Adipurush: 'ଆଦିପୁରୁଷ' ଟ୍ରେଲର ଲଞ୍ଚ ବେଳେ ନିଜ ବିବାହକୁ ନେଇ ବଡ଼ ଖୁଲାସା କଲେ ପ୍ରଭାସ, କହିଲେ...
Advertisement
Article Detail0/zeeodisha/odisha1728065

Adipurush: 'ଆଦିପୁରୁଷ' ଟ୍ରେଲର ଲଞ୍ଚ ବେଳେ ନିଜ ବିବାହକୁ ନେଇ ବଡ଼ ଖୁଲାସା କଲେ ପ୍ରଭାସ, କହିଲେ...

Adipurush: 'ଆଦିପୁରୁଷ' ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି । ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜୁନ୍ ୧୬ରେ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ଏହି ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ପ୍ରଭାବ ବିବାହକୁ ନେଇ ଦେଇଥିବା ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

ସୌ(ସୋସିଆଲ ମିଡିଆ)

Adipurush: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ' (Adipurush ) ରିଲିଜର ଏକ ସପ୍ତାହ ପୂର୍ବରୁ ନିର୍ମାତାମାନେ ଏହାର ଜବରଦସ୍ତ ଟ୍ରେଲର ରିଲିଜ୍ (Adipurush trailer launch) କରିଛନ୍ତି। ଗତବର୍ଷ ରିଲିଜ ହୋଇଥିବା ଏହି ସିନେମାର ଟିଜରକୁ ପସନ୍ଦ କରିନଥିଲେ ଦର୍ଶକ । ଯାହା ପରେ ନିର୍ମାତାମାନେ ଭିଏଫଏକ୍ସରେ କାମ କରିବାକୁ ବ୍ରେକ୍ ନେଇଥିଲେ। ବର୍ତ୍ତମାନ ଏହି ଫିଲ୍ମର ଅନେକ ପୋଷ୍ଟର ଓ ଗୀତ ରିଲିଜ ହୋଇଥିବା ବେଳେ ପ୍ରଶଂସକଙ୍କ ଠାରୁ ଭଲ ରେସପୋନ୍ସ ମଧ୍ଯ ମିଳିଛି । ବର୍ତ୍ତମାନ ରିଲିଜ ହୋଇଥିବା ଟ୍ରେଲରଟି ଆକ୍ସନରେ ଭରପୂର ରହିଥିବା ବେଳେ ନିର୍ମାତା ମାନେ ସୈଫ ଅଲ୍ଲୀଙ୍କ ରାବଣ ଲୁକକୁ (Saif ali khan ravan look) ସିକ୍ରେଟ୍ ରଖିଛନ୍ତି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଡ଼ବଲ କରିଛି । ଏହି ଟ୍ରେଲରରେ ପ୍ରଭାସ କହିଛନ୍ତି ଯେ, 'ଆଜି ମୋ ପାଇଁ ଯୁଦ୍ଧ କରନାହିଁ, ସେହି ଦିନ ପାଇଁ ଲଢେଇ କର ଯେଉଁ ଦିନ ଦୁଷ୍କର୍ମକାରୀ ଭାରତର କୌଣସି ଝିଅ ଉପରେ ହାତ ରଖିବା ପୂର୍ବରୁ ତୁମର ପୁରୁଷତ୍ୱକୁ ମନେ ରଖିବେ'। ଏହି ଟ୍ରେଲରରେ ଯୁଦ୍ଧର ଅନେକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଟ୍ରେଲରରେ ସୀତା ହରଣ ସମୟର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି । ଓମ୍ ରାଉତଙ୍କ (om raut ) ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜୁନ୍ ୧୬ରେ ମୁକ୍ତିଲାଭ କରିବାକୁ ଯାଉଛି।

