Ratna Bhandar: ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ , ଏତିକି ଘଣ୍ଟା ବନ୍ଦ ରହିବ ଦର୍ଶନ
Advertisement
Article Detail0/zeeodisha/odisha2439947

Ratna Bhandar: ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ , ଏତିକି ଘଣ୍ଟା ବନ୍ଦ ରହିବ ଦର୍ଶନ

Ratna Bhandar: ଆଜି ପୁଣି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିବ ଏଏସଆଇର ବୈଷୟିକ ଟିମ୍। ତିନିଦିନ ଧରି ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ କରି ରତ୍ନଭଣ୍ଡାରର ଲୁକ୍କାୟିତ ତଥ୍ୟ ହାସଲ କରିବାକୁ ରହିଛି ଲକ୍ଷ୍ୟ। ସେପଟେ ଏହାକୁ ସୃଙ୍ଖଳିତ କରିବା ପ୍ରଥମ ଭୋଗମଣ୍ଡପ ଅର୍ଥାତ ଦିନ ୧ଟା ଠାରୁ ଜିପିଆର ସର୍ଭେକ୍ଷଣ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। 

ଦିନ ୨ଟାରୁ  ଏଏସଆଇର ଜିପିଆର ସର୍ଭେ ଆରମ୍ଭ ହେବ। ଦର୍ଶନ ବନ୍ଦ ହେଉଥିଲେ ମଧ୍ୟ ବାଇଶିପାହାଚ ଦେଇ ଆନନ୍ଦବଜାରକୁ ଯାଇ ମହାପ୍ରସାଦ ପାଇପାରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ତାନ କରିପାରିବେ। ମାତ୍ର ରତ୍ନଭଣ୍ଡାର ସର୍ଭେ ନାମରେ ସର୍ବସାଧାରଣ ଦର୍ଶନ ବନ୍ଦ କରିବା ଉଚିତ ନୁହେଁ। ରତ୍ନାଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇସାରିଛି। ସମସ୍ତ ଆଲମିରା ଓ ସିନ୍ଦୁକ କୁ ମଧ୍ୟ ମ୍ଯୁଜିଅମ ନିକଟ ଏକ ଘରକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଆଉ ସର୍ବସାଧାରଣ ଦର୍ଶନ ବନ୍ଦ କରିବା ଉଚିତ ନୁହେ। 

ପୁଣି ଶନିବାର ଓ ରବିବାର ଛୁଟିଦିନ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମନ୍ଦିରକୁ ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରନ୍ତି। ହେଲେ ଏହି ଦିନରେ ଦର୍ଶନ ବନ୍ଦ କରିବା ଯୋଗୁଁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନପାଇ ଫେରିବାର ସମ୍ଭାବନା ରହିଛି। ଯେହେତୁ ଆଜିଠାରୁ ତିନିଦିନ କେବଳ ସର୍ଭେ କାର୍ଯ୍ଯ ରହିଛି ତ ବାହାର କାଠ ଦର୍ଶନ କଲେ କୌଣସି ସମସ୍ଯା ଉପୁଜିବ ନାହିଁ। 

ବେହରଣ ଦ୍ୱାର ଦେଇ ରତ୍ନଭଣ୍ଡାର ତଦାରଖ କମିଟି ଓ ଟେକନିକାଲ କମିଟି ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ରତ୍ନଭଣ୍ଡାରରେ ରତ୍ନାଳଙ୍କାର ନଥିବାରୁ କେବଳ ଯାଞ୍ଚ କରି  ପାରିବେ। ଭିତରକାଠ ଦର୍ଶନ ନଥିବାରୁ ଯାଞ୍ଚ ପ୍ରକ୍ରୀୟାରେ କୌଣସି ବାଧା ଉପୁଜିବ ନାହିଁ। ଏଣୁ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଛୁଟିଦିନରେ ସେମାନଙ୍କୁ ଦର୍ଶନରୁ ବଞ୍ଚିତ କରାନଯାଇ ବାହାରକାଠ ଦର୍ଶନ ସୁବିଧା ଦିଆଯାଉବୋଲି ଦାବି କରିଛନ୍ତି ବରିଷ୍ଠ ସେବାୟତ।