କିଏ ଏହି ନିଖିଲ ଗୁପ୍ତା? ଯିଏ ଜଣେ ଖାଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ଅଭିଯୋଗ କରିଛି US
Advertisement
Article Detail0/zeeodisha/odisha1987875

କିଏ ଏହି ନିଖିଲ ଗୁପ୍ତା? ଯିଏ ଜଣେ ଖାଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ଅଭିଯୋଗ କରିଛି US

Who Is Nikhil Gupta: ନିଖିଲ ଗୁପ୍ତା ଜଣେ ଭାରତୀୟ ନାଗରିକ ଯିଏକି ଆମେରିକାରେ ରହୁଥିବା ଜଣେ ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ କିଲରକୁ ସୁପାରି ଦେଇଥିବା ଅଭିଯୋଗ ହୋଇଛି । ଆମେରିକା ଅଭିଯୋଗ କରିଛି ଯେ ନିଖିଲ ଗୁପ୍ତା ଭାରତରେ ବସିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି କାମ କରୁଥିଲେ ।

 

Who Is Nikhil Gupta

Who Is Nikhil Gupta: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ (Gurpatwant Singh Pannun) ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକା ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକାର ନ୍ୟାୟ ବିଭାଗ ବୁଧବାର ଦିନ (୨୯ ନଭେମ୍ବର) ଅଭିଯୋଗ କରିଛି ଯେ ଆମେରିକାର ନ୍ୟୁୟର୍କ ସହରରେ ରହୁଥିବା ବିଚ୍ଛିନ୍ନତାବାଦୀ ନେତାଙ୍କ (Khalistani Terrorist) ହତ୍ୟା ପାଇଁ ନିଖିଲ ଗୁପ୍ତା ସୁପାରି ଦେଇଥିଲେ । ଆମେରିକୀୟ ଆଇନ କହୁଛି ଯେ ଯଦି କେହି କାହାକୁ ହତ୍ୟା କରିବାକୁ ଷଡଯନ୍ତ୍ର କରେ କିମ୍ବା ଏହି କାମ ପାଇଁ କାହାକୁ ସୁପାରି ଦିଏ, ତେବେ ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ ଦଣ୍ଡର ବ୍ୟବସ୍ଥା ରହିଛି ।

ନିଖିଲ ଗୁପ୍ତା କିଏ?
ନିଖିଲ ଗୁପ୍ତା ଜଣେ ଭାରତୀୟ ନାଗରିକ ଯିଏକି ଆମେରିକାରେ ରହୁଥିବା ଜଣେ ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ କିଲରକୁ ସୁପାରି ଦେଇଥିବା ଅଭିଯୋଗ ହୋଇଛି । ଆମେରିକା ଅଭିଯୋଗ କରିଛି ଯେ ନିଖିଲ ଗୁପ୍ତା ଭାରତରେ ବସିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି କାମ କରୁଥିଲେ । ସେ କିଲରକୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କରିଥିଲେ । ଆମେରିକୀୟ ଦଲିଲରେ ଏହା କୁହାଯାଇଥିଲା ଯେ ସେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର କାରବାରରେ ମଧ୍ୟ ଜଡିତ ଥିଲେ ।

୫୨ ବର୍ଷୀୟ ନିଖିଲ ଗୁପ୍ତା ବର୍ତ୍ତମାନ ଚେକ୍ ରିପବ୍ଲିକରେ ଅଟକ ଅଛନ୍ତି । ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଆମେରିକାର ଜଷ୍ଟିସ୍ ବିଭାଗର ସୂଚନାନୁସାରେ, ଆମେରିକା ସହ ଦ୍ୱିପାକ୍ଷିକ ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ଚେକ୍ ରିପବ୍ଲିକ୍ ନିଖିଲ ଗୁପ୍ତାଙ୍କୁ ଜୁନ୍ ୩୦ ରେ ଗିରଫ କରି ହେପାଜତକୁ ପଠାଇ ଦେଇଥିଲା ।

