Shocking News: କ୍ରୂତା ପାଇଁ ପାଇଁ କୁଖ୍ୟାତ ଥିଲେ ଏହି ଏକଛତ୍ରବାଦୀ ଶାସକ, କରୁଥିଲେ ଡରାଇବା ଭଳି କାମ
Advertisement

Shocking News: କ୍ରୂତା ପାଇଁ ପାଇଁ କୁଖ୍ୟାତ ଥିଲେ ଏହି ଏକଛତ୍ରବାଦୀ ଶାସକ, କରୁଥିଲେ ଡରାଇବା ଭଳି କାମ

History of Idi Amin: ନିଜର କ୍ରୁରତା ପାଇଁ ସାରା ବିଶ୍ୱରେ କୁଖ୍ୟାତି ଅର୍ଜନ କରିଥିଲେ ଆଫ୍ରିକୀୟ ଦେଶ ଉଗାଣ୍ଡାର ପୂର୍ବତନ ରାଷ୍ଟ୍ରମୁଖ୍ୟ ଇଦି ଆମିନ। ଏହି ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା କରାଯାଇଥିବା କାରନାମା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ତାଙ୍କର ସ୍ୱଭାବ କୌଣସି ନରଭକ୍ଷୀ ରାକ୍ଷାସ ଠାରୁ କମ ନୁହେଁ ବୋଲି କୁହାଯାଏ। 

Shocking News: କ୍ରୂତା ପାଇଁ ପାଇଁ କୁଖ୍ୟାତ ଥିଲେ ଏହି ଏକଛତ୍ରବାଦୀ ଶାସକ, କରୁଥିଲେ ଡରାଇବା ଭଳି କାମ

Ugandan Dictator Idi Amin: ଇତିହାସରେ ଆପଣ ଅନେକ ଏକଛତ୍ରବାଦୀ ଶାସକଙ୍କ ବାବଦରେ ପଢିଥିବେ। କିଏ ନିଜର କାରନାମା ପାଇଁ ଚର୍ଚ୍ଚାରେ ରହିଥିବାସ ବେଳେ ଆଉ କିଏ ନିଜର କ୍ରୁରତା ପାଇଁ କୁଖ୍ୟାତ ହୋଇଯାଇଥିଲେ। ନିଜର ଅଜବ ଧରଣର କାରନାମା ପାଇଁ ଇତିହାସ ପୃଷ୍ଠାରେ ନିଜ ନାମକୁ ସାମିଲ କରିଛନ୍ତି। ଯଦି ଆପଣ ଏହି ଏକଛତ୍ରବାଦୀ ଶାସକଙ୍କ ଶାସନ ସମୟରେ କରିଥିବା କାରନାମା ବାବଦରେ ପଢନ୍ତି, ତାହେଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସହ ଡରିଯିବେ।     

ନିଜର କ୍ରୁରତା ପାଇଁ ସାରା ବିଶ୍ୱରେ କୁଖ୍ୟାତି ଅର୍ଜନ କରିଥିଲେ ଆଫ୍ରିକୀୟ ଦେଶ ଉଗାଣ୍ଡାର ପୂର୍ବତନ ରାଷ୍ଟ୍ରମୁଖ୍ୟ ଇଦି ଆମିନ। ଏହି ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା କରାଯାଇଥିବା କାରନାମା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ତାଙ୍କର ସ୍ୱଭାବ କୌଣସି ନରଭକ୍ଷୀ ରାକ୍ଷାସ ଠାରୁ କମ ନୁହେଁ ବୋଲି କୁହାଯାଏ। ମଣିଷର ମୁଣ୍ଡ କାଟି ଏହାକୁ ଫ୍ରିଜ ମଧ୍ୟରେ ରଖିବା ଏବଂ ମଣିଷ ମାଂସ ଖାଇବାରେ ଇଦି ଆମିନଙ୍କ ବହୁତ ଶୌକ ଥିଲା ବୋଲି କୁହାଯାଏ। 

ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିବେ। ଆପଣ ଭାବୁଥିବେ ଯେ ଜଣେ ମଣିଷ ହୋଇ ଇଦି ଆମିନ କିପରି ଅନ୍ୟ ମଣିଷର ମାଂସ ଖାଉଛନ୍ତି। ହେଲେ ଏହା  ସତ୍ୟ। ଉଗାଣ୍ଡାର ଏହି ପୂର୍ବତନ ଏକଛତ୍ରବାଦୀ ଶାସକଙ୍କ କ୍ରୁତା ବାବଦରେ ଅନେକ ପୁସ୍ତକ ମଧ୍ୟ ଲେଖାଯାଇଛି। ଏପିରିକି ତାଙ୍କର ଜୀବନକୁ ନେଇ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। 

Also Read: ଉତ୍ତର କୋରିଆରେ ୧୧ ଦିନ ଯାଏଁ ହସିବା ଓ ମଦ ପିଇବା ଉପରେ ବ୍ୟାନ

 

ଉଗାଣ୍ଡା ମନ୍ତ୍ରୀ ହେନେରୀ କ୍ୟୋମ୍ବା ତାଙ୍କ ଦ୍ୱାରା ଲିଖିତ 'ଷ୍ଟେଟ୍ ଅଫ୍ ବ୍ଲଡ୍: ଇନସାଇଡ୍ ଷ୍ଟୋରୀ ଅଫ ଇଦି ଆମିନ' (State of Blood: The Inside Story of Idi Amin) ନାମକ ପୁସ୍ତକରେ ଇଦି ଆମିନଙ୍କ ବିଷୟରେ କଥା ଅନେକ ଲେଖିଛନ୍ତି। ଏହି ଏକଛତ୍ରବାଦୀ ଶାସକ କିପରି ମଣିଷ ମାଂସ ଖାଇବାକୁ ପସନ୍ଦ କରୁଥିଲେ ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଇଦି ଆମିନଙ୍କ ଶାସନ କାଳରେ ଉଗାଣ୍ଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଥିବା ମଦନଜିତ ସିଂହ ତାଙ୍କ ଲିଖିତ 'କଲଚର ଅଫ୍ ସେପୁଲଚର: ଇଦି  ଆମିନ୍ସ ମନଷ୍ଟର ରେଜିମି' (Culture of the Sepulchre: Idi Amins Monster Regime) ନାମକ ପୁସ୍ତକରେ ଆଫ୍ରିକାର ଏହି ଏକଛତ୍ରବାଦୀ ଶାସକଙ୍କ କ୍ରୁରତା ବାବଦରେ ବର୍ଣ୍ଣନା କରିଛନ୍ତି। 

ଗତ ୧୯୭୧ ମସିହାରେ ମିଲଟନ୍ ଓବୋଟେଙ୍କୁ ଗାଦିଚ୍ୟୁତ କରି ଉଗାଣ୍ଡାର ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ଇଦି ଆମିନ। ଏହା ପରେ ୧୯୭୨ ମସିହା ଅଗଷ୍ଟ ୪ ତାରିଖରେ ସେ ଏକ ଅଦ୍ଭୂତ ନିର୍ଦ୍ଦେଶ ଦେଇଥିଲେ ଇଦି ଆମିନ। ଉଗାଣ୍ଡାରେ ବସବାସ କରୁଥିବା ଏସୀୟା ମହାଦେଶର ସମସ୍ତ ଲୋକ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ଇଦି ଆମିନ। ଏନେଇ ସେ ସେତେବେଳେ କହିଥିଲେ ଯେ ସ୍ୱପ୍ନରେ ତାଙ୍କୁ ସମସ୍ତ ଏସୀୟ ଲୋକଙ୍କୁ ଉଗାଣ୍ଡାରୁ ବିତାଡିତ କରିବା ପାଇଁ ଆହ୍ଲା କହିଥିଲେ। 

