୍କ ରାଜନୈତିକ ସାମ୍ରାଜ୍ୟ ସମ୍ଭାଲୁଛନ୍ତି। ଉଭୟ ସିନ୍ଦେ-ଠାକରେ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି କହୁଛନ୍ତି। ହେଲେ ବର୍ତ୍ତମାନ ଏହି  ମାମଲା ଅଦାଲତରେ ବିଚରାଧିନ ରହିଛି।

ଶିବସେନା ଉପନେତା ଭାବେ ନିଯୁକ୍ତ ହେବା ପରେ ଅନୀତା ବିରଜେ ସୋମବାର ସିନ୍ଦେ ଗୋଷ୍ଠୀକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ସେମାନେ ଶିବ ସୈନିକଙ୍କ (Shiv Sainik) ଭାବନା ସହ ଖେଳିବା ଠିକ ନୁହେଁ। ଯଦି ସେମାନେ ଏପରି କରିବାକୁ ଚେଷ୍ଟା କରନ୍ତି ତାହେଲେ  ଆମେ ଏହାର ଜବାବ ଦେବୁ। ଠାଣେ ସ୍ଥିତ ଆନନ୍ଦ ଆଶ୍ରମରେ ସ୍ୱର୍ଗତ ଶିବସେନା ନେତା ଆନନ୍ଦ ଦିଘେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେ କହିଛନ୍ତି ଯେ ଦଳରେ ବିଦ୍ରୋହ ପରେ ଶିବ ସୈନିକ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ହେଲେ ଦଳର ନୂତନ ନେତା ନିଯୁକ୍ତି ହେବା ପରେ ସେମାନେ ଲୋକଙ୍କ କାମ କରିବା ଲାଗି ଆଗେଇ ଆସିଛନ୍ତି। ଆମେ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ ଦ୍ୱାରା ନିର୍ମିତ ପଥ ଅନୁସରଣ କରିବୁ। ଯେଉଁଥିରେ ୮୦ ପ୍ରତିଶତ ସାମାଜିକ କାର୍ଯ୍ୟ ଏବଂ ୨୦ ପ୍ରତିଶତ ରାଜନୀତି କରାଯାଇଥାଏ। 

Also Read: Maharashtra Politics: ସିନ୍ଦେ ଗୋଷ୍ଠୀ ବିଦ୍ରୋହ ନୁହେଁ କରିଛି ବିଶ୍ୱାସ ଘାତକତା

Also Read: Maharashtra Politics: ଉଦ୍ଧବ ଠାକେରଙ୍କୁ ଝଟକା ଦେଲେ ପୁରୁଖା ଶିବସେନା ନେତା