Kendrapada: ଧାନବିକ୍ରି ନାଁରେ ଚାଷୀକୁ କରଯାଉଛି ହରିଲୁଟ୍!
Advertisement
Article Detail0/zeeodisha/odisha1557067

Kendrapada: ଧାନବିକ୍ରି ନାଁରେ ଚାଷୀକୁ କରଯାଉଛି ହରିଲୁଟ୍!

Kendrapada: ସରକାରଙ୍କ ସ୍ଲୋଗାନ ଚାଷୀ ହସିଲେ ଦେଶ ହସିବ। କିନ୍ତୁ ଏହା କେବଳ ସରକାରୀ କଳ ମଧ୍ୟରେ ସୀମିତ ରହୁଛି । ବିଭାଗୀୟ ଅଧିକାରୀ ମାନଙ୍କ ମନମାନୀ ପାଇଁ ଏହା ଫଳପ୍ରଦ ହୋଇପାରୁନାହିଁ । ଏକ ମାସ ଧରି ଚାଷୀ ମାନେ ଧାନ ମଣ୍ଡିରେ ଧାନ ବିକ୍ରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ ଜମାଖାତାକୁ ଟଙ୍କା ଆସିନାହିଁ । 

Kendrapada: ଧାନବିକ୍ରି ନାଁରେ ଚାଷୀକୁ କରଯାଉଛି ହରିଲୁଟ୍!

କେନ୍ଦ୍ରାପଡା: ସରକାରଙ୍କ ସ୍ଲୋଗାନ ଚାଷୀ ହସିଲେ ଦେଶ ହସିବ। କିନ୍ତୁ ଏହା କେବଳ ସରକାରୀ କଳ ମଧ୍ୟରେ ସୀମିତ ରହୁଛି । ବିଭାଗୀୟ ଅଧିକାରୀ ମାନଙ୍କ ମନମାନୀ ପାଇଁ ଏହା ଫଳପ୍ରଦ ହୋଇପାରୁନାହିଁ । ଏକ ମାସ ଧରି ଚାଷୀ ମାନେ ଧାନ ମଣ୍ଡିରେ ଧାନ ବିକ୍ରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ୟାଙ୍କ ଜମାଖାତାକୁ ଟଙ୍କା ଆସିନାହିଁ । ଅପରପକ୍ଷରେ ଟୋକନ ଟାଗ୍ରେଟକୁ ନେଇ ସମବାୟ ସମିତି ସଂପାଦକଙ୍କ ମନମାନୀ ଓ ମିଲର ମାନଙ୍କ ଧାନ ଖରାପ ଆଳ ଦେଖାଇ କଟିଣି ଛଟିଣି ଚରମ ସୀମାରେ ପହଁଞ୍ଚିଛି ।

କେନ୍ଦ୍ରାପଡା ଜିଲ୍ଲାରେ ଡିସେମ୍ବର ୨୮ ତାରିଖରୁ ଧାନମଣ୍ଡି ଖୋଲିଲାଣି । କିନ୍ତୁ ଆଜି ଯାଏଁ ରାଜନଗର ବ୍ଲକରେ ଧାନ ସଂଗ୍ରହ ବ୍ୟବସ୍ଥିତ ହୋଇପାରୁନାହିଁ । ଜଣେ ବି ଚାଷୀ ତା ମୋବାଇଲକୁ ଆସିଥିବା ମେସେଜ ଅନୁଯାୟୀ ଧାନ ଦେଇ ପାରିନାହିଁ । ସମବାୟ ସମିତି ସଂପାଦକ ମାନେ ମନଇଚ୍ଛା ସରକାରୀ ଟୋକନ୍ ମାଧ୍ୟମରେ କାହାଠାରୁ ୪୦ ପ୍ରତିଶତ, ଆଉ କାହାଠାରୁ ୫୦ ପ୍ରତିଶତ ଧାନ ସଂଗ୍ରହ କରୁଛନ୍ତି । ଟାର୍ଗେଟ ନାହିଁ କହି ଚାଷୀମାନଙ୍କୁ ହଇରାଣ ହରକତ କରାଯାଉଛି । ଯେଉଁ ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରି କରିଛନ୍ତି ୧ ମାସ ହେବ ଆଜି ପର୍ଯ୍ୟନ୍ତ ଚାଷୀ ମାନଙ୍କ ବ୍ୟାଙ୍କ ଜମାଖାତାକୁ ଟଙ୍କା ଆସିନାହିଁ । ରାଜନଗର ବ୍ଲକରେ ୧୩ଟି ସେବା ସମବାୟ ସମିତି ଧାନ ସଂଗ୍ରହ କରିବେ ବୋଲି ଘୋଷଣା କରାଯାଇଥିଲା । ମାତ୍ର ମଣ୍ଡି ନଖୋଲି ସଂପାଦକମାନେ ସିଧା ସଳଖ ଧାନ ମିଲକୁ ପଠାଇ ଦେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି ।