ହେନେରୀ କ୍ୟୋମ୍ବା ତାଙ୍କ ଦ୍ୱାରା ଲିଖିତ 'ଷ୍ଟେଟ୍ ଅଫ୍ ବ୍ଲଡ୍: ଇନସାଇଡ୍ ଷ୍ଟୋରୀ ଅଫ ଇଦି ଆମିନ' ପୁସ୍ତକରେ କୁହାଯାଇଛି ଯେ ଇଦି ଆମିନ ପ୍ରଥମେ ତାଙ୍କ ଶତ୍ରୁଙ୍କୁ ହତ୍ୟା କରିଥିଲା। ଏହା ପରେ ସେ ମୃତ ଶତ୍ରୁଙ୍କ ଶରୀର ସହ ବର୍ବର ବ୍ୟବହାର କରୁଥିଲେ। ହତ୍ୟା କରାଯାଇଥିବା ଲୋକଙ୍କ ସହ ଇଦି ଆମିନ କିଛି ସମୟ ଏକୁଟିଆ ରହୁଥିଲା। ଇଦି ଆମିନ କାକୱା ଜନଜାତିରୁ ଆସିଥିଲେ। କୁହାଯାଏ ଯେ ଏହି ଜନଜାତିର ଲୋକ ସେମାନଙ୍କର ଶତ୍ରୁଙ୍କ ରକ୍ତ ପିଉଥିଲେ। ଉଗାଣ୍ଡା ମନ୍ତ୍ରୀ ତାଙ୍କ ପୁସ୍ତକରେ ମଧ୍ୟ କହିଛନ୍ତି ଯେ ଇଦି ଆମିନ କିପରି ମାଣିଷ ମାଂସ ଖାଉଥିଲେ। ତାଙ୍କର ଜଣେ ସେବକ ମୋଜେଜ ଆଲୋଗା, ଯିଏ କିଭିୟାକୁ ପଳାୟନ କରିଥିଲେ, ସେ  ଇଦି ଆମିନଙ୍କ ଜୀବନ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ।

Also Read: Shocking News: ଇରାକ ମସଜିଦରେ ରହିଛି ସଦ୍ଦାମ ହୁସେନ୍‌ଙ୍କ ରକ୍ତ ସହିତ ଲିଖିତ କୁରାନ, ୬୦୫ ପୃଷ୍ଠା ପାଇଁ ଦେଇଥିଲେ ୨୬ ଲିଟର ରକ୍ତ

 

ଭାରତୀୟ ରାଷ୍ଟ୍ରଦୂତ ଥିବା ମଦନଜିତ ସିଂହଙ୍କ ଦ୍ୱାରା ଲିଖିତ 'କଲଚର ଅଫ୍ ସେପୁଲଚର: ଇଦି ଆମିନ୍ସ ମନଷ୍ଟର ରେଜିମି' ନାମକ ପୁସ୍ତକରେ ଇଦି ଆମିନଙ୍କ ବିଷୟରେ ଅନେକ ଖୁଲାସା କରାଯାଇଛି। ଏହି ପୁସ୍ତକରେ କୁହାଯାଇଛି ଇଦି ଆମିନଙ୍କ ଏକ ପୁରୁଣା ଘରର କଠୋରୀକୁ ସବୁ ବେଳେ ବନ୍ଦ କରି ରଖାଯାଉଥିଲା। ଅମିନଙ୍କ ପଞ୍ଚମ ପତ୍ନୀ ସାରା କୟୋଲାବା ଥରେ ଜିଦ୍ କରି ଏହି କୋଠରୀ ମଧ୍ୟରେ ପ୍ରବେଶ କରିଥିଲେ। ସେଠାରେ ଥିବା ଏଭଳି ଦୃଶ୍ୟ ଦେଖିଲେ ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଇଦି ଆମିନଙ୍କ କୋଠରୀରେ ଦୁଇଟି ଫ୍ରିଜ୍ ଥିଲା। ଯାହା ତାଙ୍କ ପତ୍ନୀ ଖୋଲି ଦେଖିଥିଲେ। ସେ ଶତ୍ରୁଙ୍କ କଟାଯାଇଥିବା ମୁଣ୍ଡକୁ ଫ୍ରିଜ ଭିତରେ ରଖାଯାଇଥିବା ଦେଖିବାକୁ ପାଇଥିଲେ।