Focus on higher education:ଗଣଶିକ୍ଷା ବିଭାଗର ନିଷ୍ପତ୍ତି ; ନୂଆ ଓ ଆକର୍ଷଣୀୟ ଢଙ୍ଗରେ ପାଠ ପଢ଼ାଇବାକୁ ଟ୍ରେନିଙ୍ଗ ନେବେ ଶିକ୍ଷକ
Advertisement
Article Detail0/zeeodisha/odisha2305258

Focus on higher education:ଗଣଶିକ୍ଷା ବିଭାଗର ନିଷ୍ପତ୍ତି ; ନୂଆ ଓ ଆକର୍ଷଣୀୟ ଢଙ୍ଗରେ ପାଠ ପଢ଼ାଇବାକୁ ଟ୍ରେନିଙ୍ଗ ନେବେ ଶିକ୍ଷକ

Department of public education: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଫୋକସରେ ଗଣିତ ଓ ଇଂରାଜୀ ଶିକ୍ଷା । ଆସନ୍ତା ଜୁନ୍ ୨୬ରୁ ଜୁଲାଇ ୧୦ ଯାଏଁ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଦିଆଯିବ ।

education

Focus the higher education in odisha : ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ। ରାଜ୍ୟରେ ପାଣିପାଗ ବଦଳିବା ହେତୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ,ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକ ରହିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଫୋକସରେ ଗଣିତ ଓ ଇଂରାଜୀ ଶିକ୍ଷା । ଦିନକୁ ଦିନ ଛାତ୍ରଛାତ୍ରୀ ଗଣିତ ଓ ପଣିକିଆ ପ୍ରତି ରୁଚି ହରାଉଛନ୍ତି । ଯାହା ଉଚ୍ଚଶିକ୍ଷା ସମୟରେ ଶିକ୍ଷା ଗ୍ରହଣରେ ଅସୁବିଧାରେ ପକାଉଛି । ପ୍ରତିକାର ଲାଗି ଶିକ୍ଷକଙ୍କୁ ବ୍ଲକସ୍ତରୀୟ ଟ୍ରେନିଂ ଦିଆଯିବ । ଫଳରେ ସେମାନେ ନୂଆ ଓ ଆକର୍ଷଣୀୟ ଢଙ୍ଗରେ ପଢ଼ାଇବେ ଗଣିତ । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ସ୍କୁଲ ରିସୋର୍ସ ଗ୍ରୁପ ।

ହଠାତ୍ ସ୍କୁଲ ପରିଦର୍ଶନ କରୁଛନ୍ତି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ । ସରପ୍ରାଇଜ ଭିଜିଟରେ ଅଧିକାଂଶ ସମୟରେ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଓ ଗଣିତ ଜ୍ଞାନ ନେଇ ପ୍ରଶ୍ନ କରୁଛନ୍ତି । ହେଲେ ଅନେକ ପିଲା ପଣିକିଆ କହିବାରେ ଅସମର୍ଥ ଥିବା ପରିଲଖିତ ହେଉଛି । ଏ ସବୁକୁ ଦୃଷ୍ଟିରେ ରଖି ଗଣିତ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେବାକୁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତା ଜୁନ୍ ୨୬ରୁ ଜୁଲାଇ ୧୦ ଯାଏଁ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଦିଆଯିବ । ସ୍କୁଲ ରିସୋର୍ସ ଗ୍ରୁପ୍ ବା ଏସ୍ଆରଜି ଶିକ୍ଷକଙ୍କୁ ତାଲିମ ପ୍ରଦାନ କରିବେ ।

ସ୍କୁଲ ଶିକ୍ଷାକୁ ଗଣଶିକ୍ଷା ବିଭାଗ ଅଧିକ ଗୁରୁତ୍ବ ଦେଉଛି । ସ୍କୁଲରେ ଗଠିତ ବିଭିନ୍ନ କ୍ଲବ ଜରିଆରେ ବୌଦ୍ଧିକ ବିକାଶ କରାଯାଉଛି । ଗଣିତ ଜ୍ଞାନ ବୃଦ୍ଧି ସହ ଆଗାମୀ ଦିନରେ କିପରି ବିଭିନ୍ନ ପ୍ରବେଶିକା ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ ପିଲାମାନେ ଉନ୍ନତି କରିବେ, ସେଥିପ୍ରତି ଏବେଠୁ ଧ୍ୟାନ ଦିଆଯାଉଛି ।  ଏସଆରଜିମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି । ୫୬ ଜଣ ଏସଆରଜିଙ୍କୁ ୩୦ ଜିଲ୍ଲାର ଦାୟିତ୍ଵ ଦିଆଯାଇଛି । ସେମାନେ ବ୍ଲକସ୍ତରରେ ଶିକ୍ଷକଙ୍କୁ ତାଲିମ ଦେବେ।

ସ୍କୁଲର ଗଣିତ ଶିକ୍ଷାରେ ସେତେଟା ତ୍ରୁଟି ନାହିଁ । ହେଲେ ପୁରୁଣା ପଦ୍ଧତି ଉପରେ ଆଧାରିତ ହୋଇଥିବାରୁ, ଆଜିର ପିଲାମାନଙ୍କୁ ତାହା ବିଶେଷ ଆକର୍ଷିତ କରିପାରୁନାହିଁ । ସ୍କ୍ବେୟାର ରୁଟ୍, ତ୍ରିକୋଣମିତି ଓ ପଣିକିଆକୁ ନୂଆ ନୂଆ ଢାଞ୍ଚାରେ ବିଭିନ୍ନ ରାଜ୍ୟ ସମେତ ଘରୋଇ ସ୍କୁଲରେ ପଢାଯାଉଛି । ଯାହା ଛାତ୍ରଛାତ୍ରୀଙ୍କୁ ଗଣିତ ପ୍ରତି ଆକୃଷ୍ଟ କରିବାରେ ସହାୟକ ହେଉଛି।