Advertisement

Odisha Weather report

alt
ଏବେଠୁ କଲବଲ କଲାଣି ତାତି। ମଙ୍ଗଳବାରଠୁ ରାଜ୍ୟରେ ଉପରମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି । ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । କାଲିଠୁ ରାଜ୍ୟରେ ବଦଳିବ ପାଗ । ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ପାଇଁ ବଢିବ ତାତି। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶା ହେବ ଅସମ୍ଭାଳ । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି ।ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ । ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ଗ୍ରୀଷ୍ମପ୍ରବାହ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଭାଗ।
Mar 11,2024, 17:13 PM IST
alt
ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୭ ତାରିଖ ଯାଏଁ ବର୍ଷା ଲାଗି ରହିବ। ଏହାପରେ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି। ବର୍ତ୍ତମାନ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ଅଧିକ ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।ଆସନ୍ତା ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଜି କୋରାପୁଟରେ ସବୁଠୁକମ୍ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଦାରିଙ୍ଗବାଡ଼ିରେ ୧୬ ଡିଗ୍ରୀ, ଫୁଲବାଣୀରେ ୧୭.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୧୮.୬ ଡିଗ୍ରୀ, ବୌଦ୍ଧରେ ୧୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।
Nov 5,2023, 18:36 PM IST
alt
Oct 4,2023, 13:15 PM IST
Read More

Trending news