Entertainment News: ଲୁହରେ ଭିଜିଲା କଳା ଜଗତ, କ୍ୟାନସରରେ ଚାଲିଗଲେ ଏହି ଭେଟେରାନ ଅଭିନେତ୍ରୀ
Advertisement
Article Detail0/zeeodisha/odisha2439822

Entertainment News: ଲୁହରେ ଭିଜିଲା କଳା ଜଗତ, କ୍ୟାନସରରେ ଚାଲିଗଲେ ଏହି ଭେଟେରାନ ଅଭିନେତ୍ରୀ

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ସିନେ ଜଗତ। କ୍ୟାନସରରେ ସାଉଥ୍ ଇଣ୍ତଷ୍ଟ୍ରିର ଜଣେ ଭେଟେରାନ୍ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। 

Entertainment News: ଲୁହରେ ଭିଜିଲା କଳା ଜଗତ, କ୍ୟାନସରରେ ଚାଲିଗଲେ ଏହି ଭେଟେରାନ ଅଭିନେତ୍ରୀ
Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ସିନେ ଜଗତ। କ୍ୟାନସରରେ ସାଉଥ୍ ଇଣ୍ତଷ୍ଟ୍ରିର ଜଣେ ଭେଟେରାନ୍ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ, ବରିଷ୍ଠ ମାଲାୟଲମ୍ ଅଭିନେତ୍ରୀ କାଭିୟର ପୋନାମା। ଦେହାନ୍ତ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସ ଓ ସାଥୀ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। 
 
 
ସୂଚନା ଅନୁସାରେ, ବରିଷ୍ଠ ମାଲାୟଲମ୍ ଅଭିନେତ୍ରୀ କାଭିୟର ପୋନାମା ଗତ ବର୍ଷ ମେ ମାସରୁ କ୍ୟାନସର ରୋଗରେ ପୀଡିତ ଥିଲେ। ଚିକିତ୍ସା ମଧ୍ୟ ଜାରି ରହିଥିଲା। କିନ୍ତୁ ଶୁକ୍ରାବର ଦିନ ରାତିରେ ତାଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ କେରଳର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା।  ତାଙ୍କର ମୃତ୍ୟୁ ସାଉଥ୍ ଇଣ୍ତଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତୃକ୍ତି ହେବ ନାହିଁ। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଭେଟେରାନ୍ ଅଭିନେତ୍ରୀଙ୍କ ମୃତ୍ୟୁ ଖବରରେ ଜଣାପଡିବା ପରେ କେରଳର ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। 
 
ପୋନାମା ମଞ୍ଚ କଳାକାର ଭାବେ  ୧୪ ବର୍ଷ ବୟସରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ୧୦୦୦ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ବିଶେଷକରି, 'ନାସିର', 'ସତ୍ୟାନ୍', 'ମଧୁ','ସୋମନ୍', 'ମୋହନଲାଲ୍' ଓ 'ମାମୋଟି' ଫିଲ୍ମରେ ସେ ମାଆ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ମାଲାୟଲମ୍ ସିନେମାପ୍ରତି ତାଙ୍କ ଅବଦାନ ବେଶ୍ ଅତୁଳନୀୟ।  ସୂଚନାଯୋଗ୍ୟ, ସେ  ୧୦ ସେପ୍ଟେମ୍ବର ୧୯୪୫ ମସିହାରେ କେରଳର ପାଥାନାମଟିଟି ଜିଲ୍ଲାର  ଥିରୁଭାଲାରେ ଜନ୍ମଗ୍ରହଣ କରିଥିଲେ।