କୋରାପୁଟ: ଗଞ୍ଜେଇ ଚାଲାଣ ବେଳେ ୫ କଲେଜ ଛାତ୍ରଙ୍କ ସହ ୮ ଗିରଫ
Advertisement

କୋରାପୁଟ: ଗଞ୍ଜେଇ ଚାଲାଣ ବେଳେ ୫ କଲେଜ ଛାତ୍ରଙ୍କ ସହ ୮ ଗିରଫ

Koraput News: କମ୍ ପରିଶ୍ରମରେ ଅଧିକ ରୋଜଗାର କରିବାର ଲାଳସା ବର୍ତ୍ତମାନ କଲେଜ ଛାତ୍ର ମାନଙ୍କୁ ଅପରାଧ ଦୁନିଆକୁ ଟାଣି ନେଇଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେବ କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ଗଂଜେଇ କାରବାରରେ ଲିପ୍ତ ଥିବା ୫ କଲେଜ ଛାତ୍ରଙ୍କୁ ପୋଲିସ ଗିରଫ କରିଛି ।

ଗଞ୍ଜେଇ ଚାଲାଣ ବେଳେ ୫ କଲେଜ ଛାତ୍ରଙ୍କ ସହ ୮ ଗିରଫ

Cannabis Business: କୋରାପୁଟ ଜିଲ୍ଲାରେ ଚୋରାରେ ଗଞ୍ଜେଇ କାରବାର କମିବା ବଦଳରେ ବରଂ ବୃଦ୍ଧି ପାଇବାରେ ଲାଗିଛି । ଏପରିକି କମ୍ ପରିଶ୍ରମରେ ଅଧିକ ରୋଜଗାର କରିବାର ଲାଳସା ଯୋଗୁଁ କଲେଜ ଛାତ୍ର ମାନଙ୍କୁ ବି ଏହା ନିଶା ଘାରିଲାଣି । ନିଜ କରିୟରକୁ ଖାତିର ନ କରି ଗଞ୍ଜେଇ ଚୋରାଚାଲାଣରେ କଲେଜ ଛାତ୍ରମାନେ ନିଜକୁ ଲିପ୍ତ ରଖିଛନ୍ତି । ଗଞ୍ଜେଇ ଚୋରାଚାଲାଣ ସମୟରେ ପୋଲିସ ହାତରେ ଧାରା ପଡ଼ିବା ପରେ କଲେଜ ଛାତ୍ରଙ୍କ ଏପରି କଳା କାରନାମା ପଦାକୁ ଆସିଛି । 

କଲେଜ ଛାତ୍ରଙ୍କୁ ବ୍ୟବହାର କରି ଫାଇଦା ନେବା ଲକ୍ଷ୍ୟରେ ଗଂଜେଇ ମାଫିଆ ମାନେ ରହିଥିବାବେଳେ, ନିଜ ଭବିଷ୍ୟତ କଥା ଚିନ୍ତା ନ କରି ଅର୍ଥ ଲାଳସାରେ କିଛି କଲେଜ ଛାତ୍ର ଏପରି ଗଞ୍ଜେଇ ଚୋରା କାରବାରରେ ଲିପ୍ତ ରହୁଛନ୍ତି ।  ଏବେ କଲେଜ ଛାତ୍ରଙ୍କ ଜରିଆରେ ଗଂଜେଇ ଚାଲାଣ କରୁଛନ୍ତି ଗଂଜେଇ ମାଫିଆ । ଏଭଳି ଚକିତ କଲା ଭଳି ମାମଲା ନନ୍ଦପୁର ଅଂଚଳ ରେ ଘଟିଛି । 

ଗଂଜେଇ ଚୋରା ଚାଲାଣ ବେଳେ ନନ୍ଦପୁର ପୋଲିସ ଦ୍ବାରା ୮ ଜଣ ଗିରଫ ହୋଇଛନ୍ତି । ୮ ଜଣକ ମଧ୍ୟରୁ ୩ ଜଣ ଗଂଜେଇ ମାଫିଆ ଓ ୫ ଜଣ କଲେଜ ଛାତ୍ର ରହିଛନ୍ତି । ବିହାର ରାଜ୍ୟର ୨ଜଣକୁ ଦାମନଜୋଡି ରେଳ ଷ୍ଟେସନ ନିକଟରୁ ଗିରଫ କରାଯାଇଛି ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି । ୮ ଜଣକ ମଧ୍ୟରୁ  ୨ଜଣ ବିହାରର ହୋଇଥିବାବେଳେ, ନନ୍ଦପୁର କଲେଜର ୨ ଜଣ ଛାତ୍ର ଓ ସେମିଳିଗୁଡା କଲେଜର ୩ ଛାତ୍ର ଗିରଫ ହୋଇଛନ୍ତି । 

fallback

ପାଡୁଆ ଅଂଚଳରୁ ଦାମନଜୋଡିରେ ଅପେକ୍ଷା କରି ରହିଥିବା ଗଞ୍ଜେଇ ମାଫିଆଙ୍କ ନିକଟକୁ ଗଞ୍ଜେଇ ଚାଲାଣ କରୁଥୁବା ବେଳେ ନନ୍ଦପୁର ପୋଲିସ ଗଞ୍ଜେଇ ସହ ଚୋରା ଚାଲାଙ୍କାରି ଓ ମାଫିଆ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ଚାଲାଣ କରାଯାଉଥିବା ଗୋଟିଏ ଏସକ୍ରସ କାର ସହ ଗଂଜେଇ ଜବତ କରିଛି । ଜିଲ୍ଲାରେ ବିଭିନ୍ନ ଉପାୟରେ ଗଞ୍ଜେଇ ବିମାଫିଆ ମାନେ ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି । ତେବେ ପୋଲିସ ଏଥିପ୍ରତି ତିଖଣ ଦୃଷ୍ଟି ରଖିଛି ।

(କୋରାପୁଟରୁ ନିରୋଜ ଶତପଥୀଙ୍କ ରିପୋର୍ଟ ଜି ଓଡ଼ିଶା)

ଏହା ବି ପଢ଼ନ୍ତୁ: Odisha Matric Exam 2023: ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ ପ୍ରଶ୍ନ, ତ୍ରୁଟି ମାନିଲେ ବୋର୍ଡ କର୍ତ୍ତୃପକ୍ଷ

ଏହା ବି ପଢ଼ନ୍ତୁ: ପୂର୍ବରୁ ଜୋରରେ ଚାଲୁଥିବା ଆପଣଙ୍କ ପଙ୍ଖା ବର୍ତ୍ତମାନ ଧୀରେ ଚାଲୁଛି କି? ଏହି ୪ଟି ଉପାୟରେ ବଢ଼ାଇ ପାରିବେ ଗତି