Vastu tips for happy life: ବାସ୍ତୁର ୫ଟି ନିୟମ, ଯାହା ଆପଣଙ୍କ ଭାଗ୍ୟ ବଦଳାଇବ
Advertisement
Article Detail0/zeeodisha/odisha1940130

Vastu tips for happy life: ବାସ୍ତୁର ୫ଟି ନିୟମ, ଯାହା ଆପଣଙ୍କ ଭାଗ୍ୟ ବଦଳାଇବ

ଘରର ସୁଖ ସମୃଦ୍ଧିରେ ବାସ୍ତୁର ମହତ୍ତ୍ବ ଅଧିକ । ଯଦି ଦୈନନ୍ଦିନ ଜୀବନରେ ବାସ୍ତୁର ନିୟମ ପାଳନ କରଯାଏ ତାହେଲେ ଘରକୁ ସୁଖ ସମୃଦ୍ଧି ଫେରିବ । ବାସ୍ତୁର ଏହି ନିୟମ ଦ୍ବାରା ଘରେ ନକାରାତ୍ମକ ଉର୍ଜାର ପ୍ରଭାବ କମିବା ସହ ଆପଣଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ । କିଛି ଲୋକଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯାଇନଥାଏ । ଫଳରେ ସଫଳତା

SOCIAL MEDIA

Vastu tips for happy life:

ଘରର ସୁଖ ସମୃଦ୍ଧିରେ ବାସ୍ତୁର ମହତ୍ତ୍ବ ଅଧିକ । ଯଦି ଦୈନନ୍ଦିନ ଜୀବନରେ ବାସ୍ତୁର ନିୟମ ପାଳନ କରଯାଏ ତାହେଲେ ଘରକୁ ସୁଖ ସମୃଦ୍ଧି ଫେରିବ । ବାସ୍ତୁର ଏହି ନିୟମ ଦ୍ବାରା ଘରେ ନକାରାତ୍ମକ ଉର୍ଜାର ପ୍ରଭାବ କମିବା ସହ ଆପଣଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ । କିଛି ଲୋକଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯାଇନଥାଏ । ଫଳରେ ସଫଳତାର ଅତି ନିକଟତର ହେଲେ ମଧ୍ୟ ତାହା ହାସଲ କରି ପାରିନଥାନ୍ତି । ଯଦି ଆପଣ ମଧ୍ୟ ଖୁବ୍ ପରିଶ୍ରମ କରୁଛନ୍ତି ହେଲେ ସେ ଅନୁପାତରେ ଫଳ ମିଳୁ ନାହିଁ ତାହେଲେ ବାସ୍ତୁର କିଛି ନିୟମ ମାନନ୍ତୁ । ଭାଗ୍ୟ ପରିବର୍ତ୍ତନ ସହ ଜୀବନ ଜିଇଁବାର ରାସ୍ତା ମଧ୍ୟ ସରଳ ହୋଇଯିବ ।

ଏହି ବାସ୍ତୁ ନିୟମ ଆପଣଙ୍କ ଭାଗ୍ୟ ଚମକାଇବ

ଭଗବାନ କୁବେର ସମୃଦ୍ଧି ଏବଂ ହସ ଖୁସିର ପ୍ରତୀକ ଅଟନ୍ତି । ଏବଂ ଘରର ଉତ୍ତର ପୂର୍ବ ଦିଗରେ ବସବାସ କରନ୍ତି । ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ନାହିଁ ତାହେଲେ ଆପଣଙ୍କ ଘରର ଉତ୍ତର ପୂର୍ବ ଦିଗରେ କୁବେର ଯନ୍ତ୍ର ସ୍ଥାପନା କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଭାଗ୍ୟ ଚମକିବ ଏବଂ ଘରେ ଅର୍ଥର ଅଭାବ ରହିବ ନାହିଁ । ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ ଯେ ଏହି ଦିଗରେ ଭାରି ଜିନିଷ, ଯୋତା ଷ୍ଟାଣ୍ଡ ଏସବୁ ଯେମିତି ନରୁହେ । ଭାରି ଜିନିଷ ରହିବା ଫଳରେ ନକାରାତ୍ମକ ଉର୍ଜା ସୃଷ୍ଟି ହୋଇପାରେ ।

ଯଦି ଆପଣ ଆପଣଙ୍କ ଜୀବନରେ ବହୁ ଟଙ୍କାର ଆବଶ୍ୟକତା କରୁଛନ୍ତି ତାହେଲେ ଘରେ ଲକର ଆଲମୀରା ରଖିବା ଆବଶ୍ୟକ । ହେଲେ ଯେମିତି ଧ୍ୟାନ ରୁହେ ଯେ ଆଲମୀରାର ମୁହଁ ଦକ୍ଷୀଣ ପଶ୍ଚିମ ଦିଗକୁ ନରୁହେ । ଏଭଳି କରିବା ଦ୍ବାରା ଅଶୁଭ ହୋଇଥାଏ ।

ଆପଣଙ୍କ ଘରର ମୁଖ୍ୟ ପ୍ରବେଶ ଦ୍ବାର ଲୋକ ଏବଂ ବ୍ରହ୍ବାଣ୍ଡୀୟ ଉର୍ଜାକୁ ସ୍ବାଗତ କରିବା ଦରକାର । ଏଭଳି ନହେଲେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ ନାହିଁ । ସବୁବେଳେ ଧ୍ୟାନ ଦେବେ ଯେ ମୁଖ୍ୟଦ୍ବାରରେ ଲାଗିଥିବା ତାଲାରେ କୌଣସି ସମସ୍ୟା ଯେମିତି ନରୁହେ । ଏବଂ କବାଟରେ ଫାଟ ନଆସେ । ଧନକୁ ଆକର୍ଷିତ କରିବା ପାଇଁ ଘରର ମୁଖ୍ୟ ଦ୍ବାରରେ ନାମ ଫଳକ, ଗଛ ଏବଂ ଓ୍ବିଣ୍ଡ ଚାଇମ୍ ଲଗାଇ ପାରିବେ । ଏହାଦ୍ବାରା ଆପଣଙ୍କ ଘରେ କେବେ ହେଲେ ଧନର ଅଭାବ ରହିବ ନାହିଁ ।