ଲୋକପ୍ରିୟ ମେଗା ଧାରାବାହିକ, ‘ସନ୍ଧ୍ୟା ରାଗିଣୀ’ରେ ଅଲଗା ହେବେ ସନ୍ଧ୍ୟା ଓ ରାଗିଣୀ
Advertisement
Article Detail0/zeeodisha/odisha2312845

ଲୋକପ୍ରିୟ ମେଗା ଧାରାବାହିକ, ‘ସନ୍ଧ୍ୟା ରାଗିଣୀ’ରେ ଅଲଗା ହେବେ ସନ୍ଧ୍ୟା ଓ ରାଗିଣୀ

ଜୀ ସାର୍ଥକର ସବୁ ମେଗା ଧାରାବାହିକ ପରି ‘ସନ୍ଧ୍ୟା ରାଗିଣୀ’କୁ ମିଳିଥିବା ଭଲପାଇବା ସହିତ ନାରୀର ସୃଜନଶୀଳତା ଓ ପରାକାଷ୍ଠା କେତେ ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଉପଲବ୍ଧି କରିଛନ୍ତି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

ଲୋକପ୍ରିୟ ମେଗା ଧାରାବାହିକ, ‘ସନ୍ଧ୍ୟା ରାଗିଣୀ’ରେ ଅଲଗା ହେବେ ସନ୍ଧ୍ୟା ଓ ରାଗିଣୀ

Entertainment News: ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି । ସେହିପରି 'ସନ୍ଧ୍ୟା ରାଗିଣୀ' ମେଗା ଧାରାବାହିକ ମଧ୍ୟ ସଫଳତାର ସହ ଆଗକୁ ବଢି ଚାଲିଛି । ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ।

କାହାଣୀ ଗତିଶୀଳ ଓ ଅପ୍ରତ୍ୟାଶିତ ହୋଇଚାଲିଛି । କଲେଜ ଫ୍ରେସର ଇଭେଣ୍ଟ ପାଇଁ, ରାଗିଣୀ ଏବଂ ସନ୍ଧ୍ୟା ସମସ୍ତ ଅଭ୍ୟାସ ଜାରି ରଖନ୍ତି ଓ ଏଥିରେ ଯଶୋଦା ଦୁଇ ଜଣଙ୍କୁ ନୃତ୍ୟ, ସଂଗୀତ, ସେମାନଙ୍କ ପୋଷାକ ଏବଂ ସବୁକିଛିରେ ସାହାଯ୍ୟ କରନ୍ତି । ପୁଣି ସନ୍ଧ୍ୟା କ୍ଯାଟ୍ ୱାକରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ପ୍ରତିଯୋଗିତା ଜିତିଛି ଓ ଦୁଇ ଜଣ ଖୁସି ମନରେ ଘରକୁ ଫେରିଛନ୍ତି ହେଲେ ଜାଣିବାକୁ ପାଇଛନ୍ତି ଯେ ସନ୍ଧ୍ୟାର ରାମ୍ପରେ ଚାଲୁଥିବା କ୍ଯାଟ୍ ୱାକ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି, ଏପଟେ ରଘୁରାଜଙ୍କ ସିଦ୍ଧାନ୍ତ ଓ ନୈତିକତା ମଧ୍ୟରେ ରାଗିଣୀ ଉପରେ ସବୁ ଦୋଷ ଆସିଛି କାରଣ ସେ କହିଥିଲା ଯେ କେବଳ ନୃତ୍ୟ ପ୍ରତିଯୋଗିତା ଥିଲା l 

ଏହା ଭିତରେ ରଘୁରାଜ ନିଷ୍ପତ୍ତି ନେଇଛନ୍ତି ଯେ ସନ୍ଧ୍ୟା ଏବଂ ରାଗିଣୀ ପରସ୍ପରଠାରୁ ଦୂରରେ ରହିବେ ଏବଂ ବର୍ତ୍ତମାନ ସେମାନେ ଭିନ୍ନ ଭିନ୍ନ କଲେଜରେ ପାଠ ପଢିବେ । ଏପରିକି ରାଗିଣୀ ଏବଂ ସନ୍ଧ୍ୟାଙ୍କ ରୁମ୍ ମଧ୍ୟ ଅଲଗା ହୋଇଯାଏ । ରାଗିଣୀର କଲେଜରୁ ସନ୍ଧ୍ୟାର ନାମ କାଟିବା ପାଇଁ ରଘୁରାଜ ନିଜେ କଲେଜକୁ ଯାଆନ୍ତି। ତେବେ ଆଗକୁ କଣ ହେବ ? ଦୁଇ ଭଉଣୀ କଣ ଅଲଗା ହୋଇଯିବେ ? ଏଇ ସବୁ ଆଧାର କୁ ନେଇ ‘ସନ୍ଧ୍ୟା ରାଗିଣୀ’ ଆଗେଇ ଚାଲିଛି । ଏହାର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି, ଆଶୁତୋଷ, ଜୟା ଗୋସ୍ୱାମୀ, ହୃଷି ପଟ୍ଟନାୟକ, ପଦାରବିନ୍ଦୁ ଓ କେକେ ।

ଜୀ ସାର୍ଥକର ସବୁ ମେଗା ଧାରାବାହିକ ପରି ‘ସନ୍ଧ୍ୟା ରାଗିଣୀ’କୁ ମିଳିଥିବା ଭଲପାଇବା ସହିତ ନାରୀର ସୃଜନଶୀଳତା ଓ ପରାକାଷ୍ଠା କେତେ ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଉପଲବ୍ଧି କରିଛନ୍ତି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Also Read- ଲୋକସଭା ବାଚସ୍ପତି ପ୍ରଧାନମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