Indian Army: ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ପାଇଁ କିଣାଯିବ ୬୨ ହଜାରରୁ ଅଧିକ ବୁଲେଟପ୍ରୁଫ୍ ଜ୍ୟାକେଟ୍
Advertisement

Indian Army: ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ପାଇଁ କିଣାଯିବ ୬୨ ହଜାରରୁ ଅଧିକ ବୁଲେଟପ୍ରୁଫ୍ ଜ୍ୟାକେଟ୍

Indian Army:  ଭାରତୀୟ ସେନା ଲାଗି କ୍ରୟ କରାଯାଉଥିବା ବୁଲେଟପ୍ରୁଫ୍ ଜ୍ୟାକେଟ୍ ଚତୁର୍ଥ ସ୍ତରର ହେବ। ଯାହା ଷ୍ଟିଲ୍ କୋର୍ ବୁଲେଟ୍ ବିରୋଧରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏହି ଜ୍ୟାକେଟ ପ୍ରଥମେ ଜାମୁ କାଶ୍ମୀର ଠାରେ ଆତଙ୍କବାଦୀ ଦମନ ଅଭିଯାନରେ ନିୟୋଜିତ ସୈନିକଙ୍କୁ ପ୍ରଦାନ କରାଯିବ।

Indian Army: ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ପାଇଁ କିଣାଯିବ ୬୨ ହଜାରରୁ ଅଧିକ ବୁଲେଟପ୍ରୁଫ୍ ଜ୍ୟାକେଟ୍

Bulletproof Jackets for Indian Army: ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି ଭାରତୀୟ ସେନା। ସୈନିକଙ୍କ ଲାଗି ୬୨ ହଜାରରୁ ଅଧିକ ବୁଲେଟପ୍ରୁଫ୍ ଜ୍ୟାକେଟ୍ କିଣିବା ପାଇଁଟେଣ୍ଡର ଜାରି କରିଛି ଭାରତୀୟ ସେନା। ପ୍ରତିରକ୍ଷା ମନ୍ତ୍ରଣାଳୟ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଥିବା ଜ୍ୟାକେଟ କ୍ରୟ କରିବା ପାଇଁ ଦୁଇଟି ପୃଥକ ପୃଥକ ଟେଣ୍ଡର ଜାରି କରିଛି। ଏନେଇ ଜାରି ହୋଇଥିବା ଟେଣ୍ଡର ଅନୁସାରେ ସାଧାରଣ ପ୍ରକ୍ରିୟାରେ ୪୭,୬୨୭ ଏବଂ ଜରୁରୀକାଳୀନ କ୍ରୟ ପ୍ରକ୍ରିୟାରେ ୧୫ ହଜାର ଜ୍ୟାକେଟ୍ ଆସନ୍ତା ୩-୪ ମାସ ମଧ୍ୟରେ କ୍ରୟ କରାଯିବ। 

ସୈନିକଙ୍କ ଲାଗି ବୁଲେଟ ପ୍ରୁଫ୍ ଜ୍ୟାକେଟ୍ (Bulletproof Jacket) କ୍ରୟ କରିବାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ସେନା (Indian Army)। ଏନେଇ କୁହାଯାଇଛି ଯେ, ସାଧାରଣ ପ୍ରକ୍ରିୟାରେ କ୍ରୟ କରାଯିବାକୁ ଥିବା ୪୭,୬୨୭ ଜ୍ୟାକେଟ ପର୍ଯ୍ୟାୟକ୍ରମେ କ୍ରୟ କରାଯିବ। ଏହି କ୍ରୟ ପ୍ରକ୍ରିୟା  ଆସନ୍ତା ୧୮-୨୪ ମାସ ମଧ୍ୟରେ ଶେଷ ହେବ। ସେନା ଦ୍ୱାରା ତାଲିକାଭୁକ୍ତ ହୋଇଥିବା ବିଶିଷ୍ଟତାରେ କୁହାଯାଇଛି ଯେ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଜଣେ ସୈନିକଙ୍କୁ ୭.୬୨ ମିଲିମିଟର ଆର୍ମର ପିୟର୍ସିଙ୍ଗ ରାଇଫଲ ଗୁଳିଗୋଳା (Armor Piercing Rifle Ammunition) ସହ ୧୦ ମିଟର ଦୂରରୁ ଚଳାଯାଇଥିବା ଷ୍ଟିଲ କୋର ଗୁଳିରୁ (Steel Core Bullet) ରକ୍ଷା କରିପାରିବ।

