Anwaar ul Haq Kakar:ପାକିସ୍ତାନର ଭାରତକୁ ଧମକ,ବଲୁଚିସ୍ତାନକୁ ଆଉ ଗୋଟିଏ ବାଂଲାଦେଶ ହେବାକୁ ଦେବୁ ନାହିଁ
Advertisement

Anwaar ul Haq Kakar:ପାକିସ୍ତାନର ଭାରତକୁ ଧମକ,ବଲୁଚିସ୍ତାନକୁ ଆଉ ଗୋଟିଏ ବାଂଲାଦେଶ ହେବାକୁ ଦେବୁ ନାହିଁ

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକଡ ଭାରତ ଏବଂ ଏହାର ଗୁପ୍ତଚର ଏଜେନ୍ସି RAW ବିରୋଧରେ  ବଡ ଅଭିଯୋଗ ଆଣିଛନ୍ତି। ବଲୁଚିସ୍ତାନର ସ୍ୱାଧୀନତା ଦାବି କରୁଥିବା ଲୋକଙ୍କୁ ଅନୱାରୁଲ ହକ  ଆତଙ୍କବାଦୀ ବୋଲି କହିବା ସହିତ ସେମାନଙ୍କୁ ର’ ଦ୍ୱାରା  ଆର୍ଥିକ ଓ ସାମରିକ ସହାୟତା ଦିଆଯାଉଛି ବୋଲି ଅଭ

SOCIAL MEDIA

Anwaar ul Haq Kakar:

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକଡ ଭାରତ ଏବଂ ଏହାର ଗୁପ୍ତଚର ଏଜେନ୍ସି RAW ବିରୋଧରେ  ବଡ ଅଭିଯୋଗ ଆଣିଛନ୍ତି। ବଲୁଚିସ୍ତାନର ସ୍ୱାଧୀନତା ଦାବି କରୁଥିବା ଲୋକଙ୍କୁ ଅନୱାରୁଲ ହକ  ଆତଙ୍କବାଦୀ ବୋଲି କହିବା ସହିତ ସେମାନଙ୍କୁ ର’ ଦ୍ୱାରା  ଆର୍ଥିକ ଓ ସାମରିକ ସହାୟତା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ସେ ତାଙ୍କ ବିବୃତ୍ତିରେ ହିନ୍ଦୁମାନଙ୍କୁ ନେଇ ଅଜବ କଥା କହିଛନ୍ତି ।  ଇସଲାମାବାଦରେ ବଲୁଚ ନାଗରିକଙ୍କ ବିରୋଧ ପ୍ରଦର୍ଶନକୁ ନେଇ ଉତକ୍ଷିପ୍ତ ପାକ୍ ପ୍ରଧାନମନ୍ତ୍ରୀ ଅଜବ ଗଜବ କଥା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବଲୁଚିସ୍ତାନର ଚାରିଜଣ ଯୁବକଙ୍କୁ  ଇସଲାମାବାଦରେ ଫେକ୍ ଏନକାଉଣ୍ଟରରେ ପୋଲିସ ହତ୍ୟା କରିଥିବା ଅଭିଯୋଗ ହେଉଛି । ଏନେଇ ବଲୁଚିସ୍ତାନରୁ ଇସଲାମାବାଦ ପର୍ଯ୍ୟନ୍ତ ଦୀର୍ଘ ପଦଯାତ୍ରାର ଆୟୋଜନ ହୋଇଥିଲା । କିନ୍ତୁ ପୋଲିସ ଏହି ପଦଯାତ୍ରା ଉପରେ ଚଢାଉ କରିଥିଲା । ଯାହାକୁ ନେଇ ଗତ ଏକ ସପ୍ତାହ ଧରି ଇସଲାମବାଦରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । କାମଚଳା ପ୍ରଧାନମନ୍ତ୍ରୀ  ହକ୍ ବଲୁଚିସ୍ତାନରୁ ଆସନ୍ତି । ବଲୁଚ୍ ହୋଇ ମଧ୍ଯ ବଲୁଚ ନାଗରିକଙ୍କ କଥା ଶୁଣୁନାହାନ୍ତି ବୋଲି ଅଭିଯୋଗ ହେଉଛି । ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କୁ କେବେ ମଧ୍ଯ ଭୁଲିବ ନାହିଁ ବୋଲି ସ୍ଲୋଗାନ ଦେଉଛନ୍ତି ।

ହତ୍ୟାକାରୀ ଜଣେ ହିନ୍ଦୁ ଥିଲା କି?

