Naba Das: ଖୋଲିବ ନବଦାସଙ୍କ ହତ୍ୟାର ଗୁମର, ତଦନ୍ତର ତଦାରଖ କରିବେ ଜଷ୍ଟିସ୍‌ ଜେ.ପି ଦାସ
Advertisement

Naba Das: ଖୋଲିବ ନବଦାସଙ୍କ ହତ୍ୟାର ଗୁମର, ତଦନ୍ତର ତଦାରଖ କରିବେ ଜଷ୍ଟିସ୍‌ ଜେ.ପି ଦାସ

Naba Das: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ତ ଘଟଣା । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେପି ଦାସଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି । ଜଷ୍ଟିସ୍ ନବ ଦାସଙ୍କ ହତ୍ୟାର ତଦନ୍ତର ତଦାରଖ କରିବେ। ଲଗାତର ଭାବେ ସେ ତଦନ୍ତ ପ୍ରକ୍ରିୟା ଉପରେ ନଜର ରଖିବେ। ସୂଚନା ଅନୁସାରେ ,ଗତ ରବିବାର ଝାରସୁଗୁଡ଼ାରେ ନବ ଦାସ ଏକ ଦଳୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଗାନ୍ଧିଛକ ଫାଣ୍ତି ଏଏସଆଇ ତାଙ୍କୁ ଗୁଳି କରିଥିଲେ ।

ସୌଜନ୍ୟ- ସୋସିଆଲ ମିଡିଆ

Naba Das: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ତ ଘଟଣା ।  ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେପି ଦାସଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି ।  ଜଷ୍ଟିସ୍ ନବ ଦାସଙ୍କ ହତ୍ୟାର ତଦନ୍ତର ତଦାରଖ କରିବେ। ଲଗାତର ଭାବେ ସେ ତଦନ୍ତ ପ୍ରକ୍ରିୟା ଉପରେ ନଜର ରଖିବେ।  ସୂଚନା ଅନୁସାରେ ,ଗତ ରବିବାର ଝାରସୁଗୁଡ଼ାରେ ନବ ଦାସ ଏକ ଦଳୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଗାନ୍ଧିଛକ ଫାଣ୍ତି ଏଏସଆଇ ତାଙ୍କୁ  ଗୁଳି କରିଥିଲେ । ପରେ ଘଟଣାସ୍ଥଳରେ ଗୁରୁତର ହୋଇ ପଡିଥିଲେ ନବ ଦାସ । ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରର ଆପୋଲ ହସପିଟାଲରେ ଭର୍ତ୍ତି କରଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଝିଥିଲେ। 

ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା  ଗୋପାଳକୁ ଗିରଫ କରାଯାଇଥିଲା । ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଦେଇଥିଲେ ସରକାର ।  ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଘଟଣାସ୍ଥଳ ବୁଲି ଦେଖିଛନ୍ତି । କ୍ରାଇମବ୍ରାଞ୍ଚର ଏକ ଟିମ ମଧ୍ୟ ଯାଇଛି । କାହିଁକି ନବଦାସଙ୍କୁ ଗୁଳିମାଡ ହେଲା । ଗୁଳିମାଡ ପଛର ରହସ୍ୟ କ’ଣ ତାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।

ଏବଂ ସରକାରୀ ଚାକିରିରୁ ବହିସ୍କୃତ ଏଏସଆଇ ଗୋପାଳ ଦାସଙ୍କ ପିସ୍ତଲକୁ ମଧ୍ୟ ବାଲିଷ୍ଟିକ ପରୀକ୍ଷା ପାଇଁ ଲ୍ୟାବ ପଠାଇଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ ତଦନ୍ତ ପାଇଁ ୨ଟି ଟିମ ଗଠନ କରାଯାଇଛି। ଗୋଟିଏ ଟିମ ଝାରସୁଗୁଡ଼ାରେ ଓ ଅନ୍ୟଟି ଭୁବନେଶ୍ବରରେ ତଦନ୍ତ କରୁଛି। ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ବରେ ତଦନ୍ତ ଚାଲିଛି।

ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ସେଠାରୁ ପ୍ରମାଣ ସଂଗ୍ରହ କରିଛି। ଘଟଣାସ୍ଥଳକୁ ଯାଇ ପ୍ରତ୍ୟେକ୍ଷ୍ୟଦର୍ଶୀଙ୍କୁ ପଚରାଉଚୁରା କରିଛି ଗୋଟିଏ ଟିମ। ଘଟଣାସ୍ଥଳରୁ ଗୋଟିଏ ଖୋକା ସହ ଆଉ କିଛି ଜିନିଷ ଜବତ କରାଯାଇଛି। ଏଏସଆଇ ଗୋପାଳ ଦାସଙ୍କ ୯ଏମଏମ ପିସ୍ତଲ ଏବଂ ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଛି। କ୍ରାଇମବ୍ରାଞ୍ଚର ଆଉ ଏକ ଟିମ ଭୁବନେଶ୍ବରରେ ତଦନ୍ତ ଚଳାଇଛି।ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଏହି ଭୁବନେଶ୍ବରରେ ତଦନ୍ତ କରିଛି। ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରକ୍ତ ଭିଜା ପୋଷାକ ଏବଂ ମେଡିକାଲ ରେକର୍ଡ ଜବତ କରାଯାଇଛି। ଅଧିକ ଟେଷ୍ଟ ପାଇଁ ନବ ଦାସଙ୍କ ଭିସେରା ନମୂନା ସଂରକ୍ଷିତ ରଖାଯାଇଛି। କ୍ୟାପିଟାଲ ହସପିଟାଲରେ ଅଟୋପସିର ସଂପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି।

Also Read: Naba Das Murder Case: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ASI? କାରଣ କହିଲା ନିଜେ ଗୋପାଳ ଦାସ

ତେବେ, ନବଦାସଙ୍କୁ ଗୁଳି ମାରିଥିବା ପୋଲିସ ଅଧିକାରୀଙ୍କ ମୁଣ୍ତ ଠିକ୍ ନ ଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ଗୋଟିଏ କଥା ସମସ୍ତଙ୍କୁ ଚକିତ କରିଛି । ତାହା ହେଉଛି ଗୋପାଳର ସର୍ଭିସ୍ ରେକର୍ଡ । ସର୍ଭିସ ବୁକରେ ଗୋପାଳ ଗୁଡ୍ ବୋଲି ଦର୍ଶିତ ହୋଇଛି । ୨୮ ବର୍ଷ ହେବ ସେ ପୋଲିସ ଚାକିରି କରିଛନ୍ତି । ଗଞ୍ଜାମରେ ସେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ୮ଜୁଲାଇ ୧୯୯୨ରେ ପ୍ରଥମେ ନିଯୁକ୍ତି ପାଇଥିଲେ । ବରିଷ୍ଠ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ମିଳିଥିଲା । ସେପ୍ଟେମ୍ବର ୯, ୨୦୦୯ରେ ଏସଆଇକୁ ପଦୋନ୍ନତି ପାଇଥିଲେ ।