Camphor: ଆର୍ଥିକ ସମସ୍ୟାରୁ ମୁକ୍ତି ଦେବ କର୍ପୁର, ଜାଣନ୍ତୁ କେମିତି ?
Advertisement
Article Detail0/zeeodisha/odisha1425038

Camphor: ଆର୍ଥିକ ସମସ୍ୟାରୁ ମୁକ୍ତି ଦେବ କର୍ପୁର, ଜାଣନ୍ତୁ କେମିତି ?

Camphor: କର୍ପୁର ସାଧାରଣତଃ ପୂଜା ପାଇଁ ବ୍ୟବହୃତ ହୁଏ। ଧାର୍ମିକ ଶାସ୍ତ୍ରରେ ଅନୁସାରେ, କର୍ପୁର ଏକ ଅତି ପବିତ୍ର ସାମଗ୍ରୀ । ପୂଜା ପରେ କର୍ପୁର ଜାଳି ଆଳତୀ କରାଯାଏ । କର୍ପୁର ବିନା କୌଣସି ବିନା ଧାର୍ମିକ କାର୍ଯ୍ଯ ସମ୍ପୁର୍ଣ୍ଣ ହୁଏ ନାହିଁ ।

Camphor: ଆର୍ଥିକ ସମସ୍ୟାରୁ ମୁକ୍ତି ଦେବ କର୍ପୁର, ଜାଣନ୍ତୁ କେମିତି ?

Camphor: କର୍ପୁର ସାଧାରଣତଃ ପୂଜା ପାଇଁ ବ୍ୟବହୃତ ହୁଏ। ଧାର୍ମିକ ଶାସ୍ତ୍ରରେ ଅନୁସାରେ, କର୍ପୁର ଏକ ଅତି ପବିତ୍ର ସାମଗ୍ରୀ ।  ପୂଜା ପରେ କର୍ପୁର ଜାଳି ଆଳତୀ କରାଯାଏ ।  କର୍ପୁର ବିନା କୌଣସି ବିନା ଧାର୍ମିକ କାର୍ଯ୍ଯ ସମ୍ପୁର୍ଣ୍ଣ ହୁଏ ନାହିଁ । ଶାସ୍ତ୍ର ଅନୁଯାୟୀ, ଦେବତାମାନଙ୍କ ସାମ୍ନାରେ କର୍ପୁର ଜଳିବା ଶୁଭ ବୋଲି ବିବେଚନା କରାଯାଏ । ସେଥିପାଇଁ ସକାଳ ଓ ସନ୍ଧ୍ୟା ପୂଜା ସମୟରେ ଘରେ କର୍ପୁର ଜଳାଇବାକୁ କୁହାଯାଏ । କେବଳ ଘର ନୁହେଁ ମନ୍ଦିରରେ ମଧ୍ୟ ଏହାର ବ୍ୟବହାର ଅଧିକ ଥାଏ । କର୍ପୁର କେବଳ ଘରେ ଶୁଖ ସମୃଦ୍ଧି ବୃଦ୍ଧି କରେ ନାହିଁ । ବଂର ଘରର ବାସ୍ତୁ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏବଂ ଘରେ ସକରାତ୍ମକ ଶକ୍ତି ବିସ୍ତାର କରିଥାଏ । କର୍ପୁର ବ୍ୟବହାର ସହିତ ଜଡିତ କିଛି ଚମତ୍କାର ପ୍ରତିକାର ମଧ୍ୟ ଅଛି ।  ଯଦି ସଠିକ୍ ଉପାୟରେ କରାଯାଏ ତେବେ କେବଳ ଘରେ ଟଙ୍କା ଅଭାବ ଦୂର ହୁଏ ନାହିଁ, ବରଂ ଘରେ ସୁଖ ଏବଂ ସମୃଦ୍ଧି ମଧ୍ୟ ଆସିଥାଏ ।

ଆର୍ଥିକ ଅଭାବକୁ ଦୂର କରିବାରେ ସହାୟକ ହୁଏ କର୍ପୁର : 
ଯଦି ଆପଣଙ୍କ ଘରେ କୌଣସି ଆର୍ଥିକ ସମସ୍ୟା ଲାଗି ରହୁଛି । ତେବେ ଆପଣ ରାତିରେ ଏକ ରୂପା ପାତ୍ରରେ କର୍ପୁର ଏବଂ ଲବଙ୍ଗକୁ ଏକାଠି ଜାଳନ୍ତୁ । ପ୍ରତିଦିନ ଏହି ପଦ୍ଧତିକୁ ଆପଣେଇବା ଦ୍ବାରା ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। 

ଘରେ ସୁଖ ଶାନ୍ତି ବୃଦ୍ଧି କରିବାରେ ସହାୟକ ହୁଏ କର୍ପୁର :
ଯଦି ଆପଣ ଅଧିକାଂଶ ସମୟରେ ଅର୍ଥ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଏବଂ ଅର୍ଥ ଜନିତ ସମସ୍ୟା ଯୋଗୁଁ ଘରେ ଅଶାନ୍ତି ଲାଗି ରହୁଛି । ତେବେ ଆପଣ ନିଜ ଘରେ, ସନ୍ଧ୍ୟାରେ ଏକ ଗୋଲାପ ଫୁଲକୁ ଖଣ୍ଡେ କର୍ପୁର ସହ ଜାଳନ୍ତୁ । ପରେ ଏହାକୁ ଦେବୀ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣ ଘରେ ଅର୍ଥ ଜନିତ ସମସ୍ୟା କମିପାରେ । ଏବଂ ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ ।
 
କର୍ପୁର ଜାଳିବା ଦ୍ବାରା ଘରେ ରୁହେନି ନକାରାତ୍ମକ ଶକ୍ତି :
ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଘିଅରେ ଭିଜାଯାଇ ଥିବା କର୍ପୁରକୁ  ଘରେ ପୂଜା ପାଉଥିବା ଦେବାଦେବୀଙ୍କ ଠାରେ ଆରତୀ କରନ୍ତୁ।  ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ଦୂର ହୁଏ ଏବଂ ଘରେ ସୁଖ ଏବଂ ଶାନ୍ତି ବୃଦ୍ଧି ହୋଇଥାଏ । 
 
ଦୁର୍ଭାଗ୍ୟ ପାଇଁ ପ୍ରତିକାର ହେଉଛି କର୍ପୁର :
ଯଦି ଆପଣ ମଧ୍ୟ ଟଙ୍କା ହରାଉଛନ୍ତି, ତେବେ କିଛି ଖଣ୍ତ କର୍ପୁରକୁ ତେଲ ସହ ପାଣିରେ ମିଶାଇ ପ୍ରତିଦିନ ସ୍ନାନ କରନ୍ତୁ । ଏହା କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୁଏ ଏବଂ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । 

ଜ୍ଞାନ ହାସଲ ପାଇଁ ପ୍ରତିକାର  ହେଉଛି କର୍ପୁର :
ବୁଧବାର ଦିନ କର୍ପୁର , ମିଶ୍ରି ଖଣ୍ଡ ସହିତ ଘି ଏବଂ ପିତ୍ତଳ ଦାନ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କର ଜ୍ଞାନ ମଧ୍ୟ ପ୍ରାପ୍ତ ହୁଏ ବୋଲି ଲୋକ ବିଶ୍ବାସ ରହିଛି ।