ଟ୍ରଲରକୁ ପଛରୁ ଧକ୍କା ଦେଲା ବସ୍‌; ୧୦ ଆହତ
Advertisement
Article Detail0/zeeodisha/odisha2439855

ଟ୍ରଲରକୁ ପଛରୁ ଧକ୍କା ଦେଲା ବସ୍‌; ୧୦ ଆହତ

Accident: ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ୧୦ ଜଣ ଆହତ ହୋଇଛନ୍ତି। ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏଥିସହ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଟ୍ରଲରକୁ ପଛରୁ ଧକ୍କା ଦେଲା ବସ୍‌; ୧୦ ଆହତ

କଟକ: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ ଡ୍ରାଇଭରଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ‘କୁନାଲ’ ନାମକ ଏକ ଘରୋଇ ବସ ସୁନ୍ଦରଗଡ଼ରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। 

ଆଜି ସକାଳେ କୁନାଲ ନାମକ ଘରୋଇ ବସ୍ ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଭାଣପୁର ନିକଟରେ ଏକ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ୧୦ ଜଣ ଆହତ ହୋଇଛନ୍ତି। ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏଥିସହ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି।