Sameer Wankhede: ପୂର୍ବତନ NCB ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ମିଳିଲା ମୃତ୍ୟୁ ଧମକ, ତଦନ୍ତ ଆରମ୍ଭ କଲା ପୋଲିସ
Advertisement
Article Detail0/zeeodisha/odisha1309600

Sameer Wankhede: ପୂର୍ବତନ NCB ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ମିଳିଲା ମୃତ୍ୟୁ ଧମକ, ତଦନ୍ତ ଆରମ୍ଭ କଲା ପୋଲିସ

Sameer Wankhede: ସୋସିଆଲ ମିଡିଆରେ ସମୀର ୱାଙ୍ଖେଡେଙ୍କୁ ମୃତ୍ୟୁ ଧମକ ମିଳିଛି । ୱାଙ୍ଖେଡେ ଏହି ପ୍ରସଙ୍ଗରେ ଗୋରେଗାଓଁ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Sameer Wankhede: ମୁମ୍ବାଇର ପୂର୍ବତନ ଏନସିବି ଜୋନାଲ ଅଧିକାରୀ (NCB zonal officer) ସମୀର ୱାଙ୍ଖେଡେଙ୍କୁ (Sameer Wankhede) ମୃତ୍ୟୁ ଧମକ ମିଳିଛି । ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସମୀର ୱାଙ୍ଖେଡେ ଗୋରେଗାଓଁ ପୋଲିସ ଷ୍ଟେସନରେ (Goregaon Police Station) ଅଭିଯୋଗ କରିଛନ୍ତି ।

ସମୀର ୱାଙ୍ଖେଡେ ପୋଲିସକୁ କହିଛନ୍ତି ଯେ ତାଙ୍କୁ ଟ୍ୱିଟର ମାଧ୍ୟମରେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଅଗଷ୍ଟ ୧୪ ରେ ତାଙ୍କୁ ଏକ ନୂଆ କରି ତିଆରି କରଯାଇଥିବା ଟ୍ୱିଟର ଆକାଉଣ୍ଟ ସହିତ ଧମକ ଦିଆଯାଇଥିଲା । ଟ୍ୱିଟ୍ ଲେଖାଯାଇଛି ଯେ- 'ତୁମେ ଜାଣି ନାହା, ତୁମେ କଣ କରିଛ, ତୁମକୁ ହିସାବ ଦେବାକୁ ପଡିବ । ଅନ୍ୟ ଏକ ଟ୍ୱିଟରେ କୁହାଯାଇଛି ଯେ ଆମେ ଆପଣଙ୍କୁ ଶେଷ କରିଦେବୁ ।

ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ସ ମାମଲା ପରେ ସମୀର ୱାଙ୍ଖେଡେ ଲାଇମଲାଇଟକୁ ଆସିଥିଲେ । ଏହା ପରେ ଏନସିପି ନେତା ନବାବ ମଲିକ ତାଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ । ଗୋଟିଏ ଅଭିଯୋଗରେ ମଲିକ କହିଥିଲେ ଯେ ୱାଙ୍ଖେଡେ ଜନ୍ମରୁ ଜଣେ ମୁସଲମାନ, ସଂରକ୍ଷଣର ଲାଭ ପାଇବା ପାଇଁ ତାଙ୍କୁ ଏକ ନକଲି ଜନ୍ମ ପ୍ରମାଣପତ୍ର ମିଳିଥିଲା । ତେବେ ୱାଙ୍ଖେଡେ ଏହି ମାମଲାରେ ଏକ କ୍ଲିନ ଚିଟ୍ ପାଇଥିଲେ ।

ଖବର ଅନୁସାରେ, ୱାଙ୍ଖେଡେଙ୍କୁ 'ଅମନ' ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ ସହିତ ଧମକ ଦିଆଯାଇଛି । ଅଗଷ୍ଟ ୧୪ ରେ, ବ୍ୟକ୍ତି ଲେଖିଥିଲେ, 'ତୁମେ ଜାଣି ନାହା, ତୁମେ କଣ କରିଛ, ତୁମକୁ ହିସାବ ଦେବାକୁ ପଡିବ । ଅନ୍ୟ ଏକ ଟ୍ୱିଟରେ କୁହାଯାଇଛି ଯେ ଆମେ ଆପଣଙ୍କୁ ଶେଷ କରିଦେବୁ । ବର୍ତ୍ତମାନ ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖେଡେ ଗୋରେଗାଓଁ ପୋଲିସ ନିକଟରେ ଏକ ଅଭିଯୋଗ କରିଛନ୍ତି । ପୋଲିସ ଗୁରୁବାର ଦିନ ତାଙ୍କ ବୟାନ ରେକର୍ଡ କରିଛି ।

ରିପୋର୍ଟ ହୋଇଛି ଯେ ଯେଉଁ ଟ୍ୱିଟର ହ୍ୟାଣ୍ଡେଲରୁ ୱାଙ୍ଖେଡେଙ୍କୁ ଧମକ ଦିଆଯାଇଛି, ତାଙ୍କର କୌଣସି ଫଲର୍ସ ନାହାଁନ୍ତି । ଏହା କେବଳ ଧମକ ଦେବା ପାଇଁ ପ୍ରସ୍ତୁତ ହୋଇଥିବାର ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ, ନବାବ ମଲିକଙ୍କ ୱାଙ୍ଖେଡେ ଜାତି ସମ୍ପର୍କରେ ହୋଇଥିବା ଅଭିଯୋଗ ଉପରେ କାଷ୍ଟ ସ୍କ୍ରିନିଟି କମିଟିର ରିପୋର୍ଟରେ ୱାଙ୍ଖେଡେଙ୍କୁ ଏକ କ୍ଲିନ ଚିଟ ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ ସମୀର ୱାଙ୍ଖେଡେ ଜନ୍ମରୁ ମୁସଲମାନ ନୁହଁନ୍ତି । ସମୀର ୱାଙ୍ଖେଡେ ଓ ତାଙ୍କ ପିତା ଧନେଶ୍ୱର ୱାଙ୍ଖେଡେ ମୁସଲମାନ ଧର୍ମ ଗ୍ରହଣ କରିଛନ୍ତି । ଏହା ପ୍ରମାଣିତ ନୁହେଁ । ତେବେ ଯାଞ୍ଚରେ ଏହା ପ୍ରମାଣିତ ହୋଇଛି ଯେ ସେ ମହର -୩୭ ଅନୁସୂଚିତ ଜାତିର ଅଟନ୍ତି ।

ଏହା ବି ପଢ଼ନ୍ତୁ: World Photography Day: ଏହି ପାଞ୍ଚଟି ଟିପ୍ସ ଆପଣଙ୍କୁ କରିଦେବ ମୋବାଇଲ୍ ଫଟୋଗ୍ରାଫିରେ ଏକ୍ସପର୍ଟ

ଏହା ବି ପଢ଼ନ୍ତୁ: ଭାରତର ଏହି ୬ ଟି ରାଜ୍ୟରେ ଜୀବନ ସାଥୀ ବଦଳାଇବାରେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି ମହିଳା