MP Urban Body Election 2022: କିଏ ମାରିଲା ବାଜି? କାହାର ହେଲା ହାର?
Advertisement
Article Detail0/zeeodisha/odisha1266744

MP Urban Body Election 2022: କିଏ ମାରିଲା ବାଜି? କାହାର ହେଲା ହାର?

MP Urban Body Election 2022: ଏହି ନିର୍ବାଚନ ଫଳାଫଳକୁ ଉଭୟ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ନିଜ ନିଜ ଉପାୟରେ ବର୍ଣ୍ଣନା କରିବାରେ  ଲାଗିଛନ୍ତି। ଉଭୟ ଦଳ ସେମାନଙ୍କ ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛନ୍ତି। 

MP Urban Body Election 2022: କିଏ ମାରିଲା ବାଜି? କାହାର ହେଲା ହାର?

MP Urban Body Election 2022: ନିକଟରେ ମଧ୍ୟ ପ୍ରଦେଶର ବିଭିନ୍ନ ନଗର ନିଗମ ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ଆସିବା ପରେ ଉଭୟ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ବିଜୟ ଉତ୍ସବ ମନାଇଛନ୍ତି। ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଶ୍ନ ଉଠୁଛି ଯେ ଯଦି ଉଭୟ ଦଳ ନିର୍ବାଚନ ଜିତିଛନ୍ତି ତାହେଲେ ହାରିଲା କିଏ? ରାଜ୍ୟରେ ସ୍ୱାୟତ୍ତ ଶାସିତ ଅଞ୍ଚଳ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୧ ନଗର ନିଗମ ସମେତ ୧୩୩ ନଗରପାଳିକା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। 

ମଧ୍ୟ ପ୍ରଦେଶର ନଗର ନିଗମ ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଫଳାଫଳ ଗତ ୧୭ ତାରିଖରେ ଆସିଥିଲା। ଯେଉଁଠି ଗତ ନିର୍ବାଚନରେ ​​ସମସ୍ତ ୧୧ ନଗର ନିଗମ ବିଜେପି ଅଧିନରେ ରହିଥିବା ବେଳେ ଏଥର ସାତୋଟି ନଗର ନିଗମରେ ଦଳ ବିଜୟ ବାନା ଉଡାଇବାବେଳେ ତିନୋଟିରେ କଂଗ୍ରେସ ଜିତିଛି। ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି ଗୋଟିଏ ନଗର ନିଗମ ଦଖଲ କରିଛି।

ଏହି ନିର୍ବାଚନ ଫଳାଫଳକୁ ଉଭୟ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ନିଜ ନିଜ ଉପାୟରେ ବର୍ଣ୍ଣନା କରିବାରେ  ଲାଗିଛନ୍ତି। ଉଭୟ ଦଳ ସେମାନଙ୍କ ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛନ୍ତି। ରାଜ୍ୟର ୭ ନଗର ନିଗମ ସହିତ ନଗର ପାଳିକା, ନଗର ପରିଷଦ ନିର୍ବାଚନରେ ଦଳର ବିପୁଳ ବିଜୟ ହୋଇଥିବା ନେଇ ବିଜେପି ଦାବି କରୁଛି। ଅନ୍ୟପକ୍ଷରେ ୩ ନଗର ନିଗମକୁ ଦଳ ଦଖଲ କରିବାରେ ସକ୍ଷମ ହୋଇଥିବାରୁ ଏହାକୁ ବଡ଼ ସଫଳତା ବୋଲି କହିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ କୁହାଯାଇଛି ଗତ ୨୦୧୪ ନିର୍ବାଚନରେ ଦଳ ଗୋଟିଏ ମାତ୍ର ନଗର ନିଗମ ଦଖଲ କରି ପାରିନଥିଲା। ବର୍ତ୍ତମାନ ଦଳ ତିନୋଟି ନିଗମରେ କ୍ଷମତା ଦଖଲ କରିଛି।

ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ୱାୟତ୍ତ ଶାସିତ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଦଳର ବିଜୟ ଉପରେ ପ୍ରତିକ୍ରିୟା ରଖି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଗତ ୨୦୦୩ ବର୍ଷରୁ ରାଜ୍ୟରେ ବିଜେପି ସରକାର ଗଠନ କରିବା ପାର ଠାରୁ ନଗର ନିଗମ ନିର୍ବାଚନରେ ​​ଏପରି ଚମତ୍କାର ବିଜୟ ଦଳକୁ କେବେ ମିଳି ନାହିଁ। ଆମେ ପୂର୍ବରୁ ମଧ୍ୟ ନିର୍ବାଚନରେ ​​ଜିତୁଥିଲୁ। ହେଲେ ବିଜୟ ଅନୁପାତ ୫୫-୪୫ ରହୁଥିଲା। ହେଲେ ଏଥର ଆମେ ୮୦ ପ୍ରତିଶତ ସିଟ ଜିତିଛୁ। ଏହି ବିଜୟ ଐତିହାସିକ। ରାଜ୍ୟର ୮୬ ନଗର ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଯେଉଁ ଫଳାଫଳ ଆସିଛି ଆମେ ୬୪ ନଗର ପଞ୍ଚାୟତରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛୁ। ରାଜ୍ୟର ୩୬ ମୁନସିପାଲଟି ନଗର ପାଳିକା ମଧ୍ୟରୁ ୨୭ ନଗର ପଞ୍ଚାୟତରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛୁ। ସ୍ୱାଧିନ ପ୍ରାର୍ଥୀଙ୍କ ସହ ମିଶି ୫ ନଗର ପଞ୍ଚାୟତରେ ସରକାର ଗଠନ କରିବାକୁ ଯାଉଛୁ।

ଏହି ନିର୍ବାଚନରେ ଦଳ ତିନୋଟି ନଗର ନିଗମ ଦଖଲ କରିବାକୁ ଏକ ବଡ ସଫଳତା ବୋଲି ବର୍ଣ୍ଣନା କରି ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ କହିଛନ୍ତି ଗତ ୨୦୦୪ ନିର୍ବାଚନରେ ୨, ୨୦୦୯ ନିର୍ବାଚନରେ ୩, ୨୦୧୩ ନିର୍ବାଚନରେ ଦଳ ଗୋଟିଏ ହେଲେ ମଧ୍ୟ ମୟପ ପଦବୀ ହାତେଇ ନଥିଲା। ହେଲେ ଏଥର ଦଳ ତିନୋଟି ନଗର ନିଗମ ସିଟ୍ ଜିତିଛି। ଦଳ ବିଜେପି ହାକରୁ ଏହି ତିନୋଟି ସିଟ୍ ଛଡ଼ାଇ ନେଇଛି। ତାହେଲେ ବିଜେପି କେଉଁ ବିଜୟ ଉତ୍ସବ ପାଳନ କରୁଛି?

ଏନେଇ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯେଉଁ ନିର୍ବାଚନ ଫଳାଫଳ ଆସିଛି ତାହା ରାଜ୍ୟର ଉଭୟ ଶାସକ-ବିରୋଧି ଦଳକୁ କିଛି ମାତ୍ରାରେ ଖୁସି ଦେବ। ବିଜେପି-କଂଗ୍ରେସ ଏହି ନିର୍ବାଚନ ଫଳାଫଳକୁ ନିଜ ହିସାବରେ ବର୍ଣ୍ଣନା କରୁଛନ୍ତି। ଯଦି ନିର୍ବାଚନ ଫଳାଫଳ ଉପରେ ନଜର ପକାଯାଏ ତାହେଲେ ବିଜେପି ଖୁସି ହେବା ପଛରେ କାରଣ ରହିଛି। ହେଲେ ଯଦି ୨୦୧୪ ନିର୍ବାଚନ ସହ ଏଥରର ଫଳାଫଳକୁ ତୁଳନା କରାଯାଏ ତାହେଲେ କଂଗ୍ରେସ ଖୁସି ହେବା ସ୍ୱାଭାବିକ। ମୋଟ ଉପରେ ଉଭୟ ଦଳ ନିର୍ବାଚନ ଫଳାଫଳକୁ ନିଜ ନିଜ ଉପାୟରେ ବର୍ଣ୍ଣନା କରିବା ସହ ବିଜୟ ଉତ୍ସବ ପାଳନ କରୁଛନ୍ତି।

Also Rrad: MP Civic Body Election 2022: ଖାତା ଖୋଲିଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