Addicted to Social Media : ଆସିଲା ରିପୋର୍ଟ୍ : ମଣିଷକୁ ଅସୁସ୍ଥ କରାଉଛି Social Media

social media making us sick -: ଆଜିକାଲି ପିଲାଠୁ ବୃଦ୍ଧ ସମସ୍ତେ ସୋସିଆଲ ମିଡିଆରେ ବହୁତ୍ ସମୟ ଅତିବାହିତ କରୁଛନ୍ତି।ଜାଣନ୍ତୁ  ସୋସିଆଲ ମିଡିଆ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେତେ ଖରାପ ପ୍ରଭାବ ପକାଉଛି

Written by - Zee Odisha Desk | Last Updated : Jun 27, 2024, 02:35 PM IST
Addicted to Social Media : ଆସିଲା ରିପୋର୍ଟ୍ : ମଣିଷକୁ ଅସୁସ୍ଥ କରାଉଛି Social Media

Health tips : ଆଜିକାଲି ପିଲାଠୁ ବୃଦ୍ଧ ସମସ୍ତେ ସୋସିଆଲ ମିଡିଆରେ ବହୁତ୍ ସମୟ ଅତିବାହିତ କରୁଛନ୍ତି।କେହି କେହି ସମସ୍ତ ଖବର ପଢ଼ିବାରେ ବ୍ୟସ୍ତ ଥାନ୍ତି, ତ ଆଉ କେହି ରିଲ୍ସ, ଫିଲ୍ମ,ଗୀତ, ରେ ମଶଗୁଲ ଥାନ୍ତି।ଯାହାକି ଦୈନନ୍ଦିନ ଜୀବନରେ ଅଭ୍ୟାସ ସହିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ଦେଶ ତଥା ବିଶ୍ୱରେ ଯାହା ଘଟୁଛି ସେ ସମ୍ବନ୍ଧୀୟ ଅଧିକାଂଶ ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଉପଲବ୍ଧ ରହୁଛି । କିଛି ଲୋକ ଏହାକୁ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି ଏବଂ କେହି କେହି ଏହାକୁ ଟଙ୍କା ରୋଜଗାର ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି । 

ଜାଣନ୍ତୁ  ସୋସିଆଲ ମିଡିଆ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେତେ ଖରାପ ପ୍ରଭାବ ପକାଉଛି-:

ଏକ ଗବେଷଣାରୁ  ଜଣାପଡିଛି ଯେ ଦିନକୁ ୧୫ ମିନିଟ୍ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ନକରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆଣିପାରେ । ଜର୍ନାଲ୍ ଅଫ୍ ଟେକ୍ନୋଲୋଜିର ବିହେଭିୟର ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସୋସିଆଲ ମିଡ଼ିଆରୁ ୧୫ ମିନିଟ୍ ଦୁରେଇ ରହିଲେ ଥଣ୍ଡା,ଆଖି ଯନ୍ତ୍ରଣା,ଚିନ୍ତା ତଥା ରୋଗ ପ୍ରତିରୋଧ ଶକ୍ତି ପ୍ରଭାବିତ ହେବାରେ ହାରାହାରି ୧୫ ପ୍ରତିଶତ ଉନ୍ନତି ଦେଖାଦେଇଥିଲା । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଏହା ଶୋଇବା ଗୁଣକୁ ୫୦ ପ୍ରତିଶତ ଉନ୍ନତ କରିଛି ଏବଂ ଉଦାସୀନତାକୁ ୩୦ ପ୍ରତିଶତ ହ୍ରାସ କରିଛି ।

ତେବେ ସ୍ୱାନସି ୟୁନିଭରସିଟି ସ୍କୁଲ ଅଫ୍ ସାଇକୋଲୋଜିର ପ୍ରଫେସର ଫିଲ୍ ରିଡ କହିଛନ୍ତି ଯେ ଏହି ତଥ୍ୟରୁ ଜଣାପଡିଛି ଯେ ଯେତେବେଳେ ଲୋକମାନେ ସେମାନଙ୍କର ସୋସିଆଲ ମିଡିଆ ବ୍ୟବହାରକୁ ହ୍ରାସ କରନ୍ତି, ସେତେବେଳେ ସେମାନଙ୍କ ଜୀବନରେ ଅନେକ ଉନ୍ନତି ହୋଇଥାଏ । ତାଙ୍କର ଶାରୀରିକ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଅନେକ ଲାଭ ପାଇପାରେ । 

ସୋସିଆଲ ମିଡିଆ ପ୍ଲାଟଫର୍ମ ବେଳେବେଳେ କିଛି ଲୋକଙ୍କ ପାଇଁ ଏକନିଶା ହୋଇଯାଏ ଏବଂ ଏହା ଚିନ୍ତା, ଉଦାସୀନତା ଏବଂ ଅନେକ ରୋଗର କାରଣ ହୋଇପାରେ। ସୋସିଆଲ ମିଡିଆର ବ୍ୟବହାର ଯେତେ କମ୍, ସ୍ୱାସ୍ଥ୍ୟ ପାଇଁ ସେତେ ଭଲ । ଯେମିତିକି ସୋସିଆଲ ମିଡିଆରେ କିଚିଲୋକଙ୍କ ସଫଳତାକୁ ଦେଖି ଆମେ ନିମ୍ନମାନର କମ୍ପେ୍ଲକ୍ସକୁ ଚାଲିଯାଇଥାଉ, କିମ୍ବା ଅଧିକ ଈର୍ଷା ପରାୟଣ ହେଇଯାଉ। ଆଉ ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆମର ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ମଧ୍ୟ ହୋଇଥାଏ ।

ट्रेंडिंग न्यूज़