Plane Accident: ରନ୍ ୱେ ପାର ହେବା ପରେ ଘାସରେ ଫସିଗଲା ବିମାନ, ଯାତ୍ରୀଙ୍କ ସହ ଘଟିଲା ଏପରି ଘଟଣା
Advertisement
Article Detail0/zeeodisha/odisha1409523

Plane Accident: ରନ୍ ୱେ ପାର ହେବା ପରେ ଘାସରେ ଫସିଗଲା ବିମାନ, ଯାତ୍ରୀଙ୍କ ସହ ଘଟିଲା ଏପରି ଘଟଣା

Mactan International Airport: ସୋମବାର ବର୍ଷା ହେତୁ ଏକ କୋରିଆ ଏୟାର ବିମାନ ରନ୍ ୱେ ପାର ହେବା ପରେ ଏକ ଘାସ କ୍ଷେତରେ ଫସି ଯାଇଛି। ଫିଲିପାଇନ୍ସସ୍ଥିତ ମୈକ୍ଟନ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ଘଟିଯାଇଛି ଏଭଳି ଘଟଣା। 

 Plane Accident: ରନ୍ ୱେ ପାର ହେବା ପରେ ଘାସରେ ଫସିଗଲା ବିମାନ, ଯାତ୍ରୀଙ୍କ ସହ ଘଟିଲା ଏପରି ଘଟଣା

Plane Accident: ଉଡ଼ାଣ ସମୟରେ ରନ୍ ୱେ ପାର ହେବା ପରେ ଘାସରେ ଫସିଯାଇଛି ଏକ କୋରିଆନ ଏୟାରଲାଇନ୍ସ ବିମାନ। ସୋମବାର ଫିଲିପାଇନ୍ସସ୍ଥିତ ଏକ ବିମାନ ବନ୍ଦର ପରିସରରେ ଘଟିଯାଇଛି ଏଭଳି ଘଟଣା। ଏହି ଘଟଣାରେ ବିମାନରେ ଥିବା ୧୬୨ ଜଣ ଯାତ୍ରୀ ଏବଂ ୧୧ ଜଣ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରୁ କେହି ଆହତ ହୋଇନାହାଁନ୍ତି। ସେମାନଙ୍କୁ ବିମାନରୁ ବାହାରିବା ପାଇଁ ଜରୁରୀକାଳୀନ ଫାଟକ ବ୍ୟବହାର କରିବାକୁ ପଡିଥିଲା। 

ଏହି ଘଟଣା ପରେ ଫିଲିପାଇନ୍ସର (Philippines) ସବୁଠୁ ବ୍ୟସ୍ତ ବହୁଳ ଏୟାରପୋର୍ଟ ମୈକ୍ଟନ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ (Mactan International Airport) ବନ୍ଦ କରି ଦିଆଯାଇଛି। କୋରିଆ ବିମାନ (Korean Plane) ଏହି ବିମାନ ବନ୍ଦରର ଏକମାତ୍ର ରନୱେ ଠାରେ ଅଟକି ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫିଲିପାଇନ୍ସ ଏହି ଘଟଣାର ତଦନ୍ତ କରୁଛି। ଏନେଇ ଏକ ବିବୃତ୍ତିରେ କୋରିଆ ଏୟାରଲାଇନ୍ସ (Korean Airlines) କହିଛି ଯେ ଦକ୍ଷିଣ କୋରିଆର ଇଞ୍ଚିୟନରୁ ଏକ ଏୟାରବସ୍ A330 ବିମାନ ରନୱେ ଅତିକ୍ରମ କରିବା ପୂର୍ବରୁ ୨ ଥର ଅବତରଣ କରିବାକୁ ଚେଷ୍ଟା କରିଛି।

ସୋମବାର ବର୍ଷା ହେତୁ ଏକ କୋରିଆ ଏୟାର ବିମାନ ରନ୍ ୱେ ପାର ହେବା ପରେ ଏକ ଘାସ କ୍ଷେତରେ ଫସି ଯାଇଥିଲା। ଫିଲିପାଇନ୍ସସ୍ଥିତ ମୈକ୍ଟନ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ଘଟିଯାଇଛି ଏଭଳି ଘଟଣା। ଏହି ଘଟଣାରେ ବିମାନରେ ଥିବା ୧୬୨ ଜଣ ଯାତ୍ରୀ ଏବଂ ୧୧ ଜଣ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରୁ କେହି ଆହତ ହୋଇନାହାଁନ୍ତି। ସେମାନଙ୍କୁ ବିମାନ ଜରୁରୀକାଳୀନ ଫାଟକ ବ୍ୟବହାର କରି ଉଦ୍ଧାର କରାଯାଇଥିଲା। ମୈକ୍ଟନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କୋରିଆ ବିମାନ ଫସିଯିବା ପରେ ଏହାର ଏକମାତ୍ର ରନୱେ ବନ୍ଦ କରି ଦିଆଯାଇଥିଲା। ଫିଲିପାଇନ୍ସ ଏହି ଘଟଣାର ତଦନ୍ତ କରୁଛି। 

