Russia Ukraine War: ଯୁଦ୍ଧ ବେଳେ ଋଷିଆକୁ ଲାଗିଲା ବଡ଼ ଝଟକା, ୟୁକ୍ରେନ କଲା ବଡ଼ ଦାବି
Advertisement

Russia Ukraine War: ଯୁଦ୍ଧ ବେଳେ ଋଷିଆକୁ ଲାଗିଲା ବଡ଼ ଝଟକା, ୟୁକ୍ରେନ କଲା ବଡ଼ ଦାବି

Russian Army: ଯୁଦ୍ଧ ବେଳେ ଋଷିଆକୁ ଏକ ବଡ଼ ଧରଣର ଝଟକା ଦେଇଛି ୟୁକ୍ରେନ। ବର୍ତ୍ତମାନ ୟୁକ୍ରେନ ଦାବି କରିଛି ଯେ ଗୋଟିଏ ଦିନରେ ପ୍ରାୟ ୧୦୦୦ ଋଷୀୟ ସୈନିକଙ୍କୁ ହତ୍ୟା କରାଯାଇଛି। 

Russia Ukraine War: ଯୁଦ୍ଧ ବେଳେ ଋଷିଆକୁ ଲାଗିଲା ବଡ଼ ଝଟକା, ୟୁକ୍ରେନ କଲା ବଡ଼ ଦାବି

Russian Armed Force: ପ୍ରାୟ ୯ ମାସ କାଳ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ। ଏହି ସମୟରେ ୟୁକ୍ରେନ ଏକ ଚକିତ କରିବା ଭଳି ଦାବି କରିଛି। ଯାହା ଋଷିଆ ଲାଗି କୌଣସି ବଡ଼ ଝଟକା ଠାରୁ କମ ନୁହେଁ। ବର୍ତ୍ତମାନ ୟୁକ୍ରେନ ଦାବି କରିଛି ଯେ ଗୋଟିଏ ଦିନରେ ପ୍ରାୟ ୧୦୦୦ ଋଷୀୟ ସୈନିକଙ୍କୁ ହତ୍ୟା କରାଯାଇଛି। ଯୁଦ୍ଧ ସମୟରେ ୟୁକ୍ରେନ କ୍ଷେପଣାସ୍ତ୍ର କବଳରୁ ଋଷୀୟ ସୈନ୍ୟବାହନୀ ପଳାୟନ କରିବାକୁ ବାଧ୍ୟ ହୋଇଥିଲା।

ଏହା ସହିତ ୟୁକ୍ରେନ ଦାବି କରିଛି ଋଷିଆ ସେନାର (Russian Army) ୫୨ ସାଞ୍ଜୁଆ ଗାଡି଼, ୧୩ ଟ୍ୟାଙ୍କ୍ ଏବଂ ଗୋଟିଏ କ୍ରୁଜ୍ କ୍ଷେପଣାସ୍ତ୍ରକୁ ସଫଳତାର ସହିତ ନଷ୍ଟ କରି ଦିଆଯାଇଛି। ୟୁକ୍ରେନ ସଶସ୍ତ୍ର ବାହିନୀ ଜେନେରାଲ୍ ଷ୍ଟାଫ୍ ସରେହୀ ଶାପ୍ତଲା (Ukraine Armed Forces General Staff Serhi Shaptla) ଏକ ଫେସବୁକ୍ ପୋଷ୍ଟ ଜରିଆରେ କହିଛନ୍ତି ଯେ ବିଗତ ୨୪ ଘଣ୍ଟା ମଧ୍ୟରେ ଡୋନେନସ୍କ୍ ଏବଂ ଲାଇମେନ୍ ଅଞ୍ଚଳକୁ କବଜା କରି ରଖିଥିବା ଶତ୍ରୁ ପକ୍ଷଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। 

Also Read: Nord Stream: ବ୍ରିଜ ବିସ୍ଫୋରଣ ପରେ ଋଷିଆକୁ ମିଳିଲା ପୁଣି ଥରେ ଜୋରଦାର ଝଟକା

ଏକ ରିପୋର୍ଟ ଜରିଆରେ କୁହାଯାଇଛି ଯେ ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନ (Russian President Vladimir Putin) ବର୍ତ୍ତମାନ ତାଙ୍କର ଖରାପ ତାଲିମପ୍ରାପ୍ତ ସୈନିକଙ୍କୁ ସେମାନଙ୍କ ମୃତ୍ୟୁ ମୁହଁକୁ ଠେଲି ଦେଇଛନ୍ତି। କାରଣ ସେ ଏହି ଅଞ୍ଚଳରେ ଜମି ଦଖଲ କରିବାକୁ ଜବରଦସ୍ତ ଚେଷ୍ଟା କରୁଛନ୍ତି। ୟୁକ୍ରେନ ସୈନ୍ୟମାନେ ତାଙ୍କ ବାହୁବଳୀ ଟ୍ୟାଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ତାଙ୍କର କିଛି ସୈନିକ ପଳାୟନ କରୁଥିବାର ଦେଖାଯାଇଛି। ଋଷୀୟ ସୈନିକଙ୍କୁ (Russian Soldier) ଜବାବ ଦେବାକୁ ଯାଇ ୟୁକ୍ରେନ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବାର ଦେଖାଯାଇଥିଲା।

