Crime News: ଭୟଙ୍କର ଥିଲା ହତ୍ୟା ସମୟର ଛବି, ଯୁବକଙ୍କୁ ନିର୍ମମ ଭାବେ ଛୁରି ଭୁଷି ହତ୍ୟା କଲେ ୮ ଯୁବତୀ
Advertisement
Article Detail0/zeeodisha/odisha1496607

Crime News: ଭୟଙ୍କର ଥିଲା ହତ୍ୟା ସମୟର ଛବି, ଯୁବକଙ୍କୁ ନିର୍ମମ ଭାବେ ଛୁରି ଭୁଷି ହତ୍ୟା କଲେ ୮ ଯୁବତୀ

Crime News: ଜଣେ ୫୯ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି ୮ ଜଣ ଯୁବତୀ। ବୃଦ୍ଧ ଜଣକ ଜଣେ ବନ୍ଧୁଙ୍କ ସହିତ ଛିଡ଼ା ହୋଇ ଆଲୋଚନା କରୁଥିବା ସମୟରେ ହତ୍ୟାକାରୀମାନେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ତେବେ ହତ୍ୟାକାରୀଙ୍କୁ ଗିରଫ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପଢନ୍ତୁ ପୁରା ରିପୋର୍ଟ...

Crime News: ଭୟଙ୍କର ଥିଲା ହତ୍ୟା ସମୟର ଛବି, ଯୁବକଙ୍କୁ ନିର୍ମମ ଭାବେ ଛୁରି ଭୁଷି ହତ୍ୟା କଲେ ୮ ଯୁବତୀ

Crime News: ନୂଆଦିଲ୍ଲୀ: କାନାଡ଼ର (Canada) ଓଣ୍ଟାରିଓ ଅଞ୍ଚଳରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡର (Murder) ଭିଡ଼ିଓ ସୋସିଆଲ ମିଡ଼ିଆରେ (Social Media) ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡ଼ିଓଟି (Viral Video) ଏତେ ବିଭତ୍ସ ଥିଲା ତାହାକୁ ଦେଖାଇବା ସମ୍ଭବପର ହେବନାହିଁ। କିନ୍ତୁ ଉକ୍ତ ଭାଇରାଲ ଭିଡ଼ିଓରେ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହତ୍ୟାକାଣ୍ଡକୁ ଝୁଣ୍ଡର ନାଁ ଦିଆଯାଇଛି। ସମସ୍ତ ଅଭିଯୁକ୍ତମାନେ ନାବାଳିକା। ସେମାନଙ୍କ ବୟସ ୧୩ ରୁ ୧୬ ବର୍ଷ ବୟସ ମଧ୍ୟରେ। ଏହି ଯୁବତୀମାନେର ରବିବାର ଟୋରୋଣ୍ଟୋ ସହରରେ ଛୁରୀ ଭୁଷି ହତ୍ୟା କରିବା ପରେ ସେମାନଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ ଏହି ଅଭିଯୁକ୍ତଙ୍କ ଉପରେ ହତ୍ୟା ମାମଲା ରୁଜୁ କରାଯାଇଛି। ଏହି ଯୁବତୀମାନଙ୍କ ବୟସ ଖୁବ କମ ହୋଇଥିବାରୁ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଟୋରୋଣ୍ଟୋ ପୋଲିସର ଡିଟେକ୍ଟିଭ ସର୍ଜେଣ୍ଟ ଟେରି ବ୍ରାଉନଙ୍କ କହିବା ମୁତାବକ ଅଭିଯୁକ୍ତମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଏହି ମାମଲା ବର୍ତ୍ତମାନ ବିଚରାଧିନ ରହିଥିବାରୁ ସବିଶେଷ ବିବରଣୀ ଦିଆଯାଇ ପାରୁନାହିଁ। କିନ୍ତୁ ସେହି ସମୟରେ ଯାହା ବି କିଛି ଘଟିଛି ତାହାକୁ ଝୁଣ୍ଡ ମାମଲା ବୋଲି ମୁଁ କହିବି। 

ସେ ଆହୁରି ମଧ୍ୟ କହିଛନ୍ତି କି ମୃତକଙ୍କୁ ଅଭିଯୁକ୍ତମାନେ ପୂର୍ବରୁ ଜାଣିଥିବା ନେଇ କୌଣସି ସୂଚନା ମିଳିନାହିଁ। ବ୍ରାଉନ ଆହୁରି ମଧ୍ୟ କହିଛନ୍ତି ମୃତକ ନିକଟରେ ଏକ ସେଲଟର ହୋମକୁ ସିଫ୍ଟ ହୋଇଥିଲେ। ମୃତକ ଜଣକ ସେହି ଅଞ୍ଚଳରେ ତାର ପୁରା ପରିବାର ରହି ଆସୁଛନ୍ତି। ମୃତକ ଜଣକ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ରହିଥିଲେ। ମୃତକଙ୍କୁ ଆମେ ଯାଯାବର ବୋଲି କହିପାରିବା ନାହିଁ କାରଣ ପରିବାରର ସମ୍ପର୍କୀୟଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇ ପାରିନାହିଁ। ଫଳରେ ମୃତକଙ୍କ ସଠିକ ପରିଚୟ ମିଳିପାରିନାହିଁ। 

ବ୍ରାଉନ ଆହୁରି ମଧ୍ୟ କହିଛନ୍ତି କି ମୃତକ ଜଣକ ରାସ୍ତା କଡ଼ରେ ଅନ୍ୟ ଜଣେ ଲୋକଙ୍କ ସହିତ ଅଲୋଚନା କରୁଥିବା ସମୟରେ ହତ୍ୟାକାରୀମାନେ ତାଙ୍କ ଉପରକୁ ଆକ୍ରମଣ କରିପକାଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି ସେ ନିକଟ ସେଲଟର ହୋମ ପାଖରେ ଛିଡ଼ା ହୋଇ ଅନ୍ୟଜଣେ ଲୋକଙ୍କ ସହିତ ସିଗାରେଟ ପିଇବା ସହିତ ଆଲୋଚନା କରୁଥିଲେ। ଏହି ସମୟରେ ତାଙ୍କ ନିକଟକୁ ହତ୍ୟାକାରୀମାନେ ଆସିଥିଲେ। ଏହା ପରେ ତାଙ୍କ ସହିତ କିଛି ଆଲୋଚନା କରିଥିଲେ। ଏପରିକି ଅନ୍ୟ ବ୍ୟକ୍ତି ଜଣକୁ ସେଠାରୁ ଚାଲିଯିବାକୁ କହିଥିଲେ ହତ୍ୟାକାରୀମାନେ। ଏହା ପରେ ତାଙ୍କ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଅନ୍ୟ ବ୍ୟକ୍ତି ଜଣକ ସେଠାରୁ ଖସି ପଳାଇଥିଲେ। ଫଳରେ ହତ୍ୟାକାରୀମାନେ ମୃତକଙ୍କୁ ବାରମ୍ବାର ଛୁରି ଭୁଶି ଚାଲିଥିଲେ। ମୃତକଙ୍କ ପେଟ ଓ ଛାତିରେ ଛୁରି ଭୁଷିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଥିଲା। 

Also Read: ନୂତନ ଭାରିଆଣ୍ଟରେ ୮୦ କୋଟି ଲୋକ ହୋଇପାରନ୍ତି କୋରୋନା ସଂକ୍ରମିତ ! ଜାଣନ୍ତୁ କଣ କହୁଛି ତଥ୍ୟ