Advertisement

BARGARH NEWS

alt
ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗତକାଲି ସକାଳେ ବରଗଡ଼ ଓ ବଲାଙ୍ଗିର ଏସ ଓ ଜି ଟିମ୍ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୋଲିସ ଓ କିଛି ମାଓବାଦୀ ମୁହାଁ ମୁହିଁ ହୋଇଥିଲେ ।ଫଳରେ ଉଭୟ ପକ୍ଷରୁ ଘନ ଘନ ଗୁଳି ଚାଳନା ହୋଇଥିବା ଖବର ମିଳି ଥିବା ବେଳେ ବହୁ ଗୁଡ଼ିଏ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି । ଘଟଣା ସ୍ଥଳକୁ ପୋଲିସ ର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳକୁ ଗସ୍ତ ସୂଚନା ରହିଥିବା ବେଳେ ଅପରେସନ ଜାରି ରହିଥିବା ବରଗଡ଼ ଏସ ପି କହିଥିଲେ । ଏ ଘଟଣା ରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପହଞ୍ଚି ସ୍ଥିତି ତଦାରଖ କରିଥିଲେ । ଏହି ଘଟଣା ଟି ପାଇକମାଲ ଥାନାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଘଟଣା ଘଟିଥିବା ବେଳେ ବରଗଡ଼ ନୂଆପଡା ଓ ମହାସମୁନ୍ଦ ମାଓ ଡିଭିଜନର ମାଓ ସଂଗଠନ ହୋଇଥିବା ଜଣା ପଡୁଛି ।
Feb 24,2024, 11:39 AM IST
alt
Feb 9,2024, 19:13 PM IST
alt
କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି , ବିରହ, ଅନ୍ୟାୟ , ଅନିତି ଓ ଅତ୍ୟାଚାର କୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦିର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟହୋଇଛି । ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।ଗତ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂଣ୍ଣମୀ ଦିନ ସମାପ୍ତ ହୋଇଛି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରା ନଗରୀ ଭ୍ରମଣ କରି ମହାରାଜ କଂସ ଙ୍କ ଧନୁଯାତ୍ରା କୁ ପହଂଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାର ର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା । ପ୍ରଥମ ଦ୍ୱାର ରେ ଥିଲା କୁବଳୟା ହସ୍ତି । କୁବଳୟା ହସ୍ତୀ
Jan 27,2024, 11:39 AM IST
alt
ଦୀର୍ଘ୧୧ଦିନ ଧରି ଚାଲିଥିବା ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଉଦଜାପିତ ହୋଇଛି। ଏହି ଧନୁଯାତ୍ରାରେ କଂସମହାରାଜ ଭୁମିକାରେ ଅଭିନୟ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନେକ ଅପଶବ୍ଦ ପ୍ରୟୋଗ କରିଛନ୍ତି। କୃଷ୍ଣ ,ବଳରାମ,ରାମ,ନାରାୟଣଙ୍କ ନାମ ଉଚ୍ଚାରଣ କରୁଥିବା ବ୍ଯକ୍ତିଙ୍କୁ କଠୋର ଦଣ୍ଡବିଧାନ କରିଛନ୍ତି। ହେଲେ ଯେତେବେଳେ ଧନୁଯାତ୍ରା ସରିଯାଏ ପାପକର୍ମର ପ୍ରାୟଶ୍ଚିତ ପାଇଁ କଂସମହାରାଜଙ୍କ ପ୍ରାଣ ବ୍ଯାକୁଳ ହୋଇଉଠେ। ଦୀର୍ଘ୧୧ ଦିନ ଧନୁଯାତ୍ରାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୧୧ଦିନ ଧରି ଯେଉଁ ଯେଉଁ ଭଳି ଅପଶବ୍ଦ ବ୍ଯବହାର କରି ନିଜର ପ୍ରାଣକୁ ଆଘାତ ଦେଇଛି ତାର ପ୍ରାୟଶ୍ଚିତ କେବଳ ମହାପ୍ରଭୁ ହିଁ କରିବେ। ଏଥିପାଇଁ ବରଗଡ କଂସମହାରାଜ ଓ ତାର ପରିଷଦ ବର୍ଗ ଆଜି ସିଧା ପୁରୀ ଗସ୍ତରେ ଆସି ପ୍ରଥମେ ମହୋଦଧି ସ୍ନାନ କରି ପଇତା ବଳାଇ ପରିବର୍ତ୍ତ
Jan 26,2024, 17:00 PM IST
alt
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ସପ୍ତମ ଦିବସ ରେ ଗୋପପୁର ରେ କୃଷ୍ଣମୟ ପରିବେଶ ଥିବା ବେଳେ କୃଷ୍ଣ ଗୋଟିଏ ପରେ ଗୋଟିଏ ଲୀଳା ଦେଖାଇ ଚାଲିଛନ୍ତି । ପ୍ରତିଦିନ ଭଳି ରାଧା ଓ ଗୋପୀମାନେ ମଥୁରାକୁ ଦଧି ବିକି ଗୋପପୁର ଫେରିବା ବାଟରେ ଯମୁନା ପାରି ହୋଇ ଆସିଲା ବେଳେକୁ କୃଷ୍ଣ ନାଉଁରୀଆ ବେଶରେ ଜଗି ରହିଥାନ୍ତି ଓ ତାପରେ ହୋଇଥାଏ ରାଧାକୃଷ୍ଣଙ୍କ ନାବକେଳି । ସପ୍ତମ ଦିନର ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧ ଠାରେ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା ରାଧାକୃଷ୍ଣଙ୍କ ଏହି ପ୍ରେମରେ ଆତ୍ମବିଭୋର ହୋଇପଡ଼ିଥିଲେ ଦର୍ଶକ ।ସାରା ଗୋପପୁର ହୋଇପଡ଼ିଛି କୃଷ୍ଣମୟ । କୃଷ୍ରପ୍ରେମରେ ରାଧା ଙ୍କ ସହ ଷୋହଳ ସହସ୍ରଗୋପୀ ହୋଇପଡ଼ିଛନ୍ତି ଆତ୍ମବିଭୋର । ନଟଖଟିଆ କାହ୍ନୁ ଗୋଟିଏ ପରେ ଗୋଟିଏ ଲିଳା କରିଚାଲିଛନ୍ତି ।
Jan 22,2024, 18:26 PM IST
alt
ଆଜି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ଷଷ୍ଠ ଦିନରେ ମହାରାଜ କଂସ ମଥୁରା ନଗରୀ ଭ୍ରମଣ ରେ ବାହାରିଥିଲେ l ମଥୁରା ଭ୍ରମଣ ସମୟରେ ମହାରାଜ କଂସ ହଟାତ ମଥୁରା ନଗରୀର ଟାଉନ ଥାନାକୁ ନିରୀକ୍ଷଣ କରିବାକୁ ଯାଇଥିଲେ ସୈନ୍ୟ ସାମନ୍ତ ଙ୍କ ସହିତ | ମହାରାଜ କଂସଙ୍କ ଠାରେ ଅଭିଯୋଗ ହୋଇଥିଲା ଯେ ମଥୁରା ନଗରୀରେ ଚାଲିଛି ବ୍ୟାପକ ମାତ୍ରାରେ କୋରେକ୍ସ ଓ ମଦ ସହିତ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ କାରବାର | ମାତ୍ର ମଥୁରା ନଗରୀର ପୋଲିସ ଅବହେଳା କରୁଛି ଅପରାଧୀ ମନକୁ ଧରିବାରେ ଅକ୍ଷମ ହେଉଛି | ତେବେ ଏହି ଅଭିଯୋଗକୁ ଆଧାର କରି ମହାରାଜ କଂସ ହଠାତ ମଥୁରା ନଗରୀର ଥାନା ପରିଦର୍ଶନ କରିବା ପାଇଁ ବରଗଡ଼ ଟାଉନ ଥାନା କୁ ପହଞ୍ଚିଯାଇଥିଲେ |ମହାରାଜ କଂସ ମଥୁରା ନଗରି ଟାଉନ ଥାନାକୁ ପରିଦର୍ଶନ କରିବାକୁ ଯାଇଥିବା ବେଳେ ସେଠାକାର ପୋଲିସ କର୍ମଚାରୀ ମାନେ
Jan 21,2024, 14:00 PM IST

Trending news