Goa Politics: ମୁଁ ମନ୍ଦିରକୁ ଯାଇ ଭଗବାନଙ୍କୁ ପଚାରିଲି, କ'ଣ ମୁଁ ବିଜେପି ହାତ ଧରିବି? ମୋତେ ମିଳିଲା ଜବାବ
Advertisement

Goa Politics: ମୁଁ ମନ୍ଦିରକୁ ଯାଇ ଭଗବାନଙ୍କୁ ପଚାରିଲି, କ'ଣ ମୁଁ ବିଜେପି ହାତ ଧରିବି? ମୋତେ ମିଳିଲା ଜବାବ

Goa Congress MLA joins BJP:  ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ତିନିକୁ ଖସିଯିବା ପରେ ବର୍ତ୍ତମାନ ରାଜ୍ୟର କୌଣସି ରାଜନୈତିକ ଦଳଙ୍କ ପାଖରେ ବିରୋଧୀ ମାନ୍ୟତା ପାଇବାକୁ ଆବଶ୍ୟକୀୟ ବିଧାୟକ ନାହାଁନ୍ତି। 

Goa Politics: ମୁଁ ମନ୍ଦିରକୁ ଯାଇ ଭଗବାନଙ୍କୁ ପଚାରିଲି, କ'ଣ ମୁଁ ବିଜେପି ହାତ ଧରିବି? ମୋତେ ମିଳିଲା ଜବାବ

Congress MLA Digambar Kamat: ସେପ୍ଟମ୍ବର ୧୪ ତାରିଖ ବୁଧବାର ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସହ ୮ ଜଣ କଂଗ୍ରେସ ବିଧାୟକ ଦଳ ଛାଡି଼ ବିଜେପି ହାତ ଧରିଛନ୍ତି। ଦଳୀୟ ବିଧାୟକ ଦଳ ଛାଡ଼ିବା ପରେ ଗୋଆ କଂଗ୍ରେସ ଲାଗି ଏହା କୌଣସି ବିପର୍ଯ୍ୟୟ ଠାରୁ କମ ନୁହେଁ। କାରଣ ଏହା ଦ୍ୱାରା କଂଗ୍ରେସ ଗୋଆ ବିଧାନସଭାରେ ମୁଖ୍ୟ ବିରୋଧି ଦଳ ମାନ୍ୟତା ହରାଇଛି।  

ମୋଟ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ (Goa Assembly) ବର୍ତ୍ତମାନ କେବଳ ୩ ଜଣ କଂଗ୍ରେସ ବିଧାୟକ (Goa Congress MLA) ଅଛନ୍ତି। ବିରୋଧି ଦଳ ମାନ୍ୟତା ପାଇଁ କୌଣସି ଦଳ ପାଖରେ ୪ ଜଣ ବିଧାୟକ ରହିବା ଆବଶ୍ୟକ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ (Goa Assembly Election 2022) କଂଗ୍ରେସ ୧୧ ଆସନ ପାଇଥିଲା। ଦଳ ଛାଡି ବିଜେପି ହାତ ଧରିଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିରୋଧୀ ଦଳ ନେତା ମାଇକେଲ ଲୋବୋ (Goa Opposition Leader Michael Lobo) ମଧ୍ୟ ସାମିଲ ଅଛନ୍ତି। 

କେଉଁ କାରଣରୁ ସେମାନେ ବିଜେପି ହାତ ଧରିଛନ୍ତି ତାହାର ପର୍ଦ୍ଦାଫାଶ କରିଛନ୍ତି ଦଳ ଛାଡିଥିବା କଂଗ୍ରେସ ବିଧାୟକ ତଥା ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ (Former Goa Chief Minister) ଦିଗମ୍ବର କାମାତ (Digambar Kamat)। ଏନେଇ ସେ କହିଛନ୍ତି ଯେ, ସେ ଭଗବାନଙ୍କୁ ପଚାରି ବିଜେପିରେ ଯୋଗ ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ପୂର୍ବତନ ମୁଖ୍ୟମନ୍ତ୍ରୀ କାମାତ କହୁଛନ୍ତି ଯେ, "ମୁଁ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ପଚାରିଥିଲି ଯେ ବିଜେପିରେ ଯୋଗଦାନ କରିବାକୁ ନେଇ ମୋ ମନରେ ଏକ ଚର୍ଚ୍ଚା ଚାଲିଛି। ମୁଁ କଣ କରିବି? ଭଗବାନ ମୋତେ କହିଛନ୍ତି ଯେ ଆଗକୁ ବଢ ଏବଂ ଚିନ୍ତା କର ନାହିଁ।''

Also Read: Goa Politics: 'ଭାରତ ଯୋଡ଼ ଯାତ୍ରା ନୁହେଁ, ଆରମ୍ଭ ହୋଇଯାଇଛି କଂଗ୍ରେସ ଛାଡ ଯାତ୍ରା'

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଗୋଆ କଂଗ୍ରେସ ଏହାର ନେତାଙ୍କୁ ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ଯାଇ ଦଳ ପ୍ରତି ବିଶ୍ୱସ୍ତ ରହିବାକୁ ଶପଥ ନେଇଥିଲେ। ମାତ୍ର ନିର୍ବାଚନ ସରିବାର ୬ ମାସ ମଧ୍ୟରେ ୮ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି। ବର୍ତ୍ତମାନ ବିଜେପି ହାତ ଧରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦିଗମ୍ବର କାମାତ କହିଛନ୍ତି ଯେ, ମୁଁ ବିଜେପିରେ ଯୋଗଦାନ କରିବା ପୂର୍ବରୁ ଭଗବାନଙ୍କୁ ପଚାରିଥିଲେ ଏବଂ ସେ ହଁ କହିଛନ୍ତି। ମୁଁ ଭଗବାନଙ୍କ ଉପରେ ବିଶ୍ୱାସ କରେ। ଏହା ମଧ୍ୟ ସତ୍ୟ ଯେ ସେ ନିର୍ବାଚନ ପୂର୍ବରୁ କଂଗ୍ରେସ ନ ଛାଡିବାକୁ ଶପଥ ନେଇଥିଲେ। ଗତ ୨୦୧୯ ଜୁଲାଇରେ ୧୦ ଜଣ କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରିଥିଲେ। ଏହି କାରଣରୁ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଆ କଂଗ୍ରେସ ଦଳୀୟ ବିଧାୟକଙ୍କୁ ଶପଥ ନେବାକୁ କହିଥିଲା।

ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ତିନିକୁ ଖସିଯିବା ପରେ ବର୍ତ୍ତମାନ ରାଜ୍ୟର କୌଣସି ରାଜନୈତିକ ଦଳଙ୍କ ପାଖରେ ବିରୋଧୀ ମାନ୍ୟତା (Goa Opposition Party Status) ପାଇବାକୁ ଆବଶ୍ୟକୀୟ ବିଧାୟକ ନାହାଁନ୍ତି। ଗୋଆ ବିଧାନସଭା ବାଚସ୍ପତି ରମେଶ ତାଭକର (Goa Assembly Speaker Ramesh Tawadkar) କହିଛନ୍ତି ଯେ କଂଗ୍ରେସ ବିଧାୟକ ଦଳକୁ ବିଜେପି ସହିତ ମିଶ୍ରଣ କରିବା ପ୍ରସ୍ତାବକୁ ସେ ଅନୁମୋଦନ କରିଛନ୍ତି। ମୋଟ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିରୋଧୀ ଦଳ ମାନତ୍ୟ ପାଇବା ପାଇଁ କୌଣସି ଦଳ ପାଖରେ ଅତି କମରେ ୪ ଜଣ ବିଧାୟକ ରହିବା ଆବଶ୍ୟକ। ଆମ୍ ଆଦମୀ ପାର୍ଟି (Aam Aadmi Party) ପାଖରେ ୨ ଏବଂ ରିଭୋଲ୍ୟୁସନାରୀ ଗୋଆ ପାର୍ଟି (Revolutionary Goans Party) ଏବଂ ଗୋଆ ଫରୱାର୍ଡ ପାର୍ଟି (Goa Forward Party) ଭଳି ଦଳ ପାଖରେ ଜଣେ ଲେଖାଁଏ ବିଧାୟକ ଅଛନ୍ତି।

Also Read: Bharat Joda Yatra: କଂଗ୍ରେସକୁ ଲାଗିପାରେ ଝଟକା, ଇସ୍ତଫା ଦେଇପାରନ୍ତି ଏହି ରାଜ୍ୟର ଅନେକ ବିଧାୟକ

ଗୋଆରେ ଦଳୀୟ ବିଧାୟକଙ୍କ ଦଳ ପରିବର୍ତ୍ତନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ କହିଛି ଯେ, ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡା ଯାତ୍ରାାର ସଫଳତାକୁ ବିଜେପି ହତାଶ ହୋଇପଡ଼ିଛି। ଏହି ଯାତ୍ରାରୁ ଲୋକଙ୍କ ନଜର ହଟାଇବା ପାଇଁ ଅପରେସନ୍ କାଦୁଅ ଆରମ୍ଭ କରାଯାଇଛି।  କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ ବିଜେପିର ଏହି ଅମୂଳକ କୌଶଳକୁ କଂଗ୍ରେସ ଦୂର କରିପାରିବ।