Heavy Rain in Odisha: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟା ଧରି ୧୮କିଲୋମିଟର ବେଗରେ ଗତି କରୁଛି ଏହି ଅବପାତ । ପାରାଦୀପର(Paradeep) ଦକ୍ଷିଣ ଭାଗରରେ ୩୮୦କିଲୋ ମିଟର ଦୂରରେ ଏହାର ଅବସ୍ଥିତି ରହିଛି।
Trending Photos
Heavy Rain in Odisha: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟା ଧରି ୧୮କିଲୋମିଟର ବେଗରେ ଗତି କରୁଛି ଏହି ଅବପାତ । ପାରାଦୀପର(Paradeep) ଦକ୍ଷିଣ ଭାଗରରେ ୩୮୦କିଲୋ ମିଟର ଦୂରରେ ଏହାର ଅବସ୍ଥିତି ରହିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Meteorological Centre, Bhubaneswar)। ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ଏହି ଅବପାତ।
ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ବାଲେଶ୍ବର(balasore), ଭଦ୍ରକ, ଯାଜପୁର, କେନ୍ଦ୍ରାପଡା(Kendrapara), କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ସେହିପରି ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ(Bhadrak)ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାମାନଙ୍କୁ ଅରେଞ୍ଜ ଆଲର୍ଟ(Orange Alert) ଜାରି କରାଯାଇଛି ।
Deep Depression over westcentral Bay of Bengal pic.twitter.com/FHrqvqjWoT
— Meteorological Centre, Bhubaneswar (@mcbbsr) November 16, 2023
ସେପଟେ ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଫଳରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ଗତ କାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।ସେପଟେ ପ୍ରବଳ ବର୍ଷା ଯୋଗୁ କୃଷକମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଧାନ ଚାଷ ସହ ବିଭିନ୍ନ ଫସଲ ନଷ୍ଟ ହୋଇପାରେ। ଏ ନେଇ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଆଗୁଆ ପରାମର୍ଶ ଦିଆଯାଇଛି।
Depression over WC BoB about 630 km south-southwest of Digha (WB) and 780 km SW of Khepupara (Bangladesh).To intensify into a Deep Depression over WC BoB n the morning of 16thNov and cross Bangladesh coast between Mongla and Khepupara as a DD in the morning of 18th November. pic.twitter.com/C33CAVf8Va
— India Meteorological Department (@Indiametdept) November 15, 2023
ଅଦିନିଆ ବର୍ଷାକୁ ନେଇ ଫସଲ ପରିଚାଳନା ସଂପର୍କରେ, ବିଭାଗୀୟ ଅଧିକାରୀ, ଆଂଚଳିକ ପାଣିପାଗ କେନ୍ଦ୍ର ଏବଂ ଓୟୁଏଟିର ବୈଜ୍ଞାନିକମାନେ ମିଶି କୃଷି ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ ଏକ ଜରୁରୀ ବୈଠକ ଡକାଇ ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Also Read: Heavy Rainfall Alert: ସକ୍ରିୟ ରହିଛି ଲଘୁଚାପ, ମତ୍ସ୍ୟଜୀବିଙ୍କୁ ସତର୍କ ସୂଚନା, ଆଜିଠୁ ସମୁଦ୍ର ମନା...