ନ୍ୟାୟ ବିଭାଗର ପ୍ରେସ ବିଜ୍ଞପ୍ତିରେ ଜଣେ ଭାରତୀୟ ସରକାରୀ କର୍ମଚାରୀ ମଧ୍ୟ ଉଲ୍ଲେଖ କରିଛନ୍ତି, କିନ୍ତୁ ତାଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ । ଏହି ବ୍ୟକ୍ତି ପାଇଁ CC-1 ବ୍ୟବହୃତ ହୋଇଛି, ଯିଏ ଭାରତ ଓ ଆମେରିକାରେ ନିଖିଲ ଗୁପ୍ତାଙ୍କ ସମେତ ଅନେକ ଲୋକଙ୍କ ସହ କାମ କରିଥିଲେ । ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା ଷଡଯନ୍ତ୍ର ପଛରେ CC-1 କୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ।

ହତ୍ୟା ଷଡଯନ୍ତ୍ର
ଜଣେ ଉଚ୍ଚ ପଦାଧିକାରୀ ଭାରତୀୟ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ନ୍ୟୁୟର୍କ ସହରରେ ପନ୍ନୁଙ୍କୁ ଟାର୍ଗେଟ କରି ଏକ ହତ୍ୟା ଷଡଯନ୍ତ୍ର କରାଯାଉଛି । 'ଫାଇନାନ୍ସିଆଲ୍ ଟାଇମ୍ସ' ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ ଆମେରିକାର ଅଧିକାରୀମାନେ ପନ୍ନୁଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ରର ଖୁଲାସା କରିଥିଲେ ।

ଏକ ଅଭିଯୋଗରେ ଆମେରିକାର ଫେଡେରାଲ୍ ଓକିଲମାନେ ଭାରତୀୟ ଅଧିକାରୀଙ୍କୁ "ସିସି -1" ବୋଲି ସମ୍ବୋଧିତ କରିଛନ୍ତି । ଆମେରିକାର ଫେଡେରାଲ୍ ଓକିଲମାନେ ଦାବି କରିଛନ୍ତି ଯେ ସେମାନେ ନ୍ୟୁୟର୍କ ସହରର ଜଣେ ଭାରତୀୟ-ଆମେରିକୀୟ ନାଗରିକ, ଜଣେ ଓକିଲ ତଥା ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରିଛନ୍ତି ।

କିଲର ବାହାରିଲେ ଆମେରିକୀୟ ଏଜେଣ୍ଟ
ଭାରତୀୟ ସରକାରୀ କର୍ମଚାରୀ ସିସି-1 ଙ୍କ ନିର୍ଦ୍ଦେଶରେ ନିଖିଲ ଗୁପ୍ତା ହତ୍ୟା ପାଇଁ କିଲର ଖୋଜିବା ଆରମ୍ଭ କରିଥିଲେ । ଏଥିପାଇଁ ନିଖିଲ ଗୁପ୍ତା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ, ଯାହାଙ୍କ ମାଧ୍ୟମରେ ସେ ନ୍ୟୁୟର୍କରେ କିଲର 'ହିଟମ୍ୟାନ୍'ଙ୍କୁ ଭେଟିଥିଲେ । ନିଖିଲ ଭାବିଥିଲେ ଯେ ଦୁହେଁ ଅପରାଧିକ ପୃଷ୍ଠଭୂମିରୁ ଆସିଛନ୍ତି, କିନ୍ତୁ ବାସ୍ତବରେ ଦୁହେଁ ଡ୍ରଗ୍ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନରେ କାର୍ଯ୍ୟ କରିଥିଲେ ।

ଭାରତର ପ୍ରତିକ୍ରିୟା
ଭାରତ ସରକାର ଆମେରିକାର ଅଭିଯୋଗକୁ ନେଇ କହିଛି ଯେ ଜଣେ ସରକାରୀ ଅଧିକାରୀ ଆମେରିକାର ମାଟିରେ ଏକ ହତ୍ୟା ଷଡଯନ୍ତ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯିବ ଓ ଅଭିଯୋଗର ତଦନ୍ତ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।