Weather Update: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2308310

Weather Update: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଅସହ୍ୟ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ତେବେ, ଏହାରି ଭିତରେ ମୌମୁମୀ ବର୍ଷା ରାଜ୍ୟବାସୀଙ୍କୁ ଏକ ପ୍ରକାର ଆଶ୍ବସ୍ତି ଦେଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ରାଜ୍ୟର ଅନେକ ସ୍ଥାନେ ସ୍ଥାନେ ଭାରି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। 

Weather Update: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଅସହ୍ୟ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ତେବେ, ଏହାରି ଭିତରେ ମୌମୁମୀ ବର୍ଷା ରାଜ୍ୟବାସୀଙ୍କୁ ଏକ ପ୍ରକାର ଆଶ୍ବସ୍ତି ଦେଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଫଳରେ ଏବେ ବର୍ଷା ରାଜ୍ୟରେ ଲାଗି ରହିଛି। ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ  ଓ୍ବାର୍ଣ୍ଣିଂ ଜାରି ହୋଇଛି।  ମଙ୍ଗଳବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ରେକର୍ଡ଼ ହୋଇଛି।  ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ୪୯.୨ ମିମି, ରେକର୍ଡ଼ ହୋଇଥିବା ବେଳେ ନୟାଗଡରେ ୨୪, ଚାନ୍ଦବାଲିରେ ୨୨.୮ ଓ ଦାରିଙ୍ଗିବାଡିରେ ୨୨ ମିମି ବର୍ଷା ରେକର୍ଡ ହୋଇଛି। 

ସେହିପରି ଆଜି (ବୁଧବାର) ରାଜ୍ୟର ଅନେକ ସ୍ଥାନେ ସ୍ଥାନେ ଭାରି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଗଂଜାମ, ଗଜପତି, ରାୟଗଡା, କନ୍ଧମାଳ, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଜି ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି,  ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ,ନୂଆପଡା, ବଲାଙ୍ଗୀର, ସୋନପୁର , ବୌଦ୍ଧ ଓ ବରଗଡ ଜିଲ୍ଲାରେ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ପ୍ରତି ପବନ ହେବ। ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ବି ଜାରି କରାଯାଇଛି। 

ALSO READ:  Today Horoscope: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରାଯାଇଛି। ସେହିପରି ୨୮ ତାରିଖରେ ରାଜ୍ୟରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବ।  ୨୯ ତାରିଖରେ ରାଜ୍ୟରେ ବିଜୁଳି ଘଡ଼ଘଡି ସହ ବର୍ଷା କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିନ୍ତୁ ରାଜ୍ୟରେ ମୌମୁମୀ ଜନିତ ବର୍ଷା ଲାଗି ରହିବ। ଜୁନ୍ ଶେଷ ସୁଧା ରାଜ୍ୟରେ ଅଭାବି ବର୍ଷା ସ୍ଥିତି ହ୍ରାସ ହେବା ନେଇ ଆଶଙ୍କା କରାଯାଉଛି। ରାଜ୍ୟରେ ଏବେବି ୨୫ ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ଼ ହୋଇଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଜୁନ୍ ୧ରୁ ରାଜ୍ୟରେ ୧୬୩.୮ ମିମି ସ୍ବାଭାବିକ ବର୍ଷା ହେବାକୁ ଥିବା ବେଳେ  ଏ ପର୍ଯ୍ୟନ୍ତ ୯୪.୬ ମିମି ବର୍ଷା  ରେକର୍ଡ଼ ହୋଇଛି।  ଯାହା ସ୍ବାଭାବିକ ଠାରୁ ୪୨ % କମ୍ ରହିଛି।  ପୁରୀ, ମୟୂରଭଂଜ, ବାଲେଶ୍ବର ଓ ବଲାଙ୍ଗୀରରେ ଆଦି ଏହି ୪ ଜିଲ୍ଲାରେ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।  ବାକି ୨୧ ଜିଲ୍ଲାରେ ଅଭାବି ବର୍ଷା ରେକର୍ଡ ହୋଇଛି।