ଇସଲାମାବାଦରେ ହୋଇଥିବା ବିରୋଧକୁ ନେଇ କାକଡ ବିକ୍ଷୁବ୍ଧ ଅଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ କହିବା ଜାରି ରଖିଥିଲେ। ଅନେକ ଥର ସେ ମଧ୍ୟ ରାଗିଯାଇଥିଲେ । ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ ପଚାରିବା ପାଇଁ ଛିଡ଼ା ହୋଇଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ରାଗରେ କହିଥିଲେ ଯେ,  'ମାତ୍ର ଗୋଟିଏ ମିନିଟ୍ ବସ, ମୋତେ କହିବାକୁ ଦିଅ । 'ଆମର ସଂଗ୍ରାମ ବଲୁଚିସ୍ତାନର ସଶସ୍ତ୍ର ସଂଗଠନ ବିରୋଧରେ। ବଲୁଚଙ୍କ ବିରୋଧରେ  ନୁହେଁ । ଯେଉଁମାନେ ବାହାରୁ ଏହି ବିକ୍ଷୋଭରେ ଯୋଗ ଦେଇଛନ୍ତି ସେମାନେ ଉତ୍ତର ଦେବା ଉଚିତ୍ ଯେ ଡ. ଶାଫି ମେଙ୍ଗାଲଙ୍କୁ କିଏ ହତ୍ୟା କରିଛି? ସେ ବଲୁଚ ନୁହଁନ୍ତି କି? ସେ ଜଣେ ହିନ୍ଦୁ ନା ଭାରତରୁ ଆସିଥିଲେ? ମୌଲା ବକ୍ସ  କିଏ? ସେ ଜଣେ ହିନ୍ଦୁ, ଇଂରେଜ, ଖ୍ରୀଷ୍ଟିଆନ ନା ଯିହୁଦୀ ଥିଲେ? ସେ ବଲୁଚ ନୁହଁନ୍ତି କି? '

ଭାରତ ସାହାଯ୍ୟ କରୁଛି

ଏହି ବିରୋଧକୁ ସମର୍ଥନ କରୁଥିବା ଲୋକଙ୍କୁ BLA ରେ ଯୋଗଦେବାକୁ ସେ ପରାମର୍ଶ ଦେଇଛନ୍ତି ।ସେ କହିଛନ୍ତି ଯେ, ପ୍ରଦର୍ଶନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ କରିବାର ଅଧିକାର ରହିଛି କାରଣ ସେମାନଙ୍କ ପରିବାର ସଦସ୍ୟ ନିହତ ହୋଇଛନ୍ତି  । କିନ୍ତୁ ସେମାନେ ଏହା ମଧ୍ୟ ବୁଝିବା ଉଚିତ ଯେ ତାଙ୍କ ପରିବାର ସଦସ୍ୟ ଦେଶ ବିରୋଧରେ ଲଢୁଥିଲେ। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ବିବାଦ ଭିତରକୁ ଭାରତକୁ ଟାଣି କହିଛନ୍ତି ଯେ ଏହା୧୯୭୧ ନୁହେଁ ଏବଂ ବଲୁଚିସ୍ତାନ ବାଂଲାଦେଶ ନୁହେଁ ଯେ ଏହା ଅଲଗା ହେବ। ସେ ଆହୁରି ମଧ୍ୟ କହିଛନ୍ତି, 'ଏହି ଆତଙ୍କବାଦୀମାନେ ୯୦-୯୦ ଜଣଙ୍କୁ ହତ୍ୟା କରନ୍ତି  । ସେମାନେ ଭାରତରୁ ଟଙ୍କା ନେଇ ହତ୍ୟା କରନ୍ତି। ମୁଁ ଏହାକୁ ଖୋଲାଖୋଲି ଭାବେ କହୁଛି । ର’ ଏବଂ ଭାରତର ଆର୍ଥିକ ଅନୁଦାନରେ ବିଦ୍ରୋହୀ ଏହା କରନ୍ତି । ଯଦି ସେମାନେ ତାହା କରନ୍ତି ନାହିଁ ମୋତେ କୁହନ୍ତୁ । ଭାରତର କେହି ଜଣେ ISI ର ଟଙ୍କା ନେଇ ଲଢିବାକୁ ଚେଷ୍ଟା କରନ୍ତୁ ଦେଖିବେ ସେମାନେ କ’ଣ କରିବେ ।