India: ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ମିଳିଲା ବଡ଼ ସଫଳତା, ୧୨ ଦେଶର ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲା ଭାରତ
Advertisement

India: ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ମିଳିଲା ବଡ଼ ସଫଳତା, ୧୨ ଦେଶର ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲା ଭାରତ

Make in India: ମେକ ଇନ ଇଣ୍ଡିଆ ଅଭିଯାନ ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ପାଇଛି ଭାରତ।  

India: ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ମିଳିଲା ବଡ଼ ସଫଳତା, ୧୨ ଦେଶର ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲା ଭାରତ

C295 Planes: ଅକ୍ଟୋବର ୩୦ ତାରିଖ ରବିବାର ଗୁଜୁରାଟ ଭଦୋଦରାରେ ସାମରିକ ପରିବହନ ବିମାନ ନିର୍ମାଣ କାରଖାନାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବିମାନ ନିର୍ମାଣ କାରଖାନା କାରଖାନା ଟାଟା-ଏୟାରବସ୍ ମିଳିତ ସହଯୋଗରେ ପରିଚାଳିତ ହେବ। ଦେଶରେ ସାମରିକ ବିମାନ ନିର୍ମାଣ କାରଖାନା ପ୍ରତିଷ୍ଠା ହେବା ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ସାମରିକ ବିମାନ କାରଖାନା ପ୍ରତିଷ୍ଠା କରି ଭାରତ ବିଶ୍ୱର ସେହି ୧୨ ଦେଶଙ୍କୁ ନେଇ ଗଠିତ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛି। ଯେଉଁମାନଙ୍କ ପାଖରେ ସାମରିକ ବିମାନ ଉତ୍ପାଦନ କରିବାର ନିଜସ୍ୱ କ୍ଷମତା ରହିଛି। 

ଏଣିକି ଭାରତରେ ନିର୍ମାଣ କରାଯିବ C295 ପରିବହନ ବିମାନ (C295 Military Transport Planes)। ଯାହାର ବ୍ୟବହାର ସାମରିକ କ୍ଷେତ୍ରରେ କରାଯାଇଥାଏ। ଘରୋଇ ଶିଳ୍ପରେ C295 ଉତ୍ପାଦନ ହେଉଛି ପ୍ରଥମ ମେକ୍ ଇନ୍ ଇଣ୍ଡିଆ (Make in India) ଏରୋସ୍ପେସ୍ କାର୍ଯ୍ୟକ୍ରମ। ଯାହାକି ଏକ ଶିଳ୍ପ ଇକୋସିଷ୍ଟମ୍ ବିକାଶ କରିଥାଏ। ଏହା ଉତ୍ପାଦନ ଠାରୁ ଆରମ୍ଭ କରି ଏକତ୍ରୀକରଣ, ପରୀକ୍ଷଣ ଏବଂ ଯୋଗ୍ୟତା, ବିମାନର ବିତରଣ ଏବଂ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ କରିବ। ଏନେଇ ହୋଇଥିବା ଚୁକ୍ତିନାମା ଅନୁଯାୟୀ ୨୦୨୩ ସେପ୍ଟେମ୍ବରରୁ ୨୦୨୫ ଅଗଷ୍ଟ ମଧ୍ୟରେ ୧୬ C295 ବିମାନ ଉଡ଼ାଣ ଅବସ୍ଥାରେ ଭାରତୀୟ ବାୟୁସେନାକୁ (Indian Air Force) ବିତରଣ କରାଯିବ। ଅବଶିଷ୍ଟ ୪୦ ବିମାନ ଗୁଜୁରାଟ ଭଦୋଦରାସ୍ଥିତ କାରଖାନାରେ ବାୟୁସେନା ଲାଗି ଉତ୍ପାଦନ କରାଯିବ। ଭାରତରେ ନିର୍ମିତ ବିମାନ ମଧ୍ୟରେ ସ୍ୱଦେଶୀ ସାମଗ୍ରୀ ସର୍ବାଧିକ। ସ୍ପେନରେ ଏୟାରବସ୍ କରୁଥିବା ୯୬ ପ୍ରତିଶତ କାର୍ଯ୍ୟ ଭଦୋଦରା ୟୁନିଟ ଠାରେ କରାଯିବ।

