Prophet Muhammad Controversy:ମୁସଲିମ ଯୁବକଙ୍କ ଲେଖାକୁ ନେଇ ତାତି ଉଠିଲେ ଇସଲାମୀୟ କଟ୍ଟରପନ୍ଥୀ
Advertisement
Article Detail0/zeeodisha/odisha1220050

Prophet Muhammad Controversy:ମୁସଲିମ ଯୁବକଙ୍କ ଲେଖାକୁ ନେଇ ତାତି ଉଠିଲେ ଇସଲାମୀୟ କଟ୍ଟରପନ୍ଥୀ

ଇଞ୍ଜିନିୟରିଂ ଛାତ୍ର ସାଦ୍ ଆଶଫାକ ଅନସାରୀ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ବଡ଼ ହୋଇଯାଅ। ବିଶ୍ୱରେ ଆତଙ୍କବାଦ ବିସ୍ତାର କରୁଥିବା ଧର୍ମକୁ ଛାଡ଼ ଏବଂ ମଣିଷ ହୁଅ।

Prophet Muhammad Controversy:ମୁସଲିମ ଯୁବକଙ୍କ ଲେଖାକୁ ନେଇ ତାତି ଉଠିଲେ ଇସଲାମୀୟ କଟ୍ଟରପନ୍ଥୀ

Prophet Muhammad Controversy: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦ ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି। ଭବିଷ୍ୟ‌ବକ୍ତା ମହମ୍ମଦଙ୍କୁ କଥିତ ଭାବେ ଅପମାନିତ କରିବାକୁ ନେଇ ସୃଷ୍ଟି ହୋଇଥିବା ଏବେ ସାରା ଦେଶରେ ଜାରି ରହିଛି। ଏହାକୁ ବିରୋଧ କରିବା ନାମରେ ଇସଲାମୀୟ ମୌଳବାଦୀ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଇବା ସହ ଦଙ୍ଗା ହଙ୍ଗମା କରୁଛନ୍ତି। ହେଲେ ବର୍ତ୍ତମାନ ମୁସଲମାନ ସମ୍ପ୍ରଦାୟରୁ ଏହାର ସପକ୍ଷରେ ସ୍ୱର ଉତ୍ତୋଳନ କରାଯାଇଛି। ମହାରାଷ୍ଟ୍ରରେ ଇଞ୍ଜିନିୟରିଂ ପଢୁଥିବା ଜଣେ ମୁସଲିମ ଛାତ୍ର ଏହି ପ୍ରସଙ୍ଗରେ ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ ଲେଖିଛନ୍ତି। ଏହା ମାଧ୍ୟମରେ ଛାତ୍ର ଜଣଙ୍ କହିଛନ୍ତି ଯେ ନୁପୂର ଶର୍ମା ଏପରି କ'ଣ କହିଲେ ଯେ ଯାହା ଏତେ ବଡ ପ୍ରସଙ୍ଗ ହୋଇଯାଇଛି।

ନୁପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଏହି ମୁସଲିମ ଛାତ୍ରଙ୍କ ନାଁ ହେଉଛି ସାଦ୍ ଆଶଫାକ ଅନସାରୀ ଏବଂ ସେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ନିକଟସ୍ଥ ଭିୱାଣ୍ଡି କେସରବାଗ ଅଞ୍ଚଳର ବାସିନ୍ଦା। ପୈଗମ୍ବର ବିବାଦ ମାମଲାରେ ଛାତ୍ର ଜଣଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ଲେଖିଥିଲେ ଯେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ୬-୯ ବର୍ଷର ଝିଅକୁ ବିବାହ କରିବା ଖୋଲାଖୋଲି ଭାବେ ଶିଶୁ ନିର୍ଯାତନା। ମୁଁ ଜାଣେ ନାହିଁ ଆପଣ କିପରି ଏବଂ କାହିଁକି ଏହାକୁ ସମର୍ଥନ କରନ୍ତି।  ନିଜେ କଳ୍ପନା କର ଆପଣ କ'ଣ ଆପଣଙ୍କ ୬ ବର୍ଷର ଝିଅକୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ କରିବାକୁ ପ୍ରସ୍ତୁତ? ଏହା ବାବଦରେ ନିଜେ ଚିନ୍ତା କର।

ଇଞ୍ଜିନିୟରିଂ ଛାତ୍ର ସାଦ୍ ଆଶଫାକ ଅନସାରୀ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ବଡ଼ ହୋଇଯାଅ। ବିଶ୍ୱରେ ଆତଙ୍କବାଦ ବିସ୍ତାର କରୁଥିବା ଧର୍ମକୁ ଛାଡ଼ ଏବଂ ମଣିଷ ହୁଅ। ଏହି କାମ କରିବା ଅତ୍ୟନ୍ତ କଷ୍ଟକର ନୁହେଁ, ଏନେଇ କେବଳ ସାହସ ଆବଶ୍ୟକ। ମୁଁ ଜାଣେ ଏହି ପୋଷ୍ଟ କରିବା ପରେ ମୁଁ କେତେ ଘୃଣା ପାଇବି ଏବଂ ଅନେକ ଲୋକ ମୋତେ ଭୁଲ ବୁଝିବେ। ତଥାପି ମୁଁ ଏଥିପାଇଁ ପ୍ରସ୍ତୁତ କାରଣ ଆପଣ ଏହି ମାମଲାରେ ପିଲା ଅଛନ୍ତି ଏବଂ କିଛି ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି। 