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୯ ମାସ ପୂରଣ ହୋଇସାରିଛି। ଯୁଦ୍ଧ ଆରମ୍ଭରେ ଋଷିଆ, ୟୁକ୍ରେନ ଉପରେ ଭାରୀ ପଡ଼ିଯାଇଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ବର୍ତ୍ତମାନ ୟୁକ୍ରେନ ମଧ୍ୟ ସମ୍ପୂର୍ଣ୍ଣ ଶକ୍ତିର ସହିତ ଋଷିଆର ମୁକାବିଲା କରୁଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନ କଳେ ବଳେ କୌଶଳେ ଯୁଦ୍ଧ ଜିତିବାକୁ ଜିଦ୍ ଧରିଛନ୍ତି। ଋଷୀୟ ରାଷ୍ଟ୍ରପତି ଅତିକମରେ ୩ ଲକ୍ଷ ପୁରୁଷଙ୍କୁ ଦେଶର ସୈନ୍ୟବାହିନୀରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ହେଲେ ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଯୁଦ୍ଧ ବେଳେ ବ୍ୟାପକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ରାଷ୍ଟ୍ରପତି ପୁତିନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଦେଶ ଛାଡି ପଳାୟନ କରିଥିଲେ ହଜାର ହଜାର ଋଷିଆ ନାଗରିକ। ଏହା ପରେ ଋଷୀୟ ରାଷ୍ଟ୍ରପତି କହିଥିଲେ ଯେ ୟୁକ୍ରେନ ଜିତିବା ପାଇଁ ସେ ଖୁସିରେ ୨ କୋଟି ସୈନିକଙ୍କ ବଳିଦାନ ଦେବେ।

ଅନ୍ୟପଟେ ଗତ ଅକ୍ଟୋବର ୧୯ ତାରିଖ ବୁଧବାର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଋଷିଆ ଦ୍ୱାରା ଅଧିକୃତ ଚାରୋଟି ଅଞ୍ଚଳରେ ସାମରିକ ଆଇନ ଲାଗୁ ହୋଇଥିବା ନେଇ ଘୋଷଣା କରିଥିଲେ। ଏହି ଅଞ୍ଚଳ ହେଉଛି ଲୁହାନସ୍କ, ଡୋନେଟସ୍କ୍, ଜାପୋରିଜିଆ ଏବଂ ଖେରସନ। ଯୁ୍ଦ୍ଧରେ ଏହି ଅଞ୍ଚଳକୁ ଋଷିଆ ସେନା ୟୁକ୍ରେନ ଠାରୁ ଛଡ଼ାଇ ନେଇଛି। ସାମରିକ ଆଇନ ଘୋଷଣା କରାଯିବା ପରେ ଋଷିଆର ସମସ୍ତ ଆଞ୍ଚଳିକ ମୁଖ୍ୟଙ୍କୁ ଅତିରିକ୍ତ ଜରୁରୀକାଳୀନ ଶକ୍ତି ମିଳିଛି। 

Also Read: Russia Ukraine War: ଯୁଦ୍ଧ ବେଳେ ଋଷିଆକୁ ଲାଗିଲା ଜୋରଦାର ଝଟକା, କ'ଣ କହିଲା ୟୁକ୍ରେନ

ବୁଧବାର ଆୟୋଜିତ ହୋଇଥିବା ଦେଶର ଜାତୀୟ ସୁରକ୍ଷା ପରିଷଦ ବୈଠକରେ ଯୋଗ ଦେଇଥିଲେ ରଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ବୈଠକକୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁତିନ କହିଛନ୍ତି ଯେ ମୁଁ ଋଷୀୟ ସଂଘ ଉପରୋକ୍ତ ଚାରୋଟି ଅଞ୍ଚଳରେ ସାମରିକ ଆଇନ ପ୍ରଣୟନ କରିବାକୁ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଛି। ଏହା ପରେ ଏହି ଅଞ୍ଚଳରେ ସାମରିକ ନିୟମ ଲାଗୁ ହୋଇଥିବା ରଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ କୁହାଯାଇଛି।