Also Read: India: ସ୍ୱାବଲମ୍ବୀ ହେବ ଭାରତୀୟ ବାୟୁସେନା, ମୋଦି ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ପ୍ରକଳ୍ପ ଭାରତୀୟ ଜ୍ଞାନକୌଶଳ ଏବଂ ଉଚ୍ଚ ପ୍ରତିଯୋଗିତାମୂଳକ ବିମାନ ଶିଳ୍ପରେ ପ୍ରବେଶ କରିବା ପାଇଁ ଏକ ଉତ୍ତମ ସୁଯୋଗ। ଏହା ଘରୋଇ ବିମାନ ଉତ୍ପାଦନକୁ ବୃଦ୍ଧି କରିବ। ଯାହା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରି ରପ୍ତାନୀ ବୃଦ୍ଧି କରିବ। ସମସ୍ତ ୫୬ ବିମାନରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ୍ ଦ୍ୱାରା ଡିଜାଇନ୍ ହୋଇଥିବା ସ୍ୱଦେଶୀ ଇଲେକ୍ଟ୍ରୋନିକ୍ ଯୁଦ୍ଧ ଉପକରଣ ସହିତ ସଂଯୁକ୍ତ କରାଯିବ।

ଏପରି ସାମରିକ ବିମାନ ନିର୍ମାଣ କରିବାର ସାମର୍ଥ୍ୟ ସହିତ ଭାରତ ଆମେରିକା, ବ୍ରିଟେନ, ଋଷିଆ, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ୟୁକ୍ରେନ, ବ୍ରାଜିଲ, ଚୀନ୍ ଏବଂ ଜାପାନ ଆଦି ଦେଶଙ୍କ ସହ ସାମିଲ ହେବ। ଆଲିଏଡ୍ ମାର୍କେଟ୍ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ସାମରିକ ପରିବହନ ବିମାନ ଶିଳ୍ପ ୨୦୩୦ ସୁଦ୍ଧା ୪୫ ବିଲିୟନ ଡ଼ଲାର ମୂଲ୍ୟରେ ପହଞ୍ଚିପାରେ। ଟାଟା-ଏୟାରବସ୍ ସହଯୋଗରେ ଭାରତୀୟ ବାୟୁସେନା ଏହାର ପରିବହନ ବିମାନ ଚାହିଦା ପୂରଣ କରିବା ପରେ ଅନ୍ୟ ଦେଶକୁ ବିମାନ ରପ୍ତାନୀ କରିବା ଆରମ୍ଭ କରାଯିବ।

ଏହି ବିମାନର ଉତ୍ପାଦନ ସହିତ ଘରୋଇ ବାଣିଜ୍ୟିକ ବିମାନ ଉତ୍ପାଦନ ବିକାଶର ସମ୍ଭାବନା ବୃଦ୍ଧି ପାଇବ। ଗତ ୨୦୧୧ ମସିହାରୁ ୧୧୦୦ ବିମାନର ଏକ ଅର୍ଡର ବୁକ୍ ସହିତ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ସବୁଠାରୁ ବଡ କ୍ରେତାଙ୍କ ମଧ୍ୟରୁ ଅନ୍ୟତମ। ବାଣିଜ୍ୟିକ ବିମାନର ଚାହିଦା C295 ବିମାନ ଉତ୍ପାଦନ ସୁବିଧା ଏବଂ ଆନୁଷଙ୍ଗୀକ ଯୋଗାଣ ଶୃଙ୍ଖଳା ଭାରତରେ ବାଣିଜ୍ୟିକ ବିମାନ ଉତ୍ପାଦନ ଶିଳ୍ପର ଅଭିବୃଦ୍ଧି ପାଇଁ ଆବଶ୍ୟକ ଇକୋସିଷ୍ଟମ ସୃଷ୍ଟି କରିବ।

Also Read: Assault Rifle: ଭାରତରେ ତିଆରି ହେବ ହାଲୁକା ଏବଂ ଡବଲ୍ ରେଞ୍ଜ୍ ରାଇଫଲ୍, ଗୋଟିଏ ମିନିଟରେ ମାରିବ ୬୦୦ ଗୁଳି

ଭଦୋଦରାସ୍ଥିତ କାରଖାନାରୁ ପ୍ରାରମ୍ଭରେ ପ୍ରତିବର୍ଷ ଆଠଟି ବିମାନ ଉତ୍ପାଦନ ପାଇଁ ଡିଜାଇନ୍ ହେବ। ଏହା ଭାରତୀୟ ସଶସ୍ତ୍ର ବାହିନୀର ଅତିରିକ୍ତ ଆବଶ୍ୟକତା ପୂରଣ ପାଇଁ ଡିଜାଇନ୍ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନାନୁସାରେ, ଭାରତୀୟ ବାୟୁସେନାକୁ ସମସ୍ତ ୫୬ ବିମାନ ବିତରଣ କରାଯିବା ପରେ ଭାରତରେ ନିର୍ମିତ C295 ବିମାନକୁ ସିଭିଲ ଅପରେଟର ତଥା ଭାରତ ସରକାରଙ୍କ ଅନୁମୋଦିତ ଦେଶକୁ ବିକ୍ରୟ କରିବାକୁ ଅନୁମତି ଦିଆଯିବ।