ଚାଷୀ ମାନଙ୍କର ଧାନକୁ ସୁବିଧାରେ ବିକ୍ରି କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସମବାୟ ସମିତି ମାନଙ୍କରେ ଧାନମଣ୍ଡି ଖୋଲା ଯାଇଛି । କିପରି ଚାଷୀମାନେ ଧାନ ବିକ୍ରି କରି ତାର ଉପଯୁକ୍ତ ମୂଲ୍ୟ ପାଇପାରିବେ,ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି । ଚାଷୀ ମିଲର ଓ ସମବାୟ ସମିତି ସଂପାଦକ ମାନଙ୍କ ଦ୍ୱାରା ଶୋଷଣ ନହେବା ପାଇଁ ଜିଲ୍ଲା ସ୍ତରରେ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡର ଅଧିକାରୀମାନେ ଜିଲ୍ଲାର ପ୍ରତ୍ୟେକ ମଣ୍ଡିକୁ ଯାଇ ଧାନ କିଣାରେ ସ୍ୱଚ୍ଛତା ରହୁଛି ନା ନାହିଁ, ସେ ନେଇ ଯାଞ୍ଚ କରିବା କଥା । ମାତ୍ର ଏତେ ସବୁ ବିଧି ବ୍ୟବସ୍ଥା ଥାଇ ମଧ୍ୟ ଚାଷୀମାନେ ମିଲର ଓ ସମବାୟ ସମିତି ସଂପାଦକ ମାନଙ୍କର ଶୋଷଣର ଶିକାର ହେଉଛନ୍ତି । ଚାଷୀ ଧାନ ବିକି ମୁଣ୍ଡରେ ହାତ ଦେଇ ବସୁଛି । ଗତ ଜାନୁୟାରୀ ୩ ତାରିଖରୁ ରାଜନଗର ବ୍ଲକରେ ମଣ୍ଡି ଖୋଲାଯାଇଛି ବୋଲି ଦର୍ଶାଯାଇଛି । ମାତ୍ର ଏବେବି ଏହି ବ୍ଲକର ଅନେକ ସ୍ଥାନରେ ମଣ୍ଡି ଖୋଲିନି ।

ସେବା ସମବାୟ ସମିତିର ସଂପାଦକମାନେ ଚାଷୀମାନଙ୍କୁ ଟୋକନ ଧରାଇ ସିଧା ସଳଖ ଚାଷୀଙ୍କୁ ମିଲକୁ ଧାନ ନେଇଯିବା ପାଇଁ କହୁଛନ୍ତି । ଚାଷୀ ନିଜ ଖର୍ଚ୍ଚରେ ମିଲରେ ନେଇ ଧାନ ପହଁଚାଇବା ପରେ ମିଲରମାନେ ଚାଷୀମାନଙ୍କ ଉପରେ ଜୁଲମ କରୁଛନ୍ତି । ମନଇଚ୍ଛା ମିଲରମାନେ କାଟ୍ ଛାଟ୍ କରି ଚାଷୀଙ୍କ ଠାରୁ ଧାନ କିଣୁଥିବା ନେଇ ଅଭିଯୋଗ ଆସିଛି । ରାଜନଗରର ରାଜନଗର, ଗୋପାଳପୁର, ବାଲିସାହିପାଟଣା, ବଡନାଉକୋଣା, ଚାନ୍ଦିବାଉଁଶମୂଳ, ଭାଟପଡା, ଡାଙ୍ଗମାଳ, ଡେରା, କୋଇଲିପୁର, କୁରୁଂଟି, ନୋଧାବସନ୍ତ, ତାଳଚୁଆ, ଓସ୍ତିଆ, ସେବା ସମବାୟ ସମିତି ସେମାନଙ୍କ ମଣ୍ଡି ଖୋଲିଥିଲେ ମଧ୍ୟ ରାଜନଗର ବ୍ଲକର ଅଧିକାଂଶ ଧାନମଣ୍ଡି କେବଳ କାଗଜ କଲମରେ ଚାଲିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।