ବିବାହକୁ ନେଇ କଣ କହିଲେ ପ୍ରଭାସ

ସାଉଥ ସୁରପଷ୍ଟାର ତଥା ମୋଷ୍ଟ ଏଲିଜିବିଲ ବ୍ୟାଚଲର ପ୍ରଭାସ (Prabhas) କେବେ ହାତକୁ ଦି ହାତ ହେବେ ଓ ତାଙ୍କର ରିଲେଶନସିପ୍ ଷ୍ଟାଟସ କ’ଣ ? ତାହା ଜାଣିବା ଲାଗି ଲୋକେ ବେଶ ଆଗ୍ରହୀ ରହିଥାଆନ୍ତି । କିନ୍ତୁ ନିଜର ବିବାହକୁ ନେଇ କେବେ ମୁହଁ ଖୋଲୁନଥିବା ପ୍ରଭାସ ନିକଟରେ ଦେଇଥିବା ବୟାନ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ବାସ୍ତବରେ “ଆଦିପୁରୁଷ” ଟ୍ରେଲର ଲଞ୍ଚ ବେଳେ ଜଣେ ପ୍ରଶଂସକ ପ୍ରଭାସଙ୍କୁ ତାଙ୍କ ବିବାହ ନେଇ ପ୍ରଶ୍ନ କରିଥିଲେ । ଏହି ସମୟରେ ପ୍ରଭାସ ଥଟ୍ଟା କରି କହିଥିଲେ ଯେ, “ମୁଁ ତିରୁପତିରେ ବିବାହ କରିବି” ।  ତେବେ ଅଭିନେତାଙ୍କ ଏହି ଉତ୍ତର ପରେ ଫ୍ୟାନ୍ସ ଖୁବ ଶ୍ରୀଘ୍ର ପ୍ରଭାସ ବାହା ହେବେ ବୋଲି କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି ।

ପ୍ରତିବର୍ଷ ଦୁଇଟି ଫିଲ୍ମ କରିବା ନେଇ ଦେଲେ ପ୍ରତିଶୃତି

“ଆଦିପୁରୁଷ” (Adipurush )ଟ୍ରେଲର ଲଞ୍ଚ ବେଳେ ପ୍ରଭାସ ଫ୍ୟାନ୍ସଙ୍କୁ ଆଉ ଏକ ଗୁଡ଼ ନ୍ୟୁଜ୍ ମଧ୍ଯ ଦେଇଛନ୍ତି, ପ୍ରଭାସ (Prabhas) କହିଛନ୍ତି ଯେ “ବର୍ତ୍ତମାନଠାରୁ ସେ ପ୍ରତିବର୍ଷ ଦୁଇଟି ସିନେମା କରିବେ । ଖାଲି ଏତିକି ନୁହେଁ ଯଦି ସମ୍ଭବ ତାହାଲେ ସେ ତୃତୀୟ ଚଳଚ୍ଚିତ୍ରରେ ମଧ୍ଯ କାମ କରିବା ଆରମ୍ଭ କରିବେ” ।

Also Read-Ekta Kapoor Birthday: ପିତା ଜିତେନ୍ଦ୍ରଙ୍କ ଏହି ସର୍ତ୍ତ ଲାଗି ଆଜି ଯାଏଁ ବାଡୁଅ ଅଛନ୍ତି ଏକତା କପୁର!

ପ୍ରକାଶ ଥାଉ, ରାଜାମୌଲିଙ୍କ ଫିଲ୍ମ ବାହୁବଲୀ (Bahubali) ଓ ବାହୁବଲୀ-୨ର (Bahubali 2) ସଫଳତା ପରେ ପ୍ରଭାସଙ୍କ ଫ୍ୟାନ୍ସ ଫଲୋୟର୍ସ ବେଶ ବୃଦ୍ଧି ପାଇଛି । ଏହି ସାଉଥ ସୁପରଷ୍ଟାର ବର୍ତ୍ତମାନ ପ୍ୟାନ୍ ଇଣ୍ତିଆ ଷ୍ଟାର (pan india star) ହୋଇପାରିଛନ୍ତି । ଏଭଳି ପରିସ୍ଥିତିରେ କେବଳ ଦକ୍ଷିଣର ଦର୍ଶକ ନୁହଁନ୍ତି ବରଂ ସମଗ୍ର ଦେଶର ଦର୍ଶକ ତାଙ୍କ ଫିଲ୍ମକୁ ଅପେକ୍ଷା କରିରହିଛନ୍ତି।

Also Read-Raghav Chadha Nose Job: ଏହି କାରଣ ପାଇଁ ନିର୍ବନ୍ଧ ପୂର୍ବରୁ ନିଜ ନାକ ସର୍ଜରୀ କରାଇଥିଲେ ରାଘବ ଚଢା!