Also Read: Viral Video: ଉଡ଼ାଣ ଭରିବା ମାତ୍ରେ ଭାଙ୍ଗିଗଲା ଚକା, କିପରି ଅବତରଣ କଲା ବିମାନ?

ଏହି ଘଟଣାରେ ଜାରି କରିଛି କୋରିଆ ଏୟାରଲାଇନ୍ସ। ଏନେଇ କୁହାଯାଇଛି ଦକ୍ଷିଣ କୋରିଆର ଇଞ୍ଚିୟନରୁ ଏକ ଏୟାରବସ୍ A330 ବିମାନ ରନୱେ ଅତିକ୍ରମ କରିବା ପୂର୍ବରୁ ୨ ଥର ଅବତରଣ କରିବାକୁ ପ୍ରୟାସ କରିଛି। କୋରିଆନ ଏୟାର ପ୍ରେସିଡେଣଅଟ ୱୁ କି-ହଙ୍ଗ କହିଛନ୍ତି ଯେ ଘଟଣାର କାରଣ ଜାଣିବା ପାଇଁ ସ୍ଥାନୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏବଂ କୋରିଆ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। କମ୍ପାନୀ ନିରାପଦ ଯାତ୍ରା ପାଇଁ ଦେଇଥିବା ପ୍ରତିଶୃତି ପାଳନ କରିବାକୁ ବଦ୍ଧପରିକର। ଏପରି ଘଟଣାର ଯେପରି କୌଣସି ପୁନରାବୃତ୍ତି ନ ହୁଏ ସେ ନେଇ ଯଥାସମ୍ଭବ ଚେଷ୍ଟା କରାଯିବ। ଏହି ବିମାର ଯାତ୍ରୀଙ୍କୁ ସ୍ଥାନୀୟ ହୋଟେଲ ପଠାଇ ଦିଆଯାଇଛି। ସେମାନଙ୍କ ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଛି। 

ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ୧୬୨ ଜଣ ଯାତ୍ରୀ ଏବଂ ୧୧ ଜଣ ଚାଳକ ଦଳ ସଦସ୍ୟଙ୍କୁ ନେଇ A330-300 ବିମାନ ଖରାପ ପାଗରେ ଅବତରଣ କରିବାକୁ ଚେଷ୍ଟା କରିଥିଲା। ତୃତୀୟ ପ୍ରୟାସରେ ରବିବାର  ରାତି  ୧୧.୦୭ ମିନିଟ ସମୟରେ ରନୱେ ଆଗକୁ ମାଡ଼ି ଯାଇଥିଲା। A330-300 ଫସିଯିବା କାରଣରୁ ସେବୁ ବିମାନ ବନ୍ଦରକୁ (Cebu International Airport) ସାମୟିକ ଭାବେ ବନ୍ଦ କରାଯାଇଛି।

Also Read: ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ

ସେବୁ ଠାରେ ଅବତରଣ କରିବାକୁ ଥିବା ବିମାନକୁ ଅନ୍ୟ ଏକ ବିମାନବନ୍ଦରକୁ ପଠାଇ ଦିଆଯାଉଛି। ବିମାନବନ୍ଦର ଅଧିକାରୀ  (Cebu International Airport Authority) କହିଛନ୍ତି ଏହି ଘଟଣା କାରଣରୁ ଫସି ରହିଥିବା ବିମାନକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ରନୱେ କୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏମସିଆଇ ଅଭିମୁଖେ ଆସୁଥିବା ଏବଂ ଯାଉଥିବା ସମସ୍ତ ଆନ୍ତର୍ଜାତୀୟ ତଥା ଘରୋଇ ବିମାନକୁ ଆଗାମୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବାତିଲ କରାଯାଇଛି।