Delhi Bus Scam: ଆଉ ଏକ ବଡ଼ ଝଟକା ଦେଲେ ଉପରାଜ୍ୟପାଳ, କେଜରିଓ୍ୱାଲଙ୍କ ଘରେ ପଶିବ ସିବିଆଇ
Advertisement
Article Detail0/zeeodisha/odisha1346666

Delhi Bus Scam: ଆଉ ଏକ ବଡ଼ ଝଟକା ଦେଲେ ଉପରାଜ୍ୟପାଳ, କେଜରିଓ୍ୱାଲଙ୍କ ଘରେ ପଶିବ ସିବିଆଇ

ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଏଲଜିଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଏକ ପ୍ରସ୍ତାବ ପଠାଇଥିଲେ। ଯାହାକୁ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଅନୁମତି ପ୍ରଦାନ କରିଛି। ଏହି ସମସ୍ତ DTC ବସ ପାଇଁ କିଣାଯାଇଥିଲା।

Delhi Bus Scam: ଆଉ ଏକ ବଡ଼ ଝଟକା ଦେଲେ ଉପରାଜ୍ୟପାଳ, କେଜରିଓ୍ୱାଲଙ୍କ ଘରେ ପଶିବ ସିବିଆଇ

Delhi Bus Scam: ନୂଆଦିଲ୍ଲୀ: ଦିଲ୍ଲୀରେ ଲୋ ଫ୍ଲୋର ବସ କିଣା ଦୁର୍ନିତୀର ତଦନ୍ତ କରିବ ସିବିଆଇ। ଏଥିପାଇଁ ଦିଲ୍ଲୀ ମୁଖ୍ୟ ସଚିବଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ଉପରାଜ୍ୟପାଳ ବିନୟ ସକ୍ସେନା ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ ଦିଲ୍ଲୀରେ ଯାତାୟତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଦିଲ୍ଲୀ ପରିବହନ ନିଗମ ୧୦୦୦ରୁ ଅଧିକ ଲୋ ଫ୍ଲୋର ବସ କିଣାଯାଇଥିଲା। ତେବେ ଏହି ବସ କିଣିବାରେ ଦୁର୍ନିତୀ ହୋଇଥିବା ନେଇ କଥିତ ରୂପରେ ଅଭିଯୋଗ ହୋଇଥିଲା। 

ସୂଚନାଯୋଗ୍ୟ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଏଲଜିଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଏକ ପ୍ରସ୍ତାବ ପଠାଇଥିଲେ। ଯାହାକୁ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଅନୁମତି ପ୍ରଦାନ କରିଛି। ଏହି ସମସ୍ତ DTC ବସ ପାଇଁ କିଣାଯାଇଥିଲା। ଏଠାରେ କହି ରଖୁ କି ଗତ ୩ ମାସ ଧରି ବିଜେପି ନେତାମାନେ ଦିଲ୍ଲୀ ସରକାରଙ୍କ ବିରୋଧରେ ଡିଟିସି ବସ୍ କିଣିବାରେ ହୋଇଥିବା ଘୋଟାଲା ଅଭିଯୋଗ କରି ଆସୁଥିଲେ। ଏହା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପରିବହନ ମନ୍ତ୍ରୀ କୈଲାଶ ଗେହଲୋଟ୍ କହିଛନ୍ତି ଯେ ବସ୍ କିଣିବାରେ କୌଣସି ଦୁର୍ନିତୀ ହୋଇନାହିଁ। 

ଦିଲ୍ଲୀ ସରକାର ସଚ୍ଚୋଟ ଅଛନ୍ତି। ଦିଲ୍ଲୀ ସରକାର ବର୍ତ୍ତମାନ କହିଛନ୍ତି ଯେ ଏଲଜି ନିଜେ ଦୁର୍ନୀତିରେ ଛନ୍ଦି ହୋଇ ପଡ଼ିଛନ୍ତି। ଟେଣ୍ଡର ବାତିଲ କରାଯାଇଛି ଏବଂ ବସ୍ କେବେ କିଣାଯାଇ ନାହିଁ ବୋଲି AAP ସରକାର କହିଛନ୍ତି। କେଜ୍ରିୱାଲ ସରକାର ଏହା ମଧ୍ୟ କହିଛନ୍ତି ଯେ ଏହା ଧ୍ୟାନ ଆକର୍ଷଣ କରିବାର ଏକ ଉପାୟ। ଏଲଜି ନିଜେ ଜାଣି ନାହାଁନ୍ତି ସେ କଣ ସାଇନ୍ କରୁଛନ୍ତି। ସରକାରଙ୍କ ତରଫରୁ କହିଥଲେ ଯେ ଦିଲ୍ଲୀରେ ଅଧିକ ଶିକ୍ଷିତ ଏଲଜି ଦରକାର।

