Odisha News: ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା, ପୋଲିସର ଛାନଭିନ ଜାରି
Advertisement
Article Detail0/zeeodisha/odisha1655189

Odisha News: ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା, ପୋଲିସର ଛାନଭିନ ଜାରି

Odisha News: ରବିବାର ଦିନ ସକାଳ ସମୟରେ ଏକ ଚାଷ ଜମି ନିକଟରେ ଯୁବକଙ୍କ ରକ୍ତ ଜୁଡବୁଡୁ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । କେଉଁ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

ସୌ(ସୋସିଆଲ ମିଡିଆ)

Odisha News: ଯୁବକଙ୍କ ଯୌନାଙ୍ଗ କାଟି ନିର୍ମମ ହତ୍ୟା । ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ବୁଡ଼ାମାଲ ଗାଁରୁ ସାମ୍ନାକୁ ଆସିଛି ଏହି ବିଭତ୍ସ ହତ୍ୟାକାଣ୍ତ । ଗାଁର ସାନନ୍ଦ ସା ନାମକ ଜଣେ ଯୁବକଙ୍କ ଯୌନାଙ୍ଗ କାଟି ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହିଁଛି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ଏକ ଚାଷ ଜମି ନିକଟରେ ଯୁବକଙ୍କ ରକ୍ତ ଜୁଡବୁଡୁ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଁଞ୍ଚିଥିଲା । ତେବେ କେଉଁ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏନେଇ ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିବା ସହ ଛାନଭିନ କରୁଛି ।

ପ୍ରକାଶ ଥାଉ କି, ଗତ ଏପ୍ରିଲ ମାସ ୨ ତାରିଖରେ କେନ୍ଦ୍ରାପଡ଼ା(Kendrapar) ଜିଲ୍ଲାରୁ ମଧ୍ଯ ସମାନ ଘଟଣା ସାମ୍ନା ଆସିଥିଲା । ରାଜନଗର ପେଣ୍ଠ ବେଳାଭୂମିରେ ସାଙ୍ଗର ଯୌନାଙ୍ଗ(Private part) କାଟିଥିଲା ସାଙ୍ଗ । ଆଳି ବଙ୍କେଶ୍ୱର ଗାଁର ଭାଗବତଙ୍କୁ ତାଙ୍କ ବନ୍ଧୁ ଅକ୍ଷୟ କୁମାର ରାଉତ ପେଣ୍ଠ ବେଳାଭୂମି(Pentha Sea Beach Kendrapara) ବୁଲି ଯିବାକୁ ଡ଼ାକି ନେଇଥିଲେ । ଉଭୟ ପେଣ୍ଠ ବେଳାଭୂମିରେ ପହଞ୍ଚି ବୁଲାବୁଲି କରିବା ପରେ ସାଙ୍ଗ ହୋଇ ଖାଇଥିଲେ । ଏହାପରେ ଭାଗବତ ବିଶ୍ରାମ ନେଇଥିଲେ । ଏହି ସମୟରେ ସାଙ୍ଗ ଅକ୍ଷୟ ପୂର୍ବ ଯୋଜନା ମୁତାବକ ଭୁଜାଲି ସାହାଯ୍ୟରେ ଭାଗବତଙ୍କ ଯୌନାଙ୍ଗକୁ ହାଣି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଭାଗବତ ତାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ରକ୍ତ ଜୁଟୁବୁଡୁ ଅବସ୍ଥାରେ ଭାଗବତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା ।  ତେବ ଏନେଇ ପରିବାର ଲୋକେ ଅକ୍ଷୟ ରାଉତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ତେବେ ପରେ ଏହି ଘଟଣାରେ ନୂଆ ମୋଡ ଆସିଥିଲା  (Man cuts friend's private parts)। ସମଲିଙ୍ଗୀ (By-Sexual) ସମ୍ପର୍କକୁ ନେଇ ଏହି କାଣ୍ଡ ଘଟିଥିବା ଜଣାପଡିଥିଲା । ଅଭିଯୁକ୍ତ ଅକ୍ଷୟ ରାଉତ ଆଳି ଥାନା ଅଧିନ ବାଙ୍କେଶ୍ୱର ବାସିନ୍ଦା ଅଟେ । ଏହି ସମୟରେ ଅଭିଯୁକ୍ତ ଅକ୍ଷୟ ରାଉତର ନାରୀ ବେଶରେ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା (Accuse female photo viral)। ବିଭିନ୍ନ ସମୟରେ ଅକ୍ଷୟ ଅର୍ଥ ଦାବି କରୁଥିବା ନେଇ ଭାଗବତଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ ସୋସିଆଲ ମିଡିଆରେ ଅଭିଯୁକ୍ତ ଝିଅ ବେଶରେ ଯୁବକଙ୍କୁ ଫସାଇ ଟଙ୍କା ହଡପ କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେବେ କେଉଁ କାରଣରୁ ଅକ୍ଷୟ ରାଉତ ଏହି କାଣ୍ତ ଘଟାଇଥିଲେ ତାହାର ମୂଳରେ ପହଁଞ୍ଚି ପାରିନି ପୋଲିସ । ଏନେଇ ପୋଲିସ ଛାନଭିନ ଜାରି ରଖିଛି ।

ଏହା ବି ପଢନ୍ତୁ-Odisha News: କାଲିଠାରୁ ରାଜ୍ୟରେ ପୁଣି ଖୋଲିବ ସ୍କୁଲ, ସକାଳ ସାଢେ ୬ଟାରୁ ଆରମ୍ଭ ହେବ ପାଠପଢା

ଏହା ବି ପଢନ୍ତୁ- Sudan violence: ଦ୍ବିତୀୟ ଦିନରେ ସୁଡା଼ନ ସେନା ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ, ୫୬ ମୃତ ଓ ୬୦୦ ଆହତ

ଏହା ବି ପଢନ୍ତୁ-Odisha News: ଗହିରମଥାରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ, ସୁରକ୍ଷାକୁ ନେଇ ଚିନ୍ତାରେ ପ୍ରଶାସନ