Top 10 News Today: ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2312835

Top 10 News Today: ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 28 June 2024: କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines Odisha 28 June 2024

Top 10 news Today: H1.New Chief Secretary of Odisha: କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଏହି ଦାୟିତ୍ଵ ଗ୍ରହଣ କରିବେ। ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ।

H2. CM Mohan Majhi met PM Modi: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀ ଠାରେ ପ୍ରଧାନ ମନ୍ତ୍ରୀ ପିଏମ ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ଲୋକ ସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି।

H3. Rath Yatra Special Train 2024: ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ ୧୦୧୪ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ ଓ ପୁରୀ ଠାରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି।

H4. Small savings schemes: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ପିପିଏଫ୍, ସୁକନ୍ୟା ସମୃଦ୍ଧି ଯୋଜନା ସମେତ ଛୋଟ ସଞ୍ଚୟ ଯୋଜନାରେ ସୁଧ ହାରରେ କେନ୍ଦ୍ର ସରକାର କୌଣସି ପରିବର୍ତ୍ତନ କରିନାହାଁନ୍ତି। ଶୁକ୍ରବାର ଦିନ ଆର୍ଥିକ ବର୍ଷ-୨୦୨୫ ର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ କେନ୍ଦ୍ର ସମସ୍ତ ଛୋଟ ସଞ୍ଚୟ ଯୋଜନାର ସୁଧ ହାରକୁ ଅପରିବର୍ତ୍ତିତ ରଖିଛି। 

H5. Telangana factory Blast: ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲାରେ ଏକ ବଡ଼ ବିସ୍ଫୋରଣ ଘଟିଛି। କାରଖାନାରେ ଗ୍ୟାସ୍ ଚୁଲା ବିସ୍ଫୋରଣ ହେବାପରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। କାରଖାନାରେ ଚୁଲାରେ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କରେ ଥିଲା ଯେ ମୃତ ବ୍ୟକ୍ତିଙ୍କ ଶରୀର ଛିନଛତ୍ର ହୋଇଯାଇଥିଲା।

H6. Vikram Misri appointed Foreign Secretary: ପରବର୍ତ୍ତୀ ବୈଦେଶିକ ସଚିବ ଭାବେ କେନ୍ଦ୍ର ସରକାର ଦେଶର ରାଷ୍ଟ୍ରୀୟ ସୁରକ୍ଷା ଉପ-ପରାମର୍ଶଦାତା (ଡେପୁଟି ଏନଏସଏ) ବିକ୍ରମ ମିଶ୍ରିଙ୍କୁ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ବୈଦେଶିକ ସଚିବ ବିନୟ କ୍ୱାଟ୍ରାଙ୍କ ସ୍ଥାନ ନେବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିଯୁକ୍ତି ଆଦେଶରେ କୁହାଯାଇଛି ଯେ ବିକ୍ରମ ମିଶ୍ରି ଜୁଲାଇ ୧୫ରେ ଦାୟିତ୍ୱ ଗ୍ରହଣ କରିବେ ।

H7. Hemant Soren Got Bail: ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡର ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜି ହେମନ୍ତ ସୋରେନଙ୍କୁ ପାଞ୍ଚ ମାସ ପରେ ବିର୍ସା ମୁଣ୍ଡା ଜେଲରୁ ମୁକ୍ତ କରାଯାଇଥିଲା। ଜେଲରୁ ମୁକୁଳିବା ପୂର୍ବରୁ ସିଏମ ହେମନ୍ତ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସୋରେନ କହିଛନ୍ତି, "ମିଥ୍ୟା ଅଭିଯୋଗ କରି ମୋତେ ଜେଲରେ ରଖାଯାଇଥିଲା। ଲୋକଙ୍କ ସ୍ୱରକୁ ଦମନ କରିବା ପାଇଁ କାର୍ଯ୍ୟ ଚାଲିଛି। ଏହି କାରଣରୁ କୋର୍ଟ ମୋତେ ନ୍ୟାୟ ପ୍ରଦାନ କରିଛନ୍ତି। ମୁଁ ଆଜି ବାହାରକୁ ଆସିଛି। "

H8. Petrol Diesel Price in Maharashtra: ମହାରାଷ୍ଟ୍ର ସରକାର ନିଜ ଜନତାଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ସରକାର ଭାଟ୍ ହ୍ରାସ କରିଛନ୍ତି। ପେଟ୍ରୋଲର ମୂଲ୍ୟ ୬୫ ପଇସା ହ୍ରାସ ପାଇଥିବାବେଳେ ଡିଜେଲ ୨.୦୭ ଟଙ୍କା ଶସ୍ତା ହୋଇଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଉଛି। 

H9. Hina Khan Diagnosed With Breast Cancer: ଅଭିନେତ୍ରୀ ହିନା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଦୁଖିଃତ। ହିନା ଖାନଙ୍କୁ କର୍କଟ ରୋଗ ହୋଇଥିବା ନେଇ ସେ ନିଜେ ଏହାର ସୂଚନା ଦେଇଛନ୍ତି। ହିନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ସମସ୍ତଙ୍କୁ ନମସ୍କାର! ଏପରି ଅନେକ ଗୁଜବ ଥିଲା ଯାହା ଉପରେ ମୁଁ କହିବାକୁ ଚାହେଁ। ମୁଁ ସମସ୍ତ ହିନାହୋଲିକ୍ସ ଏବଂ ମୋତେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ସମସ୍ତ ଲୋକଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଖବର ମୁଁ ସେୟାର କରିବାକୁ ଚାହେଁ। ମୋତେ ତୃତୀୟ ଷ୍ଟେଜ୍ ସ୍ତନ କର୍କଟ ରୋଗ ହୋଇଛି।

H10. India Women vs South Africa Women Test: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଦ୍ରୁତ ଦ୍ୱିଶତକ ମାରି ଶାଫାଲି ଭର୍ମା (Shafali Verma Double Century) ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିବା ଶେଫାଲି ଦ୍ୱିତୀୟ ଭାରତୀୟ କ୍ରିକେଟର ମଧ୍ୟ ହୋଇ ପାରିଛନ୍ତି।