Maharashtra Politics: ସିନ୍ଦେ ଗୋଷ୍ଠୀ ବିଦ୍ରୋହ ନୁହେଁ କରିଛି ବିଶ୍ୱାସ ଘାତକତା
Advertisement
Article Detail0/zeeodisha/odisha1277077

Maharashtra Politics: ସିନ୍ଦେ ଗୋଷ୍ଠୀ ବିଦ୍ରୋହ ନୁହେଁ କରିଛି ବିଶ୍ୱାସ ଘାତକତା

Maharashtra Politics: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କହିଛନ୍ତି ସିନ୍ଦେ ଗୋଷ୍ଠୀ ବିଦ୍ରୋହ କରିନାହାଁନ୍ତି ବରଂ ବିଶ୍ୱାସଘାତକତା କରିଛି। ସିନ୍ଦେଙ୍କୁ କଟାକ୍ଷ କରି ଠାକରେ କହିଛନ୍ତି ସେ ଜଣେ ପୁରୁଷ ନୁହଁନ୍ତି ବରଂ ଜଣେ ଚୋର।

Maharashtra Politics: ସିନ୍ଦେ ଗୋଷ୍ଠୀ ବିଦ୍ରୋହ ନୁହେଁ କରିଛି ବିଶ୍ୱାସ ଘାତକତା

Uddhav Thackeray: ରବିବାର ମୁମ୍ବାଇସ୍ଥିତ କାଲାଚୋକି ଅଞ୍ଚଳରେ ଦଳର ଏକ ନୂତନ ଶାଖା ଉଦଘାଟନ କରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ବିରୋଧି ସିନ୍ଦେ ଗୋଷ୍ଠୀ ଉଦ୍ଦେଶ୍ୟରେ ବର୍ଷିଛନ୍ତି। ଶିବସୈନିକଙ୍କୁ ସମ୍ବୋଧିତ କରିବା ଅବସରରେ ଉଦ୍ଧବ ଠାକରେ ସିନ୍ଦେ ଗୋଷ୍ଠୀକୁ ବିଦ୍ରୋହୀ ବଦଳରେ ଗଦ୍ଦାର ଭାବେ ଦର୍ଶାଇବାକୁ ପଛାଇନାହାଁନ୍ତି।

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କହିଛନ୍ତି ସିନ୍ଦେ ଗୋଷ୍ଠୀ (Shinde Faction) ବିଦ୍ରୋହ କରିନାହାଁନ୍ତି ବରଂ ବିଶ୍ୱାସଘାତକତା କରିଛି। ଯଦି ଆପଣଙ୍କ ପାଖରେ ସାହସ ଅଛି ତାହେଲେ ଆପଣ ନିଜ ପିତାଙ୍କ ନାମରେ ଠିଆ ହୋଇ ଦେଖାନ୍ତୁ ବୋଲି ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଉଦ୍ଧବ ଠାକରେ। ସିନ୍ଦେ ଗୋଷ୍ଠୀ କେବଳ ଦଳ ଚୋରି କରିନାହିଁ ବରଂ ସେମାନେ ତାଙ୍କ ପିତା ତଥା ଶିବସେନା ସଂସ୍ଥାପକ (Shiv Sena founder) ବାଲା ସାହେବ ଠାକରେଙ୍କୁ (Bala Saheb Thackeray) ମଧ୍ୟ ଚୋରି କରି ନେବାକୁ ବାହାରିଛନ୍ତି। ସିନ୍ଦେଙ୍କୁ କଟାକ୍ଷ କରି ଠାକରେ କହିଛନ୍ତି ସେ ଜଣେ ପୁରୁଷ ନୁହଁନ୍ତି ବରଂ ଜଣେ ଚୋର।

ଦଳୀୟ ମୁଖପାତ୍ର ସାମନାକୁ (ShivSena Mouthpiece Saamana) ଏକ ସାକ୍ଷାତକାର ଦେଇଛନ୍ତି ଶିବସେନା ଉଦ୍ଧବ ଠାକରେ। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ସାକ୍ଷାତକାର ଦେଇଛନ୍ତି ସେ। ଦଳୀୟ ମୁଖପତ୍ରକୁ ଦେଇଥିବା ସାକ୍ଷତକାରରେ ଉଦ୍ଧବ ଠାକରେ କହିଛନ୍ତି ଯେ ବିଶ୍ୱାସଘାତକ ଲୋକେ ସେମାନଙ୍କ ଦେହରେ ଲାଗିଥିବା ଦାଗ ହଟାଇ ପାରିବ ନାହିଁ। ସେମାନେ ଆଉ କେବେ ବିଜୟୀ ହେବେ ନାହିଁ। ଜନସାଧାରଣ ସେମାନଙ୍କୁ ଘରେ ବସାଇ ଦେବେ।