ଇଞ୍ଜିନିୟରିଂ ଛାତ୍ର ସାଦ୍ ଆଶଫାକ ଅନସାରୀଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟ ଇସଲାମୀୟ କଟ୍ଟରପନ୍ଥୀଙ୍କ ଦ୍ୱାରା ହଜମ ହୋଇନଥଲା। ଗତ ଶନିବାର ଜଣେ କଂଗ୍ରେସ ନେତାଙ୍କ ନେତୃତ୍ୱରେ ହଜାର ହଜାର ମୌଳବାଦୀ ତାଙ୍କ ଘରକୁ ଘେରିଯାଇ ତାଙ୍କ ସହ ମାଡ଼ପିଟ୍ କରିବା ସହ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ଏହା ସହିତ ତାଙ୍କୁ ପୁନର୍ବାର କଲମା ପଢିବାକୁ କୁହାଯାଇଥିଲା। କଟ୍ଟରପନ୍ଥୀଙ୍କ ଚାପରେ ଛାତ୍ର ଜଣଙ୍କ ସବୁ କିଛି କରି ଦେଇଥିଲେ। ଏହା ସତ୍ତ୍ୱେ ମୌଳବାଦୀ ଶାନ୍ତ ହୋଇନଥିଲେ। ସେମାନେ ଛାଚ୍ରଙ୍କ ବିରୋଧରେ ସ୍ଥାନୀୟ ଥାନରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ହେପାଜତକୁ ନେଇଥିଲା। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ଇଞ୍ଜିନିୟରିଂ ଛାତ୍ର ସାଦ୍ ଆଶଫାକ ଅନସାରୀ କହିଛନ୍ତି ଯେ ସେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ପାଇଁ ଏହି ପୋଷ୍ଟ ଲେଖି ନାହାଁନ୍ତି। ସେ ସମସ୍ତ ଧର୍ମର ମୌଳବାଦୀଙ୍କୁ ନିବେଦନ କରିବାକୁ ଚାହୁଁଥିଲେ। ମାତ୍ର ତାଙ୍କର ଉଦ୍ୟମକୁ ଭୁଲ ବୁଝା ଯାଇଥିଲା।

ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ଜ୍ଞାନବ୍ୟାପୀ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗ ଉପରେ ଉଠିଥିବା ପ୍ରଶ୍ନର ଉତ୍ତରରେ ବିଜେପି ମୁଖପାତ୍ର ନୁପୁର ଶର୍ମା ଜଣେ ମୁସଲିମ ମୌଲାନାଙ୍କୁ ଜବାବ ଦେଇ କହିଥିଲେ ହିନ୍ଦୁ ଦେବାଦେବୀଙ୍କ ଉପରେ ପ୍ରଶ୍ନ ଉଠାଇବା ବନ୍ଦ କର। ନହେଲେ ମୁଁ ଏକଥା କହିବାକୁ ବାଧ୍ୟ ହେବି ଯେ ୫୦ ବର୍ଷୀୟ ପୈଗମ୍ବର ମହମ୍ମଦ ୬ ବର୍ଷୀୟ ଝିଅକୁ ବିବାହ କରିଥିଲେ ଏବଂ ୯ ବର୍ଷ ବୟସରେ ସମ୍ପର୍କ ରଖିଥିଲେ। ଏକଥା ଇସଲାମୀୟ ହଦିସ ରେ  କୁହାଯାଇଥିବା କହିଥିଲେ ନୁପୂର ଶର୍ମା। ମାତ୍ର ତାଙ୍କର ଏହି ବିବୃତ୍ତିକୁ ପୈଗମ୍ବର ମହମ୍ମଦଙ୍କ ପ୍ରତି ଅପମାନ ବୋଲି ବର୍ଣ୍ଣନା କରି ଇସଲାମୀୟ ମୌଳବାଦୀ ଦେଶ ବିଦେଶ ଦଙ୍ଗା ହଙ୍ଗମା କରିଛନ୍ତି।     

ଇସଲାମ ସଂସ୍ଥାପକ ପୈଗମ୍ବରଙ୍କ ସହ ଜଡିତ ଏହି ତଥ୍ୟ ଉପସ୍ଥାପନ କରିବାକୁ ନେଇ ପସନ୍ଦ କର ନ ଥିଲେ ଇସଲାମୀୟ ମୌଳିବାଦୀ। ପୈଗମ୍ବରଙ୍କ ବାବଦରେ ବିଜେପି ମୁଖପାତ୍ର ରଖିଥିବା ବୟାନକୁ ନେଇ ଅନେକ ମୁସଲିମ ଦେଶ ଭାରତ ଉପରେ ନାରାଜ ହୋଇଉଠିଛନ୍ତି। ନିଜର ବୟାନକୁ ନେଇ ବିବାଦ ତେଜିବାରୁ ବିଜେପି ଏହାର ମୁଖପାତ୍ର ନୁପୁର ଶର୍ମା ଏବଂ ଦଳର ଅନ୍ୟତମ ନେତା ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରିଛି। ଏହା ସତ୍ତ୍ୱେ ଇସଲାମୀୟ ମୌଳବାଦୀ ସନ୍ତୁଷ୍ଟ ହୋଇନାହାଁନ୍ତି। 

Also Read: Nupur Sharma Controversy: ବିବାଦ ପରେ ଚର୍ଚ୍ଚାକୁ ଆସିଲା ଘରୋଇ ଶିକ୍ଷାନୁଷ୍ଠାନ 

Also Read: Prophet Mohammad Controversy: ଉପଦ୍ରବୀଙ୍କ ବିରୋଧରେ ବର୍ଷିଲେ ତସଲିମା ନସରିନ

Also Read: ଟିଭି ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ ନାହିଁ ଉଲେମା ଏବଂ ମୁସଲିମ: AIMPLB