Mithun Chakraborty: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ
Advertisement
Article Detail0/zeeodisha/odisha2103611

Mithun Chakraborty: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

Mithun Chakraborty Hospitalized:  ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ୭୩ ବର୍ଷିୟ ମିଥୁନ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୌଜନ୍ୟ-ସୋସିଆଲ ମିଡିଆ

Mithun Chakraborty: ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ୭୩ ବର୍ଷିୟ ମିଥୁନ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‍ ତାଙ୍କର ଚିକିତ୍ସା କରୁଛନ୍ତି । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନ ଜନକ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଶନିବାର ସକାଳେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବା ପୂର୍ବରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ କେମିତି ଅଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ସେପଟେ ଅଭିନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶହ ଶହ ଫ୍ୟାନ୍ସ । ତେବେ ଏନେଇ ଅଭିନେତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମଭୂଷଣ ପ୍ରଦାନ କରାଯାଇଥିଲ । ଏନେଇ ପ୍ରତିକ୍ରିୟା ମିଥୁନ କହିଥିଲେ, ‘ମୁଁ ଗୌରବାନ୍ବିତ । ଏ ସମ୍ମାନ ଗ୍ରହଣ କରି ମୁଁ ଆନନ୍ଦିତ। ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ମୁଁ କେବେ କାହାକୁ କିଛି ମାଗିନାହିଁ। ନ ମାଗି ମଧ୍ୟ କିଛି ପାଇଲେ ଯେମିତି ଲାଗେ, ମତେ ଆଜି ସେମିତି ଲାଗୁଛି। ଏ ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ । ବଡ଼ ବିଚିତ୍ର ଅନୁଭୂତି’ ।

Also Read-Dalljiet kaur: ବିବାହକୁ ବର୍ଷେ ନପୁରୁଣ ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ ଦଲଜିତ୍ କୌର!