Kalinga Nagar Massacre: ରକ୍ତପାତକୁ ୧୭ ବର୍ଷ, ନ୍ୟାୟ ପାଇଁ ଛଟପଟ ପୀଡିତଙ୍କ ପରିବାର
Advertisement

Kalinga Nagar Massacre: ରକ୍ତପାତକୁ ୧୭ ବର୍ଷ, ନ୍ୟାୟ ପାଇଁ ଛଟପଟ ପୀଡିତଙ୍କ ପରିବାର

Kalinga Nagar Massacre: ବହୁ ଚର୍ଚ୍ଚିତ ଯାଜପୁର କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣା(Kalinga Nagar firing)। ଏହାରି ଭିତରେ କଳିଙ୍ଗନଗର ଗୁଳିକାଣ୍ତ ଘଟଣାକୁ ୧୭ ବର୍ଷ ପୁରୁଛି । ୧୭ ବର୍ଷ ପୂର୍ତ୍ତି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିସ୍ଥାପନ ବିରୋଧୀ ଜନ ମଞ୍ଚ (Visthapan Virodhi Jan Manch ) ଶହୀଦ ସ୍ମୃତି ସମାବେଶ ପାଳନ କରିଛି ।

Kalinga Nagar Massacre: ରକ୍ତପାତକୁ ୧୭ ବର୍ଷ, ନ୍ୟାୟ ପାଇଁ ଛଟପଟ ପୀଡିତଙ୍କ ପରିବାର

Kalinga Nagar Massacre: ବହୁ ଚର୍ଚ୍ଚିତ ଯାଜପୁର କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣା(Kalinga Nagar firing)। ଏହାରି ଭିତରେ  କଳିଙ୍ଗନଗର ଗୁଳିକାଣ୍ତ ଘଟଣାକୁ ୧୭ ବର୍ଷ ପୁରୁଛି । ୧୭ ବର୍ଷ ପୂର୍ତ୍ତି ଅବସରରେ  ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିସ୍ଥାପନ ବିରୋଧୀ ଜନ ମଞ୍ଚ (Visthapan Virodhi Jan Manch ) ଶହୀଦ ସ୍ମୃତି ସମାବେଶ ପାଳନ କରିଛି । ଚଳିତ ଥର  ବିରୋଧି ଜନମଞ୍ଚ ସହିତ  ବିସ୍ଥାପିତ ଉନ୍ନୟନ ପରିଷଦ ଏଥର ସାମିଲ ହୋଇଛି ।  ଏହି ଉପଲକ୍ଷେ ବିଶାଳ ଶୋଭାଯାତ୍ରା ଗୁଳିକାଣ୍ତ ଘଟିଥିବା ସ୍ଥାନ ଚମ୍ପାକୋଇଲିରୁ ବାହାରି କଳିଙ୍ଗନଗର ଶିଳ୍ପାଞ୍ଚଳ ପରିକ୍ରମା କରିବା ପରେ ଆମ୍ବଗାଡିଆ ସ୍ଥିତ ବୀରଭୂମି ପଡିଆରେ ପହଞ୍ଚିଥିଲା। 

ସେଠାରେ ହଜାର ହଜାର ସ୍ଥାନୀୟ ଜନତା,ଆଦିବାସୀ ନେତା ଓ ବିସ୍ଥାପିତ ମଞ୍ଚର ସଦସ୍ୟ ମୃତକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶୋଭାଯାତ୍ରା କଳିଙ୍ଗନଗର ଶିଳ୍ପାଞ୍ଚଳ ପରିକ୍ରମା କରି ମୃତକଙ୍କ ସଂସ୍କାର ହୋଇଥିବା ବୀରଭୂମି ପଡିଆରେ ପହଞ୍ଚିଥିଲା।  ସେଠାରେ ଥିବା ଗଣ ସମାଧିସ୍ଥଳରେ  ବିସ୍ଥାପନ ବିରୋଧି ଓ ସପକ୍ଷବାଦୀ ଲାଲ ସଲାମ ଜଣାଇଥିଲେ। ଆଦିବାସୀ ନେତାମାନେ ପତାକା ଉତ୍ତୋଳନ କରିବା ପରେ  ଏକ ସ୍ମୃତି ସମାବେଶର ଆୟୋଜନ କରାଯାଇଥିଲା।  ଯେଉଁଠାରେ ସେହି ୧୭ ବର୍ଷ ତଳର ଘଟଣାକୁ ମନେପକାଇ ଏବଂ ସରକାରଙ୍କ ଉପରେ ବର୍ଷିଥିଲେ ସପକ୍ଷବାଦୀ  ଓ ଆଦିବାସୀ ନେତା ।

ଏହି ଘଟଣାରେ ନ୍ୟାୟିତ ତଦନ୍ତରେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ  ବିସ୍ଥାପିତ ମଞ୍ଚର କର୍ମକର୍ତ୍ତା । ସେପଟେ କୌଣସି ଅପ୍ରିତିକର ପରିସ୍ଥିତି ହଟାଇବା ପାଇଁ ସେହି ଅଞ୍ଚଳର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । 

 ଏହାବି ପଢନ୍ତୁ : Odisha News: ଓଡିଶାରେ ପୁଣି ଆଖି ବୁଜିଲେ ଜଣେ ରୁଷୀୟ ନାଗରିକ, ମୃତ୍ୟୁର କାରଣ ଅସ୍ପଷ୍ଟ

ଏହାବି ପଢନ୍ତୁ : Flight Service: ବିମାନ ସେବା ଯୋଗେ ଯୋଡ଼ି ହେବ ରାଜଧାନୀ-ଇସ୍ପାତ ନଗରୀ, ଆରମ୍ଭ ହେଲା ପରୀକ୍ଷାମୂଳକ ଉଡାଣ

ଏହାବି ପଢନ୍ତୁ : Srimandir New Opening Timing: ନୂଆବର୍ଷରେ ନୂଆ ନିୟମ, ଜାଣନ୍ତୁ କେତେବେଳେ କରିପାରିବେ ଦର୍ଶନ

ସୂଚନା ଅନୁସାରେ, ୨୦୦୬  ମସିହା ଜାନୁଆରୀ ୨ ତାରିଖରେ ଏହି ଗୁଳିକାଣ୍ତ ଘଟିଥିଲା। ଟାଟା କମ୍ପାନୀ  ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖାଦେଇଥିଲା । ପରେ ସ୍ଥାନୀୟ ଆଦିବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ତେବେ ଏହି ବିକ୍ଷୋଭ ସମୟରେ ପୋଲିସ ଗୁଳିରେ ୧୨ ଜଣ ଆନ୍ଦୋଳନରତ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ବିକ୍ଷୋଭକାରୀଙ୍କ ପାଲଟା ଜବାବରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଶହୀଦ ହୋଇଥିଲେ । ତେବେ,ଏହି ଘଟଣାକୁ ୧୭ ବର୍ଷ ବିତିଛି ସତ ହେଲେ ଆଜିବି ସେହି କଳାଦିନକୁ ଭୁଲି ନାହାଁନ୍ତି ସେଠାକାର ଆଦିବାସୀ । ଆଜିବି ନ୍ୟାୟ ପାଇଁ ଛଟପଟ ହେଉଛନ୍ତି ପୀଡିତଙ୍କ ପରିବାର। 

ଏହାବି ପଢନ୍ତୁ : Odisha: ଚାକିରିରୁ ବିଦା ହେଲେ ୧୦ କନିଷ୍ଠ ଶିକ୍ଷକ, ଜାଣନ୍ତୁ କାରଣ...