Jupiter Transit 2024: ୧୨ ବର୍ଷ ପରେ ବୃହସ୍ପତି ଚଳନରୁ ୪ ରାଶିକୁ ବଡ଼ ଲାଭ
Advertisement

Jupiter Transit 2024: ୧୨ ବର୍ଷ ପରେ ବୃହସ୍ପତି ଚଳନରୁ ୪ ରାଶିକୁ ବଡ଼ ଲାଭ

Guru Gochar 2024: ସୌରମଣ୍ଡଳରେ ଥିବା ୯ ଗ୍ରହଙ୍କର ନିଜସ୍ୱ ବିଶେଷତ୍ୱ ରହିଛି । ଯାହା କିଛି ରାଶି ନକ୍ଷତ୍ର ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ବୃହସ୍ପତିଙ୍କ ଚଳନ ପ୍ରଭାବରୁ କେଉଁ ରାଶିର ବ୍ୟକ୍ତି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

Jupiter Transit 2024: ୧୨ ବର୍ଷ ପରେ ବୃହସ୍ପତି ଚଳନରୁ ୪ ରାଶିକୁ ବଡ଼ ଲାଭ

Jupiter Transit 2024: ଦେବଗୁରୁ ବୃହସ୍ପତି ଭାଗ୍ୟ, ଧନ, ବିବାହ ସହ ଜଡିତ । ତେଣୁ ବୃହସ୍ପତିଙ୍କୁ ଏକ ଶୁଭ ଗ୍ରହ ଭାବରେ ବିବେଚନା କରାଯାଇଥାଏ । ବୃହସ୍ପତିଙ୍କ ପ୍ରଭାବ ଦ୍ୱାରା ବ୍ୟକ୍ତିଙ୍କୁ ଭାଗ୍ୟବାନ, ଧନୀ ଏବଂ ଜ୍ଞାନୀ ହୋଇଥାନ୍ତି । ଏଥିସହିତ ଜୀବନରେ ସୁଖ ମିଳିବା ସହ ସମ୍ମାନ ମିଳିଥାଏ ।  ବୃହସ୍ପତି ବର୍ଷକୁ ଥରେ ରାଶି ପରିବର୍ତ୍ତନ କରିଥାନ୍ତି ।

ବୃହସ୍ପତି ୧ ମଇରେ ବୃଷ ରାଶିରେ ପ୍ରବେଶ କରିବେ। ପ୍ରାୟ ୧୨ ବର୍ଷ ପରେ ଏହିପରି ଏକ ସଂଯୋଗ ସ୍ଥାପନ ହେଉଛି ଯାହାଦ୍ୱାରା କିଛି ରାଶି ଖୁବ ଉପକୃତ ହେବେ । ବୃହସ୍ପତିଙ୍କ ଚଳନନ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ କିନ୍ତୁ ବିଶେଷ କରି ୪ଟି ରାଶିର ଲୋକଙ୍କୁ ଅଧିକ ଶୁଭଫଳ ମିଳିବ ।

ମେଷ (Aries): ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିଦ୍ୟମାନ ଅଛନ୍ତି ଏବଂ ବୃହସ୍ପତିଙ୍କ ଚଳନ ଆପଣଙ୍କୁ ଶୁଭ ଫଳାଫଳ ଦେବ । ଅଧିକାଂଶ କାର୍ଯ୍ୟରେ ଆପଣ ସଫଳତା ପାଇବେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ପିଲାମାନଙ୍କଠାରୁ ଖୁସି ଖବର ପାଇବେ ।

ବୃଷ (Taurus): ବୃହସ୍ପତିଙ୍କ ଚଳନ ପ୍ରଭାବରୁ ଆପଣ ଉପକୃତ ହେବେ । ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିବ । ନିଜ କ୍ୟାରିଅରରେ ଆପଣ ଚାହୁଁଥିବା ଅଗ୍ରଗତି ପାଇବେ । ଆର୍ଥିକ କ୍ଷେତ୍ରରେ ଲାଭ ହେବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । କାର୍ଯ୍ୟରେ ସମ୍ମାନ ମିଳିବା ସହ ସଫଳତା ପ୍ରାପ୍ତି ହେବ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

କର୍କଟ (Cancer): ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ ଶୁଭଫଳ ଆଣିବ । ଆପଣ ପ୍ରତିଟି କାର୍ଯ୍ୟରେ ସଫଳତା ପାଇବାର ସମ୍ଭାବନା ରହିଛି । ଜୀବନର ସମସ୍ତ ବାଧା ବିଘ୍ନ ଦୂର ହେବ । ଆୟ ସମେତ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ । ବୈବାହିକ ସୁଖ ପ୍ରାପ୍ତ ହେବ ।

କନ୍ୟା (Virgo): ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇବ । ଅତ୍ୟନ୍ତ ଶୁଭଫଳ ମିଳିବାର ସୁଯୋଗ ରହିଛି । ମନ ଭିତର ଇଚ୍ଛା ପୂରଣ ହୋଇପାରେ । ବିଦେଶ ଭ୍ରମଣର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ବ୍ୟବସାୟରେ ଅଗ୍ରଗତି ସହ ଆୟ ବୃଦ୍ଧି ପାଇବ ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Also Read- Arvind Kejriwal Arrested: କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ଲାଲୁ ଯାଦବ

Also Read- Dr Damodar Rout: ରୋକଠୋକ କଥା ହିଁ ଦାମଙ୍କୁ ବିବାଦ ମଧ୍ୟକୁ ଟାଣି ଆଣୁଥିଲା