BJP MLA Vikram Saini: 'ହିନ୍ଦୁ ଭଉଣୀଙ୍କୁ ଫୁସୁଲାଇ ନେଉଛନ୍ତି ଜିହାଦୀ, ସେମାନଙ୍କ ପାଖରେ ମେହେନ୍ଦୀ ଲଗାନ୍ତୁ ନାହିଁ'
Advertisement

BJP MLA Vikram Saini: 'ହିନ୍ଦୁ ଭଉଣୀଙ୍କୁ ଫୁସୁଲାଇ ନେଉଛନ୍ତି ଜିହାଦୀ, ସେମାନଙ୍କ ପାଖରେ ମେହେନ୍ଦୀ ଲଗାନ୍ତୁ ନାହିଁ'

BJP MLA on Karwa Chauth: ମେହେନ୍ଦୀ ଲଗାଇବା ନାମରେ ମୁସଲମାନ ଯୁବକ ଲଭ ଜୀହାଦ କରିଥାନ୍ତି। ଏପରି ଅନେକ ମାମଲା ସାମ୍ନାକୁ ଆସିଛି।

BJP MLA Vikram Saini: 'ହିନ୍ଦୁ ଭଉଣୀଙ୍କୁ ଫୁସୁଲାଇ ନେଉଛନ୍ତି ଜିହାଦୀ, ସେମାନଙ୍କ ପାଖରେ ମେହେନ୍ଦୀ ଲଗାନ୍ତୁ ନାହିଁ'

Karwa Chauth Mehndi: କରୱାଚୌଥ ଅବସରରେ ମେହନ୍ଦୀ ଲଗାଇବାକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଜେପି ବିଧାୟକ ବିକ୍ରମ ସୈନୀ। ଏନେଇ ବିଧାୟକ କହିଛନ୍ତି ହିନ୍ଦୁ ଭଉଣୀଙ୍କୁ ମେହେନ୍ଦୀ ଲଗାଉଥିବା ମୁସଲମାନ କଳାକାରଙ୍କୁ ଏହାର ଭୟଙ୍କର ପରିଣାମର ସାମ୍ନା କରିବାକୁ ହେବ। ଏହି ପ୍ରସଙ୍ଗରେ ଖୌତୌଲି ଆସନରୁ ବିଜେପି ବିଧାୟକ ଦେଇଥିବା ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ବିଧାୟକ କହିଛନ୍ତି ଯେ ମେହେନ୍ଦୀ ଦୋକାନ ଖୋଲୁଥିବା ମୁସଲମାନ ଯୁବକଙ୍କ ଭିନ୍ନ ଉଦ୍ଦେଶ୍ୟ ରହିଛି। ସେମାନଙ୍କ ମନରେ ଲଭ ଜୀହାଦ ରହିଛି। 

ମେହେନ୍ଦୀ ଲଗାଇବା ନାମରେ ମୁସଲମାନ ଯୁବକ ଲଭ ଜୀହାଦ କରିଥାନ୍ତି। ଏପରି ଅନେକ ମାମଲା ସାମ୍ନାକୁ ଆସିଛି। ମୁଁ ହିନ୍ଦୁ ମହିଳାଙ୍କୁ ଅନୁରୋଧ କରୁଛି ଯେ ଘରେ କିମ୍ବା ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ଖୋଲା ଯାଇଥିବା ବ୍ୟୁଟି ପାର୍ଲର କିମ୍ବା ଦୋକାନରେ ମେହେନ୍ଦୀ ଲଗାନ୍ତୁ। କରୱାଚୌଥ ଅବସରରେ ହିନ୍ଦୁ ମହିଳାଙ୍କୁ ଏହି ନିବେଦନ କରିଛନ୍ତି ବିଜେପି ବିଧାୟକ ବିକ୍ରମ ସୈନୀ (BJP MLA Vikram Saini)।

କରୱାଚୌଥ (Karwa Chauth) ଅବସରରେ ତେରଟି ମେହେନ୍ଦି ଷ୍ଟଲ ଖୋଲିଛି ବିଶ୍ୱ ହିନ୍ଦୁ ପରିଷଦ (Vishwa Hindu Parishad)। ସଙ୍ଗଠନ ଏହାର ସଦସ୍ୟଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛି ଯେ ଯେପରି ମୁସଲିମ ପୁରୁଷ (Muslim Men) ହିନ୍ଦୁ ମହିଳାଙ୍କୁ (Hindu Women) ମେହେନ୍ଦୀ (Mehndi) ନ ଲଗାନ୍ତି। ସେମାନେ ସେମାନଙ୍କର ଆଧାର କାର୍ଡ ଯାଞ୍ଚ କରି ମେହେନ୍ଦୀ କଳାକାରଙ୍କ ବିବରଣୀ ଯାଞ୍ଚ କରୁଛନ୍ତି। ହିନ୍ଦୁ ମହାସଭା ସଦସ୍ୟ ଲୋକେଶ ସୈନୀ କହିଛନ୍ତି ଯେ ଏହି ପଦକ୍ଷେପ ହେଉଛି ଆମର ଭାଇ ଭଉଣୀଙ୍କୁ ଲଭ ଜୀହାଦ ଶିକାର ହେବାରୁ ରକ୍ଷା କରିବା। ହିନ୍ଦୁ ମହିଳା ସେହି ଷ୍ଟଲ ମାଲିକଙ୍କ ନିକଟକୁ ଯିବା ଆବଶ୍ୟକ, ଯେଉଁମାନେ କରୱାଚୌଥ ମହତ୍ତ୍ୱ ବୁଝିଥାନ୍ତି।

Also Read: Delhi: ମୁସଲିମଙ୍କ ବୟକଟ କରିବାକୁ ଆହ୍ୱାନ ଦେଲେ ବିଜେପି ସାଂସଦ, ଘେରିଲା କଂଗ୍ରେସ

ଏହି ନୂତନ ଆଦେଶ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି  ଜିଲ୍ଲା ସଭାପତି ଲୋକେଶ ସୈନୀ। ଏନେଇ କହିଛନ୍ତି ଯେ ହିନ୍ଦୁ ମହାସଭା ଦଳ କରୱାଚୌଥ ପାଇଁ ବଜାରକୁ ଓହ୍ଲାଇଛି। ବଜାରରେ କିଛି ଯୁବକଙ୍କୁ ମେହେନ୍ଦୀ ଲଗାଉଥିବାର ଦେଖିବାକୁ ମିଳିଥିଲା। ଏହା ପରେ ସେମାନେ ନିଜ ଆଡୁ ସେମାନଙ୍କ ଆଧାର କାର୍ଡ ଦେଖାଇଥିଲେ। କୌଣସି ଜିହାଦୀ ହିନ୍ଦୁ ଭଉଣୀଙ୍କ ମେହେନ୍ଦୀ ଲଗାଉଥିବାର ଦେଖିବାକୁ ମିଳିନାହିଁ। ଗୁରୁବାର ସମଗ୍ର ଦେଶରେ ଧୂମଧାମରେ ପାଳିତ ହେଉଛି କରୱାଚୌଥ ବ୍ରତ। ଆଜିର ଦିନରେ ପତ୍ନୀ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ଉପବାସ ପାଳନ କରିଥାନ୍ତି।

ବିଜେପି ବିଧାୟକଙ୍କ ପୂର୍ବରୁ ମୁସଲିମଙ୍କ ବହିଷ୍କାର କରିବାକୁ ଆହ୍ୱାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଦଳର ସାଂସଦ ପରଭେଶ ବର୍ମା। ସାଂସଦ ବର୍ମା ମଞ୍ଚରୁ ମୁସଲିମଙ୍କ ବୟକଟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏକ ଜନସଭାକୁ ସମ୍ବୋଧିତ ବିଜେପି ସାଂସଦ ପରଭେଶ ବର୍ମା (BJP MP Parvesh Verma) କହିଛନ୍ତି, "ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମନ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହାଁନ୍ତି, ତାହେଲେ ସେମାନଙ୍କର ସମ୍ପୂର୍ଣ୍ଣ ବୟକଟ କରନ୍ତୁ। ଏମିତିରେ ମଧ୍ୟ ସେମାନେ ସୁଧୁରିବାର ନାଁ ଧରୁନାହାଁନ୍ତି। ସେମାନଙ୍କ ଠାରୁ କୌଣସି ସାମଗ୍ରୀ କିଣନ୍ତୁ ନାହିଁ। ଆପଣଙ୍କ ଟଙ୍କା ସେମାନଙ୍କ ପକେଟକୁ ଯିବାକୁ ଦିଅନ୍ତୁ ନାହିଁ। ଯେତେବେଳେ ଟଙ୍କା ମିଳିବା ବନ୍ଦ ହୋଇଯିବ, ସେତେବେଳେ ଏହି ସମ୍ପ୍ରଦାୟ ଆପେ ଆପେ ଠିକ ରାସ୍ତାକୁ ଆସିଯିବ। " 

Also Read: Uttar Pradesh: 'ସର ତନ ସେ ଜୁଦା ରୋକିବା ପାଇଁ ଉଠାଇବାକୁ ହେବ ହତିଆର'

ନିକଟରେ ଦିଲ୍ଲୀ ସୁନ୍ଦର ନଗରୀ ଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୩ ଅଭିଯୁକ୍ତଙ୍କ ଦ୍ୱାରା ଜଣେ ଦଳିତ ଯୁବକ ମନୀଷଙ୍କ ହତ୍ୟା କରା ଯାଇଥିଲା। ଏହି ଘଟଣା ପରେ ଏହି ଜନସଭା ଆୟୋଜିତ ହୋଇଥିଲା। ଯେଉଁଥିରେ ଯୋଗ ଦେଇଥିଲେ ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ବିଜେପି ସାଂସଦ ପରବେଶ ବର୍ମା। ଏହି ଜନସଭାକୁ ସମ୍ବୋଧିତ କରି ସାଂସଦ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମାଜିକ ବହିଷ୍କାର କରିବାକୁ ଆହ୍ୱାନ ଦେଇଛନ୍ତି। ସାଂସଦ ତାଙ୍କ ଅଭିଭାଷଣରେ କ୍ରମାଗତ ଭାବେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିଥିବାର ଅଭିଯୋଗ ହୋଇଛି। ଏକ ବିବାଦୀୟ ଭାଷଣରେ ସେ କହିଛନ୍ତି ଯେ ଯଦି ଆପଣ ଏହି ସମ୍ପ୍ରଦାୟକୁ ଶିକ୍ଷା ଦେବାକୁ ଚାହୁଁଛନ୍ତି, ତାହେଲେ ସେମାନଙ୍କ ପାଖରୁ କୌଣସି ସାମଗ୍ରୀ କିଣନ୍ତୁ ନାହିଁ। ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ବୟକଟ କରନ୍ତୁ।