ହିନ୍ଦୁତ୍ୱ ପ୍ରସଙ୍ଗରେ ବିଜେପି ବିରୋଧରେ ବର୍ଷି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଅଭିଯୋଗ କହିଛନ୍ତି ଯେ ସେମାନେ ରାଜନୀତି ଲାଗି ହିନ୍ଦୁତ୍ୱ ନାଟକ କରୁଛି। ହେଲେ ଶିବସେନା ହିନ୍ଦୁତ୍ୱ ରାଜନୀତି କରୁଛି। ରାଜନୀତି ଲାଗି ବିଜେପି ହିନ୍ଦୁତ୍ୱକୁ ବ୍ୟବହାର କରୁଛି। ମାତ୍ର ଶିବସେନା ହିନ୍ଦୁତ୍ୱ ଲାଗି ରାଜନୀତି କରୁଛି। ତାଙ୍କ ଦଳ ଭାଙ୍ଗିବା ପାଇଁ ବିଜେପି ରାଜନୀତି ସଫଳ ହେବ ନାହିଁ। ଶିବସେନାର ମୂଳଦୂଆ ହେଉଛି ହେଉଛି ଦୃଢ। ବିଜେପି ଗଦ୍ଦାର ଶିବସେନା ନେତାଙ୍କୁ ପ୍ରକୃତ ଶିବସେନା ବୋଲି କହୁଛି। ଯଦି ସେମାନେ ପ୍ରକୃତ ଶିବସେନା ଏବଂ ପ୍ରକୃତ ଶିବସୈନିକ ତାହେଲେ ମୋ ସଭାରେ ବସିଥିବା ଦଳୀୟ କର୍ମକର୍ତ୍ତା କ'ଣ?

ବିଜେପି ଉଦ୍ଦେଶ୍ୟରେ କଟାକ୍ଷ କରି ଶିବସେନା ମୁଖ୍ୟ କହିଛନ୍ତି ଯେ ଯଦି ଆମେ କଂଗ୍ରେସ ସହ ହାତ ମିଳାଇ ହିନ୍ଦୁତ୍ୱ ଛାଡି ଦେଇଥିଲୁ ତେହେଲେ  ମୁଫତି ମହମ୍ମଦ ଏବଂ ମେହବୁବା ମୁଫତିଙ୍କ ସହ ଯାଇ ଆପଣ କଣ ଛାଡିଛନ୍ତି? ହିନ୍ଦୁତ୍ୱ ଭୁଲିଯାଇ ସହ ମହାରାଷ୍ଟ୍ରରେ କଂଗ୍ରେସ (Congress) ସହ ମେଣ୍ଟ କରି ସରକାର ଗଠନ କରିଥିବାରୁ ଶିବସେନା ମୁଖ୍ୟ (Shivsena Chief) ଉଦ୍ଧବ ଠାକରେଙ୍କୁ (Uddhav Thackeray) କ୍ରମାଗତ ଭାବେ ଟାର୍ଗେଟ କରି ଆସୁଥିଲା ବିଜେପି (BJP)। ପୁରୁଣା ସହଯୋଗୀ ବିଜେପି ଉଦ୍ଧବ ଠାକରେ ହିନ୍ଦୁତ୍ୱ (Hindutva) ଭୁଲିଯାଇ ନିଜର ରାଜନୈତିକ ସ୍ୱାର୍ଥକୁ ପୂରଣ କରିଥିବା ନେଇ ଅଭିଯୋଗ ଆଣିଥିଲା ବିଜେପି। ଏବେ ଶିବସେନା ମୁଖ୍ୟ ଏହାର ପାଲଟା ଜବାବ ଦେଇ ବିଜେପି ବିରୋଧରେ ବର୍ଷିଛନ୍ତି।

ବିଜେପି ବିରୋଧରେ ବର୍ଷି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଟ୍ୱିଟ କରି କହିଛନ୍ତି, "ଆମେ କଂଗ୍ରେସ ସହ ଯାଇଥିବାରୁ ଆପଣ କହୁଛନ୍ତି ଯେ ଆମେ ହିନ୍ଦୁତ୍ୱ ଛାଡି ଦେଇଛୁ। ହେଲେ ଆପଣ ମୁଫତି ମହମ୍ମଦ (Mufti Mohammad Sayeed) ଏବଂ ମେହବୁବା ମୁଫତିଙ୍କ (Mehbooba Mufti) ସହ କାହିଁକି ଗଲେ, ତାହା କଣ ଥିଲା? ଆପଣ କଣ ଛାଡିଛନ୍ତି? ଆପଣ ଅନୁଭବ କରୁଛନ୍ତି ଯେ ଆମେ ହିନ୍ଦୁତ୍ୱ ଛାଡି ଦେଇଛୁ ହେଲେ ଏହାକୁ ଆମେ ଛାଡି ନାହୁଁ। "

Also Read: Maharashtra Politics: ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ବିଜେପି ବିରୋଧରେ ବର୍ଷିଲା ଶିବସେନା