Pakistan Economic Crisis: କିପରି କାଙ୍ଗାଳ ହେଲା ପାକିସ୍ତାନ? ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ
Advertisement
Article Detail0/zeeodisha/odisha1573136

Pakistan Economic Crisis: କିପରି କାଙ୍ଗାଳ ହେଲା ପାକିସ୍ତାନ? ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

Pakistan Financial Crisis: ପାକିସ୍ତାନରେ ସୃଷ୍ଟି ହୋଇଥିବା ଆର୍ଥିକ ସମସ୍ୟା ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶ କାଙ୍ଗାଳ ହେବା ପଛରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଖର୍ଚ୍ଚ ଏକ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

Pakistan Economic Crisis: କିପରି କାଙ୍ଗାଳ ହେଲା ପାକିସ୍ତାନ? ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

How Pakistan Became Poor: ପାକିସ୍ତାନରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟ ଏବେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି। ପାକିସ୍ତାନରେ ସୃଷ୍ଟି ହୋଇଥିବା ଆର୍ଥିକ ସମସ୍ୟା ଦେଶର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। କେଉଁ କାରଣ ଲାଗି ପାକିସ୍ତାନ କାଙ୍ଗାଳ ହୋଇଗଲା ସେ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। 
ଦେଶ କାଙ୍ଗାଳ ହେବା ପଛରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଖର୍ଚ୍ଚ ଏକ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

ଏନେଇ ମିଳିଥିବା ଖବର ଅନୁସାରେ ପାକିସ୍ତାନ ଅର୍ଥନୀତିରେ ସୃଷ୍ଟି ହୋଇଥିବା ସଂକଟ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସରକାର ସମୟରୁ ଆରମ୍ଭ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ରହିବା ସମୟରେ ଇମରାନ ଖାନ ତାଙ୍କ ବାନିଗାଲାସ୍ଥିତ ଘରୁ ରାଜଧାନୀ ଇସଲାମାବାଦସ୍ଥିତ ସରକାରୀ ବାସଭବନ ତଥା ତାଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ହେଲିକ୍ୟାପ୍ଟର ବ୍ୟବହାର କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ଯାତ୍ରା ପାଇଁ ସରକାରୀ ରାଜକୋଷରୁ ପ୍ରାୟ ୯୮.୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏହି ଖର୍ଚ୍ଚ ତାଙ୍କର ସବୁଠାରୁ ପସନ୍ଦୀୟ ସରକାରୀ ଯୋଜନା ପନାହଗାହ ଲାଗି ଖର୍ଚ୍ଚ ହେଉଥିବା ମୋଟ ବ୍ୟୟ ଅଟ୍ଟକଳ ଠାରୁ ୫ ଗୁଣ ଅଧିକ। ପାକିସ୍ତାନୀ ସମ୍ବାଦପତ୍ର "ଦି ନ୍ୟୁଜ୍ ଇଣ୍ଟରନ୍ୟାସନାଲ" ପକ୍ଷରୁ କୁହାଯାଇଛି ଯେ ଦେଶରେ କ୍ଷମତାସୀନ ହେବା ପରେ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ ସରକାର ଇମରାନ ଖାନଙ୍କ ହେଲିକପ୍ଟର ଯାତ୍ରା ଲାଗି ହୋଇଥିବା ଖର୍ଚ୍ଚ ବାବଦରେ ସବିଶେଷ ତଥ୍ୟ ପ୍ରକାଶ କରିଛି। ଯାହା ପରେ ଇମରାନ ଖାନଙ୍କ ତାଙ୍କ ଘର ଏବଂ କାର୍ଯ୍ୟାଳୟକୁ ଯିବା ଆସିବା କରିବା ସମୟରେ ହୋଇବା ହେଲିକପ୍ଟର ଖର୍ଚ୍ଚର ସବିଶେଷ ତଥ୍ୟ ସାମ୍ନାକୁ ଆସିଛି।

ପାକିସ୍ତାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ଦ୍ୱାରା ପ୍ରକାଶିତ ଦସ୍ତାବିଜ ଜରିଆରେ ଦର୍ଶାଯାଇଛି ଯେ ଇମରାନ ଖାନଙ୍କ ଯାତ୍ରା ପାଇଁ ୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ, ହେଲିକପ୍ଟର ରକ୍ଷଣାବେକ୍ଷଣ ଖର୍ଚ୍ଚ ତାଙ୍କ ଯାତ୍ରା ଖର୍ଚ୍ଚ ଠାରୁ ଅଧିକ ରହିଥିଲା।  ହେଲିକପ୍ଟର ରକ୍ଷଣାବେକ୍ଷଣ ପାଇଁ ମୋଟ ୫୧.୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଦେଶରେ କ୍ଷମତାସୀନ ରହିବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସବୁଠାରୁ ପସନ୍ଦୀୟ ସରକାରୀ ଯୋଜନା ରହିଥିଲା ପନାହଗାହ ଅର୍ଥାତ ଆଶ୍ରୟସ୍ଥଳ। ଯାହାର ଉଦ୍ଦେଶ୍ୟ ଥିଲା ତାଙ୍କ ଦେଶର ଗରିବଙ୍କ ପାଇଁ କେତେ ଯତ୍ନ ନେଉଛନ୍ତି ତାହାକୁ ଦର୍ଶାଇବା। ପନାହଗାହ ଯୋଜନା କାର୍ଯ୍ୟକାରୀ ହେବା ପର ଠାରୁ ଏ ପର୍ଯ୍ୟନ୍ତ ମୋଟ ୩୯ ଆଶ୍ରୟସ୍ଥଳ କାର୍ଯ୍ୟ କରୁଛି। ଗତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ପାଇଁ ୧୮.୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଇମରାନ ଖାନଙ୍କ ହେଲିକପ୍ଟର ଯାତ୍ରା ପାଇଁ ହୋଇଥିବା ଖର୍ଚ୍ଚ ତାଙ୍କର ପସନ୍ଦୀୟ ଯୋଜନାରେ ହୋଇଥିବା ଖର୍ଚ୍ଚ ଠାରୁ ୫ ଗୁଣ ଅଧିକ। 

ପାକିସ୍ତାନ ସରକାରଙ୍କ ଅନୁଯାୟୀ, ଇମରାନ ଖାନଙ୍କ ଯାତ୍ରା ଖର୍ଚ୍ଚ ବ୍ୟତୀତ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ସଚିବାଳୟକୁ ୧୪.୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିଲା। ଏହି ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ଦସ୍ତାବିଜ ଅନୁଯାୟୀ ପାକିସ୍ତାନ ବେତୁଲ ମଲ  ତତ୍ତ୍ୱାବଧାନରେ ସମଗ୍ର ଦେଶରେ ୩୯ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ସ୍ୱାସ୍ଥ୍ୟସେବା, ଆଶ୍ରୟ ଲାଗି ନିରାପଦ ପରିବେଶ, ପରିଷ୍କାର ଖାଦ୍ୟ ଆଦିଦି ଅନେକ ଦିଗ ପ୍ରତି ଧ୍ୟାନ ଦେଇ ଗରିବ ଭୂମିହୀନ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ଉପରେ ପର୍ଯ୍ୟବେସିତ ଥିଲା।