ଏଠାରେ କହି ରଖୁ କି ବସ କିଣା ବାବଦରେ ଯାଞ୍ଚ କମିଟି ସରକାରଙ୍କ ଠାରୁ ଅତି କମରେ ୪୦୦ ଫାଇଲ ମଗାଇଥିଲେ। ଏହା ଉପରେ ସିସୋଦିଆ କହିଥିଲେ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ଗୁଡ ଗଭର୍ଣ୍ଣାନନ୍ସ, ସଚ୍ଚୋଟତା ଓ କାମର ରାଜନୀତି ସମଗ୍ର ଦେଶରେ ଏକ ମଡେଲ ଭାବେ ଉଭା ହେଉଛି। ସେ ଆହୁରି ମଧ୍ୟ କହିଥିଲେ କି ଦିଲ୍ଲୀରେ ୨୦୦୮ ରୁ ୨୦୧୫ ମସିହା ମଧ୍ୟରେ କୌଣସି ବସ କିଣାଯାଇନାହିଁ। ୨୦୧୫ରେ ସରକାରକୁ ଆସିବା ପରେ ଅରବିନ୍ଦ କେଜରିଓ୍ୱାଲ ସାର୍ବଜନୀନ ଟ୍ରାନସପୋର୍ଟ ବ୍ୟବସ୍ଥା ଦୃଢ କରିବା ପାଇଁ ଯେତେବେଳେ ବି ଟେଣ୍ଡର ବାହାର କରାଯାଇଛି, ସେବେ ବିଜେପି ପାଇଁ ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଥିଲେ। 

ସୂଚନାଯୋଗ୍ୟ ସରାବ ନୀତିକୁ ନେଇ ସିବିଆଇ ବିଗତ ଦିନ ଗୁଡ଼ିକରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଓ ଅନ୍ୟାନ୍ୟ ସ୍ଥାନରେ ସିବିଆଇ ଚଢାଉ କରିଥିଲେ। ପରେ ଆମ ଆଦମୀ ପାର୍ଟି ଓ ବିଜେପି ପରସ୍ପର ଉପରେ ଦୁର୍ନିତି ଅଭିଯୋଗ ଆଣିଛନ୍ତି। ବିଜେପି ଦିଲ୍ଲୀ ସରକାରଙ୍କ ଉପରେ କେବଳ ଶରାବ ନୀତି ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ କରିଆସୁଛି। 

ଗତ ମାସରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ଦିଲ୍ଲୀରେ ଗଠିତ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି। କେଜ୍ରିୱାଲ ଏହା ମଧ୍ୟ ଦାବି କରିଛନ୍ତି ଯେ ବିଜେପି ତାଙ୍କ ବିଧାୟକ କିଣିବା ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। କେଜ୍ରିୱାଲ ବିଧାନସଭାରେ ଫ୍ଲୋର ଟେଷ୍ଟ କରିଥିବା ବେଳେ କେଜ୍ରିୱାଲ କହିଛନ୍ତି ଯେ ସରକାରଙ୍କୁ ହଟାଇବାକୁ ଚେଷ୍ଟା ବିଫଳ ହୋଇଛି।

ତେବେ ସରାବ ନୀତି ପାଇଁ ସିବିଆଇ ମନୀଷ ସିସୋଦିଆଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଘନ ଘନ ଚଢାଉ କରିଥିଲେ। ଏହାକୁ ନେଇ କେଜରିଓ୍ୱାଲ କହିଥିଲେ କି ଖୁବ କମ ଦିନ ମଧ୍ୟରେ ମନୀଷଙ୍କୁ ଗିରଫ କରାଯିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଥିଲେ ଯେ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ  ସିବିଆଇ ଦ୍ୱାରା ଏକ ଅନୌପଚାରିକ କ୍ଲିନ୍ ଚିଟ୍ ଦିଆଯାଇଛି କିନ୍ତୁ ରାଜନୈତିକ ଚାପରେ ତାଙ୍କୁ ଏକ ସପ୍ତାହ କିମ୍ବା ଦଶ ଦିନ ମଧ୍ୟରେ ଗିରଫ କରାଯିବା ନେଇ ଆଶଙ୍କା କରିଥିଲେ। ଆନ୍ନା ହଜାରେଙ୍କ ଦ୍ୱାରା ଲିଖିତ ଚିଠି ସମ୍ପର୍କରେ ସେ କହିଥିଲେ ଯେ ସେମାନେ (ବିଜେପି) ଆନ୍ନା ହାଜାରେଙ୍କୁ ବ୍ୟବହାର କରୁଛନ୍ତି, କାରଣ ଲୋକମାନେ ତାଙ୍କ ମଦ ଘୋଟଲା ଅଭିଯୋଗକୁ ବିଶ୍ୱାସ କରନ୍ତି ନାହିଁ ।