Also Read: ସେନାକୁ ମିଳିଲା ସ୍ୱଦେଶୀ ସୁରକ୍ଷା କବଚ; ପାଗ ହେଉ କିମ୍ବା ଶତ୍ରୁ କେହି କରିପାରିବେନି କ୍ଷତି

କାଶ୍ମୀର ଘାଟିରେ (Kashmir Valley) ହୋଇଥିବା ଭାରତୀୟ ସେନା ସହ ହୋଇଥିବା କେତେକ ଗୁଳି ବିନିମୟରେ ଆତଙ୍କବାଦୀ ଆମେରିକା ନିର୍ମିତ କବଚ ଭେଦୀ ଗୁଳି (American Armor Piercing Bullet) ବ୍ୟବହାର କରିଥିଲେ। ଏହି ଗୁଳି ଭାରତୀୟ ସୈନିକ ବ୍ୟବହାର କରୁଥିବା ବୁଲେଟପ୍ରୁଫ୍ ଜ୍ୟାକେଟ୍ ଭେଦ କରିବାରେ ସଫଳ ହୋଇଥିଲେ। ଆତଙ୍କବାଦ ବିରୋଧରେ ଯୁଦ୍ଧ ଆରମ୍ଭ ହେବାର ୨୦ ବର୍ଷ ପରେ ଆମେରିକା ସୈନ୍ୟବାହିନୀ (American Troops) ଆଫଗାନିସ୍ତାନରେ (Afghanistan) ଏପିବିଏସ (APBS) ସହିତ ଏମ-୧୬ ଆସଲ୍ଟ ରାଇଫଲ (m16 Assault Rifle) ଏବଂ ଏମ-୪ କାର୍ବାଇନ (m4 Carbine) ଭଳି ଅନେକ ଅସ୍ତ୍ରଶସ୍ତ୍ର ସେଠାରେ ଛାଡି ଦେଇଥିଲେ। ଆମେରିକାର ସେନା ପ୍ରତ୍ୟାହାର ହୋଇଯିବା ପରେ ଆଫଗାନିସ୍ତାନ ତାଲିବାନ (Taliban) ଅଧୀନକୁ ଆସି ଯାଇଥିଲା। ଆଫଗାନିସ୍ତାନ ମାଟିରେ ଆମେରିକା ସେନା ଛାଡି ଦେଇଥିବା ଅସ୍ତ୍ରଶସ୍ତ୍ର ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ହାତକୁ ଆସି ଯାଇଥିଲା।

Also Read: ଚୀନ ଗୁଳି ଆଗରେ ଫେଲ୍ ଭାରତୀୟ ବୁଲେଟ ପ୍ରୁଫ୍ ଜ୍ୟାକେଟ

ଭାରତୀୟ ସେନା (Indian Soldier) ଲାଗି କ୍ରୟ କରାଯାଉଥିବା ବୁଲେଟପ୍ରୁଫ୍ ଜ୍ୟାକେଟ୍ ଚତୁର୍ଥ ସ୍ତରର ହେବ। ଯାହା ଷ୍ଟିଲ୍ କୋର୍ ବୁଲେଟ୍ (Lethal Steel Core Bullet) ବିରୋଧରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏହି ଜ୍ୟାକେଟ ପ୍ରଥମେ ଜାମୁ କାଶ୍ମୀର (Jammu Kashmir) ଠାରେ ଆତଙ୍କବାଦୀ ଦମନ ଅଭିଯାନରେ (Anti Terrorist Operation) ନିୟୋଜିତ ସୈନିକଙ୍କୁ ପ୍ରଦାନ କରାଯିବ। ଭାରତୀୟ ସେନା ନିଶ୍ଚିତ ଏହା କରିବ ଯେ ଏହି ଜ୍ୟାକେଟ ସ୍ୱଦେଶରେ ତିଆରି ହୋଇଛି। ଏହାର ନିର୍ମାଣରେ ବ୍ୟବହାର ହୋଇଥିବା ସାମଗ୍ରୀ କୌଣସି ବିଦେଶରୁ ଆମଦାନୀ କରାଯାଇନାହିଁ।