Guru-Shukra Gochar 2024: ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବରୁ ୩ ରାଶିକୁ ବଡ଼ ଲାଭ
Advertisement

Guru-Shukra Gochar 2024: ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବରୁ ୩ ରାଶିକୁ ବଡ଼ ଲାଭ

Guru-Shukra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦେବଗୁରୁ ବୃହସ୍ପତି ଏବଂ ଶୁକ୍ର ଗ୍ରହଙ୍କ ମଧ୍ୟରେ ଏକ ସଂଯୋଗ ଗଠନ ହେବାକୁ ଯାଉଛି । ମେ ମାସରେ ବୃଷ ରାଶିରେ ଏହି ସଂଯୋଗ ହେବ । ଦୁଇଟି ଗ୍ରହ ବୃହସ୍ପତି ଏବଂ ଶୁକ୍ରଙ୍କର ମିଳନରୁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେଉଛି ।

Guru-Shukra Gochar 2024: ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବରୁ ୩ ରାଶିକୁ ବଡ଼ ଲାଭ

Guru-Shukra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଦୁଇଟି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଏକତ୍ର ଚଳନ କରନ୍ତି ସେହି ସମୟରେ ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଦେବ ଗୁରୁ ବୃହସ୍ପତି ଖୁବ୍ ଶୀଘ୍ର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାକୁ ଯାଉଛନ୍ତି। ଆମେ ଆପଣଙ୍କୁ କହିରଖୁଛୁ ଯେ, ମେ ୧ ରେ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିବେ । ବର୍ତ୍ତମାନ ବୃହସ୍ପତି ମେଷ ରାଶିରେ ବିଦ୍ୟମାନ କରିଛନ୍ତି । ଜ୍ୟୋତିଷଙ୍କ ଅନୁଯାୟୀ, ମେ ୧୯ ତାରିଖରେ ଶୁକ୍ର ଗ୍ରହ ମଧ୍ୟ ବୃଷ ରାଶିରେ ଚଳନ କରିବେ । ବୃଷ ରାଶିରେ ଶୁକ୍ରଙ୍କ ଚଳନ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରିବ । ଗଜଲକ୍ଷ୍ମୀ ରାଜଯୋଗ ବହୁତ ଶୁଭ ବୋଲି ବିବେଚନା କରାଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃଷ ରାଶିରେ ବୃହସ୍ପତି ଏବଂ ଶୁକ୍ରଙ୍କର ମିଳନ ପ୍ରାୟ ୧୨ ବର୍ଷ ପରେ ଘଟୁଛି । ଏପରି ପରିସ୍ଥିତିରେ, ଏହି ସଂଯୋଗ କିଛି ରାଶି ନକ୍ଷତ୍ର ଉପରେ ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇବ । ଆଜି ଆମେ ଜାଣିବା ବୃଷ ରାଶିରେ ବୃହସ୍ପତି ଏବଂ ଶୁକ୍ରଙ୍କ ମିଳନ ଦ୍ୱାରା ଗଠିତ ଗଜଲକ୍ଷ୍ମୀ ରାଜଯୋଗରୁ କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ ।

ମେଷ ରାଶି
ବୃହସ୍ପତି ଏବଂ ଶୁକ୍ରର ମିଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଶୁଭ ହେବ । ଜ୍ୟୋତିଷଙ୍କ କହିବା ଅନୁଯାୟୀ, ମେଷ ରାଶି ବ୍ୟକ୍ତିମାନେ ଦେବୀ ଲକ୍ଷ୍ମୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ । ଧନ ସମ୍ପତ୍ତି ବଢିବାର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ମଧ୍ୟ ଆପଣଙ୍କର ଉନ୍ନତି ହେବ।  ବ୍ୟବସାୟରେ ଆପଣଙ୍କୁ ଦୁଇଗୁଣା ଲାଭ ମିଳିବ ।

ସିଂହ ରାଶି
ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭପ୍ରଦ । ଯେଉଁମାନେ ଦୂରରେ ପାଠ ପଢୁଛନ୍ତି ସେମାନେ ହଠାତ୍ କିଛି ଶୁଭ ଖବର ପାଇପାରନ୍ତି । ଦେବୀ ଲକ୍ଷ୍ମୀଙ୍କ କୃପାରୁ ସିଂହ ରାଶିର ବ୍ୟକ୍ତିମାନେ ସେମାନଙ୍କ ବୃତ୍ତିରେ ପରିବର୍ତ୍ତନ ଦେଖିବେ । ଚାକିରିରେ ପଦୋନ୍ନତୀ ସହ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ଆୟ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ।

କର୍କଟ ରାଶି
ବୃଷରେ ବୃହସ୍ପତି ଏବଂ ଶୁକ୍ରଙ୍କ ମିଳନରୁ ସୃଷ୍ଟି ହୋଇଥିବା ଗଜଲକ୍ଷ୍ମୀ ରାଜଯୋଗ ଆପଣଙ୍କ ପାଇଁ ଶୁଭଦାୟକ । କ୍ୟାରିୟରରେ ନୂଆ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ଜଣେ ବଡ଼ ନେତାଙ୍କ ସହଯୋଗ ମିଳିପାରେ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ନୂଆ ଏନ୍‌ଏସି ଘୋଷଣାର ସାମ୍ବିଧାନିକ ବୈଧତା ନାହିଁ: ପିତାମ୍ବର ଆଚାର୍ଯ୍ୟ

Also Read- Employment News